Posted inଜାତୀୟ

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି। ଗୁରୁବାର ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ୨ଜଣ ଯୁବକ ତାଙ୍କୁ ପିଛା କରି ଗଳି ରାସ୍ତାରେ କେହି ନ ଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ। ୨ଜଣ ଯୁବକ ଯୁବତୀଙ୍କୁ ତଣ୍ଟି ଚିପି ତଳେ ପକାଇଦେବା ପରେ ତାଙ୍କ ପାଖରୁ ଟଙ୍କା, ଫୋନ ଓ ଅନ୍ୟାନ୍ୟ ଜିନିଷ ଲୁଟ୍‌ କରି ନେଇଯାଇଥିଲେ। ସେହି ସମୟରେ ଟ୍ୟୁସନ୍‌ ଯାଉଥିବା ୨ଜଣ ପିଲା ରାସ୍ତାରେ ଅଟକି ସ୍ତବ୍ଧ ହୋଇଯାଇଥିଲେ। ଦୃର୍ବୁତ୍ତମାନେ ଘଟଣାସ୍ଥଳରୁ ପଳାଇଯିବା ପରେ ସେମାନେ ଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଏହାପରେ ପୀଡ଼ିତା ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭିକୁ ଆଧାର କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ଫଳରେ ବିରୋଧୀ ଏକତା...

ଏକନାଥ ଶିନ୍ଦେଙ୍କର ଉଦ୍ଧବ ଠାକରେଙ୍କ ଉପରେ ଆଉ ଏକ ‘ବାଉଂସର’, ମହା ବିକାଶ ଅଘାଡିର ୨୫ ନେତାଙ୍କ ହଟିଲା ସୁରକ୍ଷା

ମୁମ୍ବାଇ,୨୯ ।୧୦: କିଛି ଦିନର ନିରବତା ପରେ ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହାଇ ଡ୍ରାମା ହେବାର ଅନୁମାନ କରାଯାଉଛି । ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ...

ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ...

କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ...

୩୧ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୬ା୧(ପି.ଟି.): ଜାନୁୟାରୀ ୩୧ରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ୩୧ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ରାମନାଥ...

ଗୋମୂତ୍ରରେ ଫସି ରହିଛି ଭାଜପାର ହିନ୍ଦୁତ୍ୱ: ଉଦ୍ଧବ ଠାକରେ…

ମୁମ୍ବାଇ,୧୮।୬ : ମୁମ୍ବାଇରେ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପାର୍ଟିର ରାଜ୍ୟବ୍ୟାପୀ କାର୍ଯ୍ୟାଳୟ ଧାରକ ଶିବିର ଆୟୋଜିତ ହୋଇଛି। ଏହି ଅବସରରେ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ...

୩୧ରେ ୧୩ ରାଜ୍ୟ ସଭା ଆସନ ଲାଗି ଭୋଟ

ନୂଆଦିଲ୍ଲୀ,୮।୩: ଆସନ୍ତା ଏପ୍ରିଲରେ ୬ ରାଜ୍ୟରୁ ୧୩ ରାଜ୍ୟ ସଭା ଆସନ ଖାଲି ହେବାକୁ ଥିବାବେଳେ ଏଥିପାର୍ଇ ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର...

ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ୨୯ ବିମାନବନ୍ଦର, ଟର୍ମିନାଲ

ନୂଆଦିଲ୍ଲୀ,୧୭।୧୦(ପି.ଟି.): ଦେଶର ମୋଟ ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆବେଦନ ବଳରେ...

Advertisement
Archives

Model This Week