ଦିନରେ ଝାଡ଼ୁ ବେପାର,ରାତିରେ ଚୋରି

ଦିଗପହଣ୍ଡି/ପାଟପୁର,୨୮ା୫(ଡି.ଏନ.ଏ.): ପାଟପୁର ଥାନା ଇଲାକାରେ ଦିନରେ ଝାଡୁ ବେପାର କରି ରାତିରେ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ଚିହ୍ନଟ କରି ୬ ସଦସ୍ୟଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶେରଗଡ଼ ଥାନା ଧବଳପୁର ଗ୍ରାମର ହରି ଡାକୁଆ, କୁରେଶୁ ଡାକୁଆ, ଟୋପାଗୁଲୁ, ଟୁନା , ପାଟପୁର ଥାନା ଜୟନଗର ଗ୍ରାମର ଏସ୍‌. ସାହେବ, ଏସ୍‌. ବିକ୍ରମ ଏବଂ ଶେରଗଡ଼ର ସୁନା ବ୍ୟବସାୟୀ ବି.ରମେଶ ପାତ୍ର। ପୋଲିସ ସେମାନଙ୍କ ନିକଟରୁ ୭୦ ଗ୍ରାମ ସୁନା ଅଳଙ୍କାର, ପ୍ରାୟ ୧ ଶହ ଗ୍ରାମ ରୁପା ଅଳଙ୍କାର ସମେତ ମୋବାଇଲ ଫୋନ ଓ ଚୋରି ଘଟଣାରେ ବ୍ୟବହୃତ ଏକ ଅଟୋକୁ ଜବତ କରିଛି।
ଖବରଅନୁଯାୟୀ, ଗତ କିଛି ଦିନ ଧରି ଅଭିଯୁକ୍ତମାନେ ଦିନରେ ଝାଡୁ ବେପାର ପାଇଁ ପାଟପୁର, ଦିଗପହଣ୍ଡି, ଶେରଗଡ଼, ବଡଗଡ, ସୋରଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ ବୁଲାବୁଲି କରିବା ସହ ଚାବି ପଡ଼ିଥିବା ଘରଗୁଡ଼ିକୁ ଚିହ୍ନଟ କରିଥାନ୍ତି। ସୁବିଧା ସୁଯୋଗ ଦେଖି ରାତିରେ ତାଲା ଭାଙ୍ଗି ଚୋରି କରିଥାନ୍ତି। ଗତ ୧୩ ତାରିଖ ରାତିରେ ପୂର୍ବ ଯୋଜନା ପ୍ରକାରେ ଅଭିଯୁକ୍ତମାନେ ହରି ଡାକୁଆଙ୍କ ଅଟୋ (ଓଡି ୦୭ ସି ୦୪୯୩) ଯୋଗେ ପାଟପୁର ଥାନା କଂସାମାରୀ ଗ୍ରାମରେ ପହଞ୍ଚି ଜି. ରବିନ୍ଦ୍ର ଦୋରାଙ୍କ ଘରେ ପଶି ବହୁ ସୁନା, ରୁପା ଅଳଙ୍କାର ଓ ନଗଦ ପ୍ରାୟ ୫ ହଜାର ଟଙ୍କା ଲୁଟି ନେଇଥିଲେ। ପରଦିନ ସକାଳୁ ରବିନ୍ଦ୍ର ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ. ୨୬୬/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଆଇଆଇସି ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଶନିବାର ପୋଲିସ ପାଟପୁର, ଶେରଗଡ଼ ଓ ବଡଗଡ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରି ଥାନାକୁ ଆଣି ଜେରା କରିବା ପରେ ପୋଲିସ ସମ୍ମୁଖରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନେ ଚୋରି କରିଥିବା ଅଳଙ୍କାର ଶେରଗଡ଼ର ବ୍ୟବସାୟୀ ରମେଶଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦେବାପରେ ସେହି ଟଙ୍କାକୁ ଭାଗବାଣ୍ଟ କରି ନେଇଥିବା ମାନିଥିଲେ। ଏହାପରେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଶେରଗଡ଼ ଆଇଆଇସି ମନୋଜ କୁମାର ପ୍ରଧାନ, ବଡଗଡ ଆଇଆଇସି ସୁରଜ କୁମାର ଝଙ୍କାର ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri