Categories: ଖେଳ

ଗାଙ୍ଗୁଲିଙ୍କ ପରେ ସଭାପତି ଦୌଡରେ ରୋଜର୍‌ ବିନି

ନୂଆଦିଲ୍ଲୀ,୮।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରେ ରୋଜର୍‌ ବିନି ବିସିସିଆଇର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ୨୦୧୯ ଅକ୍ଟୋବର ୨୩ରେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। କାର୍ଯ୍ୟକାଳ ୨୦୨୨ ଅକ୍ଟୋବରରେ ସରୁଛି। ତେବେ ସଂଶୋଧିତ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ୬ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ପଦରେ ରହି ପାରିବେ। ହେଲେ ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ରହିପାରିବେ। ବିଶେଷ ସୂଚନାନୁଯାୟୀ, ଗାଙ୍ଗୁଲି ସଭାପତି ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି।

Share