Posted inଖେଳ

ଜଣେ ଯୁବତୀଙ୍କୁ ୨ଥର ବିବାହ କରିଥିଲେ ଏହି କ୍ରିକେଟର୍‌

ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ରହିଛନ୍ତି କିନ୍ତୁ ତାଙ୍କ ବ୍ୟାଟ ଆଇପିଏଲରେ ଚାଲିଛି। ଏବେ ଲକ୍‌ଡାଉନ୍‌ରେ ରବିନ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ରବିନ ପୂର୍ବତନ ଟେନିସ ଖେଳାଳି ଶିତଲ ଗୌତମଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ଉଭୟଙ୍କର ନୀଲ ନୋଲାନ ଉଥାପ୍ପା ନାମକ ଏକ ପୁଅ ଅଛି। ରବିନଙ୍କ ପ୍ରେମ କାହାଣୀ ବେଶ୍‌ ରୋଚକ ଥିଲା। ପରସ୍ପରକୁ ଡେଟ୍‌ କରିବାର ଆଠ ବର୍ଷ ପରେ ବିବାହ କରିଥିଲେ।
ଶିତଲ ଜଣେ ହିନ୍ଦୁ ହୋଇଥିବାବେଳେ ରବିନ ଉଥାପ୍ପା ଜଣେ ଖ୍ରୀଷ୍ଟିଆନ। ଉଭୟ ପ୍ରଥମେ ୨୦୦୯ରେ ଏକ ପାର୍ଟିରେ ସାକ୍ଷାତ ହୋଇଥିଲେ। ପ୍ରଥମ ଦେଖାରେ ରବିନ ଶିତଲଙ୍କ ପ୍ରେମରେ ପଡିଥିଲେ। ଉଭୟ ଏହି ସମ୍ପର୍କକୁ ବିବାହ ସ୍ଥିତିକୁ ଆଣିବାକୁ ଚାହୁଁଥିଲେ। ତେବେ ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ଅନେକ ଅସୁବିଧା ହୋଇଥିଲା। ପରିବାରକୁ ମନାଇବା ପାଇଁ ସମୟ ଲାଗିଲା। ପରେ ଉଭୟ ପରିବାର ରାଜି ହୋଇଥିଲେ। ଉଭୟ ନିଜ ପରିବାରକୁ ଖୁସି କରିବା ପାଇଁ ଦୁଇ ପ୍ରକାରର ରୀତିନୀତି ସହିତ ବିବାହ କରିଥିଲେ। ପ୍ରଥମ ଖ୍ରୀଷ୍ଟିଆନ ଧର୍ମ ଅନୁଯାୟୀ ସେମାନେ ୩ ମାର୍ଚ୍ଚ ୨୦୧୬ରେ ବିବାହ କରିଥିଲେ ଏବଂ ସେହିଦିନ ସାରେ ଏକ ଗ୍ରାଣ୍ଡ ରିସେପ୍ସନ ଦେଇଥିଲେ। ଏହାପରେ ମାର୍ଚ୍ଚ ୧୧ରେ, ସେମାନେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri