ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ: କେସିଙ୍ଗା ବ୍ଲକ ଯୁବ ସଭାପତି ଭାବେ ନିଯୁକ୍ତ ହେଲେ ରୋହିତ ସାହୁ

କେସିଙ୍ଗା, ୧୪।୧୧(ତୁମେଶ୍ୱର ସାହୁ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଯୁବନେତା ରୋହିତ କୁମାର ସାହୁଙ୍କୁ କେସିଙ୍ଗା ବ୍ଲକ ଯୁବ ସଭାପତି ଭାବେ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଶନିବାରଠାରୁ ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିଥିବାରୁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଏବଂ ଭବାନୀପାଟଣା ଯୁବ ସଭାପତି ଅଭିରାମ ଠାକୁରଙ୍କ ସମେତ ବିଜେଡିର ବରିଷ୍ଠ କର୍ମକର୍ତ୍ତାମାନେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।

କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଳି ଗ୍ରାମର ବାସିନ୍ଦା ରୋହିତ କୁମାର ସାହୁ ଜଣେ ଦକ୍ଷ, କର୍ମଠ ଏବଂ ଟାଣୁଆ ଯୁବ ସଂଗଠକ ଭାବେ ଅଞ୍ଚଳରେ ବେଶ୍ ପରିଚିତ। ନୂତନ ଦାୟିତ୍ୱ ମିଳିବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସାହୁ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଯେଉଁ ଭରସା ଓ ବିଶ୍ୱାସ ପ୍ରକଟ କରିଛି ସେ ତାହାକୁ ନିଷ୍ଠାର ସହ ପାଳନ କରିବେ। ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବିଜୟୀ କରାଇବା ପାଇଁ ସେ ପ୍ରାଣପଣେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏଥିସହ ବ୍ଲକର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଯୁବପିଢ଼ି ଏବଂ ଛାତ୍ରଛାତ୍ରୀ ଭୋଟରମାନଙ୍କୁ ଏକତ୍ରିତ କରି ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ ରକ୍ଷା କରିବେ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

Dharitri – Odisha’s No.1 Odia Daily

Share