Posted inଖେଳ

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ରୋହନ ବୋପାନ୍ନା

ନୂଆଦିଲ୍ଲୀ,୨୫।୧: ପ୍ରଥମ ଥର ଆଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭେଟେରାନ ଟେନିସ ପ୍ଲେୟାର ରୋହନ ବୋପାନ୍ନା। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିୟ ଓପନ୍ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରି ତାଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିବା ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଦ୍ୱିତୀୟ ସିଡ୍ ବୋପାନ୍ନା ଏବଂ ଏବଡେନ୍ ଗୁରୁବାର ଦିନ ସେମିଫାଇନାଲରେ ଥୋମାସ୍ ମାକକ୍ ଏବଂ ଝାଙ୍ଗ ଜିନଜେନଙ୍କୁ ୬-୩, ୩-୬, ୭-୬ ସେଟରେ ପରାସ୍ତ କରିଛନ୍ତି।

ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ମ୍ୟାଚରେ ସୁପର ଟାଇ ବ୍ରେକର୍ସରେ ନିଜର ଅଭିଜ୍ଞତା ବୋପାନ୍ନାଙ୍କ ପାଇଁ ଉପଯୋଗୀ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ବୋପାନ୍ନା ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲେ। ଏହି ମ୍ୟାଚରେ ବୋପାନ୍ନାଙ୍କ ଦମଦାର ସର୍ଭିସ ଏବଂ ଷ୍ଟ୍ରୋକ ଦେଖିବାକୁ ମିଳିଥିଲା। ୨୦୧୩ ଏବଂ ୨୦୨୩ ରେସେ ୟୁଏସ୍ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିପାରି ନାହାଁନ୍ତି। ବର୍ତ୍ତମାନ ୪୩ ବର୍ଷ ବୟସରେ, ସେ ନିଜ ସ୍ୱପ୍ନକୁ ସାକାର କରିବା ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି। ତେବେ ବୋପାନ୍ନା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିୟ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଉଥିବାବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଆକ୍ରମଣ କରି ୨ ବାଇକ ଆରୋହୀ ଫେରାର୍‌, ଚେତାଶୂନ୍ୟ ଅବସ୍ଥାରେ…

ଦିଗପହଣ୍ଡି,୨୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ କଲେଜର ଯୁକ୍ତ ୨ କଳା ବିଭାଗ ପ୍ରଥମବର୍ଷ ଛାତ୍ରୀଙ୍କୁ ଗୁରୁବାର ବାଇକରେ ଆସିଥିବା ୨ଜଣ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

T20 World Cup 2026ର ଫାଇନାଲିଷ୍ଟଙ୍କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଜାଣନ୍ତୁ କିଏ କାହାକୁ ବାଛିଲେ

ନୂଆଦିଲ୍ଲୀ,୨୯।୧: ଭାରତ କିମ୍ବା ଶ୍ରୀଲଙ୍କା ଜିତିଲେ ପୁରୁଷ T20 ବିଶ୍ୱକପ (T20 ବିଶ୍ୱକପ 2026) ର ୧୦ମ ସଂସ୍କରଣ ଐତିହାସିକ ହୋଇପାରେ। ଆଜି ପର୍ଯ୍ୟନ୍ତ, ଆୟୋଜକ ଦେଶ…

ନାବାଳିକାଙ୍କୁ ଅସଦାଚରଣ କରି ଥାନାରେ ଯୁବକ ଅଟକ

ଧର୍ମଶାଳା,୨୯ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜଣେ ଯୁବକ ୭ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଧର୍ମଶାଳା ପୋଲିସ ଯୁବକଙ୍କୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri