Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ହାଇଦ୍ରାବାଦ୍‌,୧୮।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଦଳ ପାଇଁ ଇନିଂସ ଓପନ କରିଥିଲେ। ରୋହିତ ୩୪ ରନ କରି ଆଉଟ୍‌ ହୋଇଥିଲେ। କିନ୍ତୁ ସେ ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ରେକର୍ଡ ଭାଙ୍ଗିଛନ୍ତି। ସେ ଭାରତୀୟ ମାଟିରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି।
ରୋହିତ ହାଇଦ୍ରାବାଦ ଦିନିକିଆରେ ୩୮ ବଲ୍‌ର ସମ୍ମୁଖୀନ ହୋଇ ୩୪ ରନ୍‌ କରିଥିଲେ। ଏଥିରେ ୪ ଚୌକା ଓ ୨ ଛକା ସାମିଲ ଥିଲା। ଭାରତର ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ। ରୋହିତ ମୋଟ ୧୨୫ଟି ଦିନିକିଆ ଛକା ମାରିଛନ୍ତି। ଏହି ପ୍ରସଙ୍ଗରେ ଧୋନୀ ୧୨୩ଟି ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସଚିନ ତେନ୍ଦୁଲକର ୭୧ଟି ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ଦିନିକିଆରେ ୬୬ ଛକା ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଯୁବରାଜ ସିଂ ୬୫ଟି ଛକା ସହ ପଞ୍ଚମ ସ୍ଥାନରେ ଅଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱ କ୍ରିକେଟରେ ସର୍ବାଧିକ ଦିନିକିଆ ଛକା ମାରିବାରେ ପାକିସ୍ତାନର ପୂର୍ବତନ ଖେଳାଳି ଶହିଦ ଆଫ୍ରିଦି ଶୀର୍ଷରେ ଅଛନ୍ତି। ସେ ୩୯୮ଟି ମ୍ୟାଚରେ ୩୫୧ଛକା ମାରିଛନ୍ତି। କ୍ରିସ ଗେଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗେଲ ୩୦୧ଟି ମ୍ୟାଚରେ ୩୩୧ ଛକା ମାରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ସନଥ ଜୟସୁରିଆ। ସେ ୪୪୫ଟି ମ୍ୟାଚରେ ୨୭୦ ଛକା ମାରିଛନ୍ତି। ରୋହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ୨୩୯ଟି ମ୍ୟାଚରେ ୨୬୫ ଛକା ମାରିଛନ୍ତି।
ରୋହିତ ଶର୍ମା – ୧୨୫
ମହେନ୍ଦ୍ର ସିଂ ଧୋନି – ୧୨୩
ସଚିନ ତେନ୍ଦୁଲକର – ୭୧
ବିରାଟ କୋହଲି – ୬୬
ଯୁବରାଜ ସିଂ – ୬୫


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri