Categories: ଖେଳ

ପରାଜୟ ପରେ ଦୁର୍ବଳ ବୋଲିଂକୁ ଦୋଷ ଲଦିଲେ ରୋହିତ

ଆଡିଲେଡ୍‌,୧୦ା୧୧: ଭାରତର ସେମି ଫାଇନାଲ ପରାଜୟ ପାଇଁ ଦୁର୍ବଳ ବୋଲିଂକୁ ଦୋଷ ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଭାରତୀୟ ଦଳ ସେମି ଫାଇନାଲ ମ୍ୟାଚର ଚାପ ଆଗରେ ମୁଣ୍ଡ ନୁଆଁଇବା ସହିତ ପରାଜିତ ହୋଇଥିଲା। ୧୬୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଆଲେକ୍ସ ହେଲ୍ସ ଓ ଜୋଶ ବଟଲର ପ୍ରଥମ ଉଇକେଟରେ ୧୭୦ ରନ୍‌ ଯୋଡି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ୪ ଓଭର ପୂର୍ବରୁ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ଭାରତୀୟ ବୋଲିଂ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ଗୁରୁବାର ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି ରୋହିତ। ଶେଷ ଆଡକୁ ଆମେ ଚମତ୍କାର ବ୍ୟାଟିଂ କରିଥିଲେ ହେଁ ଅତ୍ୟନ୍ତ ସାଧାରଣ ବୋଲିଂ କାରଣରୁ ଆମେ ପରାଜିତ ହେଲୁ ବୋଲି ସେ କହିଛନ୍ତି।

Share