Posted inଖେଳ

ଟେଷ୍ଟ ଦଳରେ ରୋହିତ ସାମିଲ

ନୂଆଦିଲ୍ଲୀ, ୧୦ା୧୧ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅଧିନାୟକ ବିରାଟ କୋହଲିଙ୍କୁ ପିତୃତ୍ୱ ଛୁଟି ମଞ୍ଜୁର କରିଛି। ଆସନ୍ତା ମାସରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ ସେ ଛୁଟିରେ ଯିବେ। ଅନ୍ୟପକ୍ଷରେ ତାଙ୍କ ସୀମିତ ଓଭର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ନିଆଯାଇଛି। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ପାଇଁ ପ୍ରଥମାବସ୍ଥାରେ ରୋହିତଙ୍କୁ ଦଳରେ ସ୍ଥାନ ମିଳି ନ ଥିଲା। ଜାନୁୟାରୀ ପ୍ରଥମ ଭାଗରେ କୋହଲିଙ୍କ ଅଭିନେତ୍ରୀ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ ଦେବେ। ଉଭୟେ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିବେ। ଏଥିପାଇଁ କୋହଲି ଅଷ୍ଟ୍ରେଲିଆରେ ଅବଶିଷ୍ଟ ୩ଟି ମ୍ୟାଚ ଖେଳିବେ ନାହିଁ। ଛୁଟିରେ ଯିବା ଲାଗି ଅନୁମତି ପାଇଁ କୋହଲି ଅନୁରୋଧ କରିଥିବା ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଟୁର୍‌ ଅବସରରେ ଭାରତ ୩ ଅନ୍ତର୍ଜାତୀୟ ଦିନିକିଆ, ସମାନ ସଂଖ୍ୟକ ଟି୨୦ ଏବଂ ୪ ଟେଷ୍ଟ ମ୍ୟାଚ ଖେଳିବ। ସିରିଜ ନଭେମ୍ବର ୨୭ରେ ଆରମ୍ଭ ହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ଠାରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତଙ୍କ ଫିଟ୍‌ନେସ୍‌ ଉପରେ ସଦ୍ୟ ସୂଚନା ଦେବାକୁ ଯାଇ ଶାହା କହିଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ସିରିଜ ମିସ୍‌ କରିବେ। ବିସିସିଆଇ ମେଡିକାଲ ଟିମ୍‌ ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌ ଉପରେ ନଜର ରଖିଛି। ଅଲ୍‌ଇଣ୍ଡିଆ ସିନିୟର ସିଲେକ୍ସନ କମିଟିକୁ ରିପୋର୍ଟ ପ୍ରଦାନ କରିଛି। ସମ୍ପୂର୍ଣ୍ଣ ଫିଟ୍‌ନେସ୍‌ ଫେରିପାଇବା ଲକ୍ଷ୍ୟରେ ରୋହିତଙ୍କ ସହିତ ପରାମର୍ଶ ପରେ ଅଷ୍ଟ୍ରେଲିଆରେ ତାଙ୍କୁ ଦିନିକିଆ ଓ ଟି୨୦ରୁ ବିଶ୍ରାମ ଦିଆଯାଇଛି। କିନ୍ତୁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତର ଟେଷ୍ଟ ଦଳରେ ସାମିଲ କରାଯାଇଛି। ଫିଟ୍‌ନେସ୍‌ ଥିଲେ ଈଶାନ୍ତ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯିବ ବୋଲି ମଧ୍ୟ ବିସିସିଆଇ ସୂଚନା ଦେଇଛି। କାନ୍ଧରେ ଆଘାତପ୍ରାପ୍ତ ଥିବାରୁ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଅନ୍ତର୍ଜାତୀୟ ଟି୨୦ରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ନିଆଯାଇଛି। ପୂର୍ବରୁ ଟି୨୦ ଦଳରେ ସ୍ଥାନ ପାଇଥିବା ସଞ୍ଜୁ ସାମ୍‌ସନଙ୍କୁ ଦିନିକିଆ ଦଳରେ ଜଣେ ଅତିରିକ୍ତ ଉଇକେଟକିପର ଭାବେ ନିଆଯାଇଛି।
ସଂଶୋଧିତ ଟି୨୦ ଦଳ-ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ମୟଙ୍କ ଅଗ୍ରଓ୍ବାଲ, କେ.ଏଲ୍‌ ରାହୁଲ (ଉପ-ଅଧିନାୟକ ଓ ଉଇକେଟ କିପର), ଶ୍ରେୟାସ ଆୟାର, ମିନଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଦୀପକ ଚହର, ଟି. ନଟରାଜନ।
ଦିନିକିଆ ଦଳ: ବିରାଟ କୋହଲି (ଅଧିତ୍ନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ୍‌, କେଏଲ୍‌ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର, ସଞ୍ଜୁ ସାମସନ (ଉଇକେଟକିପର)।
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, କେ.ଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ହନୁମା ବିହାରୀ, ଶୁବମନ ଗିଲ୍‌, ରିଦ୍ଧିମାନ ଶାହା (ଉଇକେଟକିପର), ରିଷଭ ପନ୍ତ (ଉଇକେଟକିପର), ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର୍‌. ଅଶ୍ୱିନ, ମହମ୍ମଦ ସିରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri