Posted inଫୁରସତ

ର଼୍ୟାମ୍ପରେ ରୋବୋ

ପ୍ୟାରିସ୍‌: ଫ୍ୟାଶନ୍‌ ଓ କଳାର ଗ୍ଲୋବାଲ ସେଣ୍ଟର ବୋଲି ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌କୁ କୁହାଯାଏ। ଫ୍ୟାଶନ୍‌ କ୍ଷେତ୍ରରେ ନିଜ ଉନ୍ନତ ଓ ନୂଆ କୌଶଳ ପାଇଁ ପ୍ୟାରିସ୍‌ ଜଣାଶୁଣା। ମଡେଲିଂ କ୍ୟାରିୟର ଆରମ୍ଭ କରିବା ପାଇଁ ଅନେକେ ଏହି ସ୍ଥାନକୁ ବାଛିଥାନ୍ତି। ତେବେ ନିକଟରେ ପ୍ୟାରିସ୍‌ରେ ଅନୁଷ୍ଠିତ ହୋଇଥିବା ଫ୍ୟାଶନ୍‌ ଉଇକ୍‌କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କୋପର୍ନି ଫ୍ୟାଶନ୍‌ ବ୍ରାଣ୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରୋବୋଟିକ୍‌ କମ୍ପାନୀ ବୋଷ୍ଟାନ୍‌ ଡାଇନାମିକ୍ସର ରୋବୋଟିକ୍‌ କାନିନ୍‌ସ ଭାଗ ନେଇଛନ୍ତି। ଜଣେ ମଡେଲ୍‌ଙ୍କ ସହ ରୋବୋ ଡଗ୍‌ ର଼୍ୟାମ୍ପରେ ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ମେଡଲିଂ କ୍ଷେତ୍ରରେ ରୋବୋ ବ୍ୟବହାର କରାଯିବା କୌଣସି ନୂଆ କଥା ନୁହେଁ ଏହା ପୂର୍ବରୁ ଅନେକ ଫ୍ୟାଶନ୍‌ କମ୍ପାନୀ ଏହି ଟେକ୍ନୋଲୋଜିକୁ ବ୍ୟବହାର କରିସାରିଛନ୍ତି। ରୋବୋ ଓ ମଡେଲ ର଼୍ୟାମ୍ପରେ ଚାଲୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଫଟୋକୁ ଦେଖିବା ପରେ ୟୁଜର୍ସମାନଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭବିଷ୍ୟତରେ ମଣିଷ ମଡେଲ୍‌ଙ୍କ ସ୍ଥାନ ରୋବୋ ନେବାକୁ ଯାଉଥିବା କହି କେତେଜଣ ନାକାରାତ୍ମକ ପ୍ରତିକ୍ରିୟା ଦେଇଥିବାବେଳେ ଆଉ କେତେଜଣ ଫ୍ୟାଶନ୍‌ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri