Posted inଖେଳ

ରୋହିତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିବା ରୋହିତ ଶର୍ମାଙ୍କ ଫିଟ୍‌ନେସ୍‌କୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ତାଙ୍କୁ ପ୍ରଥମେ ସ୍ଥାନିତ କରା ନ ଯିବା ଏବଂ ପରେ କେବଳ ଟେଷ୍ଟ ସିରିଜ ପାଇଁ ସାମିଲ କରାଯିବାକୁ ନେଇ ଚର୍ଚ୍ଚା ହେଉଛି। ମାତ୍ର ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି, ମାତ୍ର ୭୦ ପ୍ରତିଶତ ଫିଟ୍‌ ଅଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ସେଥିପାଇଁ ତାଙ୍କୁ ଦିନିକିଆ ଏବଂ ଟି୨୦ ଦଳରେ ସାମିଲ କରାଯାଇନାହିଁ, କେବଳ ଟେଷ୍ଟ ଦଳରେ ନିଆ ଯାଇଛି ବୋଲି ସୌରଭ କହିଛନ୍ତି। ଅକ୍ଟୋବର ୧୮ରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ଅବସରରେ ଆହତ ହୋଇଥିଲେ। ଏହା ପରବର୍ତ୍ତୀ ୪ଟି ମ୍ୟାଚରେ ସେ ଖେଳି ନ ଥିଲେ। ତେବେ ଫାଇନାଲକୁ ମିଶାଇ ମୁମ୍ବାଇର ଶେଷ ୩ଟି ମ୍ୟାଚରେ ସେ ଖେଳିଥିଲେ ଏବଂ ମୁମ୍ବାଇକୁ ରେକର୍ଡ ୫ମ ଥର ଟାଇଟଲ ବିଜୟୀ କରାଇଥିଲେ।
ଜାତୀୟ ଚୟନକର୍ତ୍ତାମାନେ ପ୍ରଥମେ ସମ୍ପୂର୍ଣ୍ଣ ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତଙ୍କୁ ବାଦ୍‌ ଦେଇଥିଲେ। ପରେ ତାଙ୍କୁ କେବଳ ଟେଷ୍ଟ ସିରିଜ ପାଇଁ ଦଳରେ ନିଆଯାଇଥିଲା। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ରିହାବିଲିଟେଶନରେ ରହିବେ। ଡିସେମ୍ବର ୧୭ରେ ପ୍ରଥମ ଟେଷ୍ଟ ହେଉଥିବାରୁ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ତାଙ୍କୁ ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ ପଡ଼ିବ। ଭାରତୀୟ ଦଳର ଅନ୍ୟତମ ସଦସ୍ୟ ରିଦ୍ଧିମାନ ଶାହା ମଧ୍ୟ ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରିରୁ ମୁକୁଳୁଛନ୍ତି। ସେ ନିଜ ଫ୍ରାଞ୍ଚାଇଜ୍‌ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦର ଶେଷ ୨ଟି ମ୍ୟାଚରେ ଖେଳିପାରି ନ ଥିଲେ। ଖେଳାଳିଙ୍କ ଆହତ ସମସ୍ୟା ଉପରେ ବିସିସିଆଇ ନଜର ରଖିଛି ଏବଂ ସେମାନଙ୍କ ଫିଟ୍‌ନେସ ପାଇଁ କାର୍ଯ୍ୟ କରୁଛି। ଯେଉଁମାନେ ଆହତ ସମସ୍ୟା ସମ୍ପର୍କରେ ଜାଣି ନାହାନ୍ତି ବିଭିନ୍ନ କଥା କହୁଛନ୍ତି। ଏ ଦିଗରେ ବିସିସିଆଇ, ଭାରତୀୟ ଫିଜିଓ, ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) କାର୍ଯ୍ୟକରୁଛି। ଟେଷ୍ଟ ବେଳକୁ ରିଦ୍ଧିମାନ ଫିଟ୍‌ ହୋଇଥିବେ। ତେଣୁ ସେ ଦଳସହ ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି। ଭାରତୀୟ କ୍ରିକେଟ ଦଳ ଗୁରୁବାର ଅଷ୍ଟ୍ରେଲିଆରେ ପହଞ୍ଚତ୍ବାପରେ କ୍ୱାରାଣ୍ଟାଇନ୍‌ ଅବଧି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫ ରନ୍‌ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍‌ ଦୌଡ଼ରେ ଗୁଜରାଟ…

ଅହମଦାବାଦ, ୧୦।୫: ଆଇପିଏଲ୍‌ ୨୦୨୪ର ୫୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି...

କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି…

ମୁମ୍ବାଇ, ୧୦ା୫: ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ନିଷ୍ପତ୍ତି ସିଲେକ୍ସନ କମିଟି ଚେୟାରମ୍ୟାନ ଅଜିତ ଅଗରକର ଏକାକୀ...

ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ।...

ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…

ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ...

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri