Posted inଖେଳ

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ତାଙ୍କୁ ପ୍ରଥମେ ସ୍ଥାନିତ କରା ନ ଯିବା ଏବଂ ପରେ କେବଳ ଟେଷ୍ଟ ସିରିଜ ପାଇଁ ସାମିଲ କରାଯିବାକୁ ନେଇ ଚର୍ଚ୍ଚା ହେଉଛି। ମାତ୍ର ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି, ମାତ୍ର ୭୦ ପ୍ରତିଶତ ଫିଟ୍‌ ଅଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ସେଥିପାଇଁ ତାଙ୍କୁ ଦିନିକିଆ ଏବଂ ଟି୨୦ ଦଳରେ ସାମିଲ କରାଯାଇନାହିଁ, କେବଳ ଟେଷ୍ଟ ଦଳରେ ନିଆ ଯାଇଛି ବୋଲି ସୌରଭ କହିଛନ୍ତି। ଅକ୍ଟୋବର ୧୮ରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ଅବସରରେ ଆହତ ହୋଇଥିଲେ। ଏହା ପରବର୍ତ୍ତୀ ୪ଟି ମ୍ୟାଚରେ ସେ ଖେଳି ନ ଥିଲେ। ତେବେ ଫାଇନାଲକୁ ମିଶାଇ ମୁମ୍ବାଇର ଶେଷ ୩ଟି ମ୍ୟାଚରେ ସେ ଖେଳିଥିଲେ ଏବଂ ମୁମ୍ବାଇକୁ ରେକର୍ଡ ୫ମ ଥର ଟାଇଟଲ ବିଜୟୀ କରାଇଥିଲେ।
ଜାତୀୟ ଚୟନକର୍ତ୍ତାମାନେ ପ୍ରଥମେ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତଙ୍କୁ ବାଦ୍‌ ଦେଇଥିଲେ। ପରେ ତାଙ୍କୁ କେବଳ ଟେଷ୍ଟ ସିରିଜ ପାଇଁ ଦଳରେ ନିଆଯାଇଥିଲା। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ରିହାବିଲିଟେଶନରେ ରହିବେ। ଡିସେମ୍ବର ୧୭ରେ ପ୍ରଥମ ଟେଷ୍ଟ ହେଉଥିବାରୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ତାଙ୍କୁ ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ ପଡ଼ିବ। ଭାରତୀୟ ଦଳର ଅନ୍ୟତମ ସଦସ୍ୟ ରିଦ୍ଧିମାନ ଶାହା ମଧ୍ୟ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରୁ ମୁକୁଳୁଛନ୍ତି। ସେ ନିଜ ଫ୍ରାଞ୍ଚାଇଜ୍‌ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦର ଶେଷ ୨ଟି ମ୍ୟାଚରେ ଖେଳିପାରି ନ ଥିଲେ। ଖେଳାଳିଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ନଜର ରଖିଛି ଏବଂ ସେମାନଙ୍କ ଫିଟ୍‌ନେସ ପାଇଁ କାର୍ଯ୍ୟ କରୁଛି। ଯେଉଁମାନେ ଆହତ ସମସ୍ୟା ସମ୍ପର୍କରେ ଜାଣି ନାହାନ୍ତି ବିଭିନ୍ନ କଥା କହୁଛନ୍ତି। ଏ ଦିଗରେ ବିସିସିଆଇ, ଭାରତୀୟ ଫିଜିଓ, ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) କାର୍ଯ୍ୟକରୁଛି। ଟେଷ୍ଟ ବେଳକୁ ରିଦ୍ଧିମାନ ଫିଟ୍‌ ହୋଇଥିବେ। ତେଣୁ ସେ ଦଳସହ ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି। ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚତ୍ବାପରେ କ୍ୱାରାଣ୍ଟାଇନ୍‌ ଅବଧି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରାପାର୍ଟି ବସ୍‌, ଗୁରୁତର ହୋଇ ୧୫ କଳାକାର ଜିଲା ଚିକିତ୍ସାଳୟରେ ଭର୍ତ୍ତି

ଦେବଗଡ଼,୨ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଡଙ୍ଗା ପଥର ଗ୍ରାମ ନିକଟସ୍ଥ ଗୁରୁଲିଆ ଘାଟିରେ ଏକ ଯାତ୍ରପାର୍ଟି ବସ୍‌ ଓଲଟି…

ଅପରେଶନ ସାଇବର କବଚ: ୪.୫ କୋଟି ଠକେଇ, ବନ୍ଧା ହେଲେ ୩ ଅଭିଯୁକ୍ତ

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଅପରେଶନ ସାଇବର କବଚ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ଆଣିଦେଇଛି। କୋଟି କୋଟି ଟଙ୍କାର ବେନିୟମ କାରବାର ଅଭିଯୋଗରେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତଙ୍କୁ ପୋଲିସ…

ବକେୟା ପଡ଼ିଛି ୪.୫ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌: ୨ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ଥୁଆମୂଳ ରାମପୁର,୨ା୩(ଦୁର୍ଗା କୀର୍ତ୍ତି): ଗ୍ରୀଷ୍ମଋତୁ ଆରମ୍ଭରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ପାଇଁ ହାହାକାର ଦେଖାଦେଇଛି। ପଞ୍ଚାୟତ ପ୍ରଶାସନର ଚରମ…

ମାଟ୍ରିକ୍‌ ପରୀକ୍ଷାବେଳେ କପି ଦେଉଥିଲେ ୩ ଶିକ୍ଷକ, ଫ୍ଲାଇଂ ସ୍କ୍ବାଡ୍‌ ହାତରେ ପଡିଲେ ଧରା, ତା’ପରେ…

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ଦଶମ ପରୀକ୍ଷା ବେଳେ ବାହାର ସ୍କୁଲର ୩ ଜଣ ଶିକ୍ଷକଙ୍କୁ କପି ଦେଉଥିବା…

ଘାଟିରେ ଓଲଟିଲା ପାଉଡର ବୋଝେଇ ଟ୍ରକ୍‌

କୋକସରା,୨ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏପି ୧୬ ଟିଜେ ୧୮୭୭ ନମ୍ବର…

ଭଡା ଘରେ ଚାଲୁଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତ, ଅଚାନକ ଚଢାଉ କଲା ଅବକାରୀ ବିଭାଗ, ତା’ପରେ…

ଧର୍ମଗଡ଼,୨।୩(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଜଗନ୍ନାଥ ପଡାର ଏକ ଭଡା ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ସୋମବାର ସକାଳୁ ଅବକାରୀ…

ମହେନ୍ଦ୍ରଗିରି ବୁଲିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ: ଦୁର୍ଘଟଣାରେ ୨ ଗୁରୁତର

ମୋହନା,୨ା୩(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ତଲାସିଂ ଗ୍ରାମ ନିକଟ ରାଜ୍ୟ ରାଜପଥ ବୁଲାଣି ନିକଟ ଶଙ୍ଖରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ…

ଡେପୁଟେଶନରେ ଆସିଲେ ନିଶ୍ଚେତକ ବିଶେଷଜ୍ଞ, ସୁଧୁରିବ ଭଞ୍ଜନଗର ମେଡିକାଲର ସ୍ବାସ୍ଥ୍ୟସେବା

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri