ଦିନରେ ଝାଡ଼ୁ ବେପାର,ରାତିରେ ଚୋରି

ଦିଗପହଣ୍ଡି/ପାଟପୁର,୨୮ା୫(ଡି.ଏନ.ଏ.): ପାଟପୁର ଥାନା ଇଲାକାରେ ଦିନରେ ଝାଡୁ ବେପାର କରି ରାତିରେ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଚିହ୍ନଟ କରି ୬ ସଦସ୍ୟଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶେରଗଡ଼ ଥାନା ଧବଳପୁର ଗ୍ରାମର ହରି ଡାକୁଆ, କୁରେଶୁ ଡାକୁଆ, ଟୋପାଗୁଲୁ, ଟୁନା , ପାଟପୁର ଥାନା ଜୟନଗର ଗ୍ରାମର ଏସ୍‌. ସାହେବ, ଏସ୍‌. ବିକ୍ରମ ଏବଂ ଶେରଗଡ଼ର ସୁନା ବ୍ୟବସାୟୀ ବି.ରମେଶ ପାତ୍ର। ପୋଲିସ ସେମାନଙ୍କ ନିକଟରୁ ୭୦ ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୧ ଶହ ଗ୍ରାମ ରୁପା ଅଳଙ୍କାର ସମେତ ମୋବାଇଲ ଫୋନ ଓ ଚୋରି ଘଟଣାରେ ବ୍ୟବହୃତ ଏକ ଅଟୋକୁ ଜବତ କରିଛି।
ଖବରଅନୁଯାୟୀ, ଗତ କିଛି ଦିନ ଧରି ଅଭିଯୁକ୍ତମାନେ ଦିନରେ ଝାଡୁ ବେପାର ପାଇଁ ପାଟପୁର, ଦିଗପହଣ୍ଡି, ଶେରଗଡ଼, ବଡଗଡ, ସୋରଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ ବୁଲାବୁଲି କରିବା ସହ ଚାବି ପଡ଼ିଥିବା ଘରଗୁଡ଼ିକୁ ଚିହ୍ନଟ କରିଥାନ୍ତି। ସୁବିଧା ସୁଯୋଗ ଦେଖି ରାତିରେ ତାଲା ଭାଙ୍ଗି ଚୋରି କରିଥାନ୍ତି। ଗତ ୧୩ ତାରିଖ ରାତିରେ ପୂର୍ବ ଯୋଜନା ପ୍ରକାରେ ଅଭିଯୁକ୍ତମାନେ ହରି ଡାକୁଆଙ୍କ ଅଟୋ (ଓଡି ୦୭ ସି ୦୪୯୩) ଯୋଗେ ପାଟପୁର ଥାନା କଂସାମାରୀ ଗ୍ରାମରେ ପହଞ୍ଚି ଜି. ରବିନ୍ଦ୍ର ଦୋରାଙ୍କ ଘରେ ପଶି ବହୁ ସୁନା, ରୁପା ଅଳଙ୍କାର ଓ ନଗଦ ପ୍ରାୟ ୫ ହଜାର ଟଙ୍କା ଲୁଟି ନେଇଥିଲେ। ପରଦିନ ସକାଳୁ ରବିନ୍ଦ୍ର ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ. ୨୬୬/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଶନିବାର ପୋଲିସ ପାଟପୁର, ଶେରଗଡ଼ ଓ ବଡଗଡ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ଆଣି ଜେରା କରିବା ପରେ ପୋଲିସ ସମ୍ମୁଖରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନେ ଚୋରି କରିଥିବା ଅଳଙ୍କାର ଶେରଗଡ଼ର ବ୍ୟବସାୟୀ ରମେଶଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦେବାପରେ ସେହି ଟଙ୍କାକୁ ଭାଗବାଣ୍ଟ କରି ନେଇଥିବା ମାନିଥିଲେ। ଏହାପରେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇଆଇସି ମନୋଜ କୁମାର ପ୍ରଧାନ, ବଡଗଡ ଆଇଆଇସି ସୁରଜ କୁମାର ଝଙ୍କାର ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri