Posted inଖେଳ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଓ୍ବାର୍ନରଙ୍କ ସହ ବନର୍‌ସ ଓପନ କରିବେ

ମେଲବୋର୍ନ: ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବାପରେ ଟିମ୍‌ ଇଣ୍ଡିଆ ସେଠାରେ ଚଳିତମାସ ୨୭ରୁ ଦିନିକିଆ ସିରିଜ ଖେଳିବ। ଏହା ପରେ ଟି୨୦ ଏବଂ ଶେଷରେ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜରେ ଡେଭିଡ ଓ୍ବାର୍ନରଙ୍କ ସହ କିଏ ଅଷ୍ଟ୍ରେଲିଆ ପକ୍ଷରୁ ଇନିଂସ ଓପନ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିୟମିତ ଓପନର ଜୋ ବନର୍‌ସ ଏବଂ ଯୁବ ଖେଳାଳି ଓ୍ବିଲ୍‌ ପୁକୋଭସ୍କି ଏହି ସ୍ଥାନପାଇଁ ଦୌଡ଼ରେ ରହିଛନ୍ତି। ପୂରା ଫର୍ମରେ ଥିବା ପୁକୋଭସ୍କିଙ୍କ ସପକ୍ଷରେ ଅନେକେ ମତ ଦେଉଥିବାବେଳେ ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କିନ୍ତୁ ଭିନ୍ନମତ ଦେଇଛନ୍ତି। ଓ୍ବାର୍ନରଙ୍କ ସହିତ ବନର୍‌ସ ଇନିଂସ ଓପନ କରିବେ ବୋଲି ସେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ଗତ ଗ୍ରୀଷ୍ମଋତୁରେ ବନର୍‌ସଙ୍କ ଆଭରେଜ ୩୨ ରହିଥିଲା। ଗତ ଶେଫିଲ୍ଡ ସିଲ୍ଡ ସିଜନରେ ସେ ୧୧.୪୦ ଆଭରେଜରେ ୫୭ ରନ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ୨୨ ବର୍ଷୀୟ ପୁକୋଭସ୍କି କ୍ରମାଗତ ୨ଟି ଦ୍ୱିଶତକ ହାସଲ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଛନ୍ତି। ସେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨ ଏବଂ ସାଉଥ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୨୫୫ ରନର ଇନିଂସ ଖେଳିଛନ୍ତି।
ପୁକୋଭସ୍କି ଯେପରି ଖେଳିଛନ୍ତି ପ୍ରଥମ ଟେଷ୍ଟ ପାଇଁ ଉପଯୁକ୍ତ। ଆମେ ଏହାକୁ ବିଚାରକୁ ନେଉଛୁ ଏବଂ ଉଭୟଙ୍କ ମଧ୍ୟରେ ତୁଳନା କରୁଛୁ। ଗତଥର ଓ୍ବାର୍ନର ଓ ବନର୍‌ସଙ୍କ ଯୋଡ଼ି ଭଲ ଜମିଥିଲା। ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। ତେଣୁ ଆମେ ଏହି ଯୋଡ଼ିଙ୍କୁ ଅପରିବର୍ତ୍ତିତ ରଖିବାକୁ ଚାହୁଁଛୁ ବୋଲି ଲାଙ୍ଗର କହିଛନ୍ତି। ଓପନିଂ ଯୋଡ଼ିଭାବେ ବନର୍‌ସ ଓ ଓ୍ବାର୍ନର ୫୦.୫୬ ଆଭରେଜରେ ୧,୩୬୫ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆକୁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷରେ ରଖିବାରେ ଏମାନଙ୍କ ଅନେକ ଅବଦାନ ରହିଛି। ଆମେ କାହାକୁ ଅଣଦେଖା କରିବାକୁ ଚାହୁଁନାହିୁଁ। ଅପରପକ୍ଷରେ ଦୀର୍ଘଦିନଧରି ଅଷ୍ଟ୍ରେଲିଆ କ୍ରିକେଟକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିବା ଖେଳାଳିଙ୍କୁ ମଧ୍ୟ ଦେଖୁଛୁ। ବିଗତ ବର୍ଷଗୁଡ଼ିକରେ ପରୀକ୍ଷା ନିରୀକ୍ଷା ମଧ୍ୟରେ ଅନେକ ଖେଳାଳି ଦଳକୁ ଆସିଛନ୍ତି ଏବଂ ଅନେକେ ବାହାରିଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ତାହା ଜାରି ରହିବ। ମାତ୍ର ବର୍ତ୍ତମାନ ସ୍ଥିତିରେ କେତେକ କ୍ଷେତ୍ରରେ ସ୍ଥିର ରହିବାର ଯୁକ୍ତିଯୁକ୍ତତା ରହିଛି। ତେବେ ଓ୍ବାର୍ମଅପ୍‌ ମ୍ୟାଚ ପରେ ସ୍ଥିତି ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଲାଙ୍ଗର ପ୍ରକାଶ କରିଛନ୍ତି। ୨ଟି ଟୁର୍‌ ଗେମ୍‌ରେ ଭିନ୍ନଭିନ୍ନ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ ଖେଳିବେ। ଡିସେମ୍ବର ୧୭ରୁ ପ୍ରଥମ ଟେଷ୍ଟ ଆଡିଲେଡ୍‌ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?