କଟକ ଅଫିସ,୨୨ା୭: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ରୋବୋଟିକ ସର୍ଜରୀ ଦ୍ୱାରା ଅସ୍ତ୍ରୋପଚାର ପାଇଁ ୨୦୧୭ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତାବ ରଖିଥିଲା। ୨୦୧୭ ଡିସେମ୍ବର ସୁଦ୍ଧା ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବାକୁ ସରକାର ଟାର୍ଗେଟ୍ କରିଥିଲେ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବା ଉପରେ ଥିଲା। ଅଢ଼େଇ ବର୍ଷ ବିତି ଯାଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବା ସବୁଠୁ ବଡ଼ ବିଡ଼ମ୍ବନା।
ରୋବୋଟିକ୍ ଚିକିତ୍ସା ପଦ୍ଧତି କାର୍ଯ୍ୟକାରୀ ହୋଇଥିଲେ ରାଜ୍ୟର ଅନେକ ରୋଗୀ କମ୍ ଖର୍ଚ୍ଚରେ ଉତ୍ତମ ଶଲ୍ୟ ଚିକିତ୍ସା ପାଇଥାନ୍ତେ। ରୋବୋଟିକ ସର୍ଜରୀ ଦ୍ୱାରା ରୋଗୀ ଦେହରେ କମ୍ କଟାକଟି ଓ ସର୍ବନିମ୍ନ ରକ୍ତସ୍ରାବରେ ଅସ୍ତ୍ରୋପଚାର କରିହୁଏ। ଶରୀରର ଯେଉଁ ସବୁ ଅଙ୍ଗପ୍ରତ୍ୟଙ୍ଗ ପାଖରେ ଡାକ୍ତରଙ୍କ ହାତ ପହଞ୍ଚେ ନାହିଁ, ସେସବୁ ସ୍ଥାନରେ ରୋବୋଟ ପହଞ୍ଚତ୍ ସଫଳ ଅସ୍ତ୍ରୋପଚାର କରିପାରେ। କମ୍ କଟାକଟି ଓ ରକ୍ତସ୍ରାବ ଯୋଗୁ ଅସ୍ତ୍ରୋପଚାର ପରେ ରୋଗୀ ମଧ୍ୟ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରେ। ଏସବୁ ବିଶେଷ ସୁବିଧା ପାଇଁ ଏସ୍ସିବିର ୟୁରୋଲୋଜି (ମୂତ୍ରାଶୟ) ବିଭାଗରେ ପ୍ରଥମେ ଏହି ମେଶିନ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିଲା। କାରଣ ଏହି ବିଭାଗରେ କିଡ୍ନୀ ଟ୍ରାନ୍ସପ୍ଳାଣ୍ଟ, ପ୍ରୋଷ୍ଟେଟ କ୍ୟାନସର ଭଳି ସୂକ୍ଷ୍ମ ଅସ୍ତ୍ରୋପଚାର ହୁଏ। ଏହା ବ୍ୟତୀତ ରୋବୋଟିକ ସର୍ଜରୀକୁ କ୍ୟାନସର, ଇଏନ୍ଟି, ହୃଦ୍ଶଲ୍ୟ, ଗ୍ୟାଷ୍ଟ୍ରୋ ସର୍ଜରୀ, ସ୍ତ୍ରୀରୋଗ ଭଳି ବିଭାଗରେ ମଧ୍ୟ ବ୍ୟବହାର କରାଯାଏ। ଏନେଇ ୟୁରୋଲୋଜି ବିଭାଗର ମୁଖ୍ୟ ତଥା ଏସ୍ସିବି ପ୍ରିନ୍ସିପାଲ ପ୍ରଫେସର ଦତ୍ତେଶ୍ୱର ହୋତା କହିଛନ୍ତି, ଏହା ମୋର ଡ୍ରିମ୍ ପ୍ରୋଜେକ୍ଟ। ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ଥିଲେ ମଧ୍ୟ ବିଳମ୍ବର କାରଣ ଜଣାପଡୁନାହିଁ। ଆମ ପାଖରେ ପୂରା ଡାକ୍ତରୀ ଟିମ୍ ଅଛି। ଆମ ସହ ଆଉ ୧୫ ଜଣ ୟୁରୋଲୋଜି ବିଭାଗର ଏମ୍ସିଏଚ୍ ଛାତ୍ର ମଧ୍ୟ ଅଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ, କେବଳ ମେଶିନ ଆସିଲେ କାମ ଆରମ୍ଭ ହେବ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...
ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ
ପୁରୀ,୨୭।୧୨: ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। CEC ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରେ...
ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍ରେ ଛିଡ଼ା ହୋଇଛନ୍ତି ରୋଗୀ
ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...
ବନ୍ଧାହେଲେ କୋଟିପତି ଫରେଷ୍ଟର
ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...
ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...
ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…
ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...
ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ
ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...
ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼
ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...
Archives


