ପଇଡ଼ରେ ନିଶା ଦେଇ ଦୁଇ ଯାତ୍ରୀଙ୍କଠୁ ଲୁଟ୍‌

ବ୍ରହ୍ମପୁର ଅଫିସ,୧୭ା୧୨: ପୁରୀ- ଗୁଣପୁର ଟ୍ରେନରେ ଏବେ ଲୁଟେରା ସକ୍ରିୟ ହୋଇଛନ୍ତି। ପୁଣି ପଇଡ଼ରେ ନିଶା ଦେଇ ୨ଯାତ୍ରୀଙ୍କୁ ଲୁଟିଛନ୍ତି। ୧୫ଦିନ ମଧ୍ୟରେ ସମାନ ଢଙ୍ଗରେ ଦୁଇଟି ଲୁଟ୍‌ ଘଟଣା ସାମନାକୁ ଆସିଥିବାରୁ ଲୋକେ ଉକ୍ତ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ସେପଟେ ଲୁଟେରାମାନେ ଏହି ଟ୍ରେନକୁ ସୁରକ୍ଷିତ ଭାବି ସରକାରୀ ରେଲଓ୍ବେ ପୋଲିସ (ଜିଆର୍‌ପି) ଓ ରେଳ ସୁରକ୍ଷା ବଳ (ଆର୍‌ପିଏଫ)କୁ ଖୋଲା ଚାଲେଞ୍ଜ ଦେଇଛନ୍ତି।
ରାତିରେ ବ୍ରହ୍ମପୁର ରେଳଷ୍ଟେଶନର ୪ନଂ ପ୍ଲାଟଫର୍ମରୁ ରେଳବାଇ ପୋଲିସ ଅଚେତ ଅବସ୍ଥାରେ ୨ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ସେମାନେ ହେଲେ ପୁରୀ, ତାଳବଣିଆ ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀର ଦୀପକ କୁମାର ସାମନ୍ତରା(୫୦) ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ନରସୀମାପେଟ୍ଟାର ଏସ. ଧର୍ମେଶ୍ୱର ରାଓ(୫୮)। କରାଟେ ମାଷ୍ଟର ଦୀପକ ଗୁରୁବାର ପୁରୀ- ଗୁଣପୁର ଟ୍ରେନ୍‌ରେ ବାଲୁଗାଁ ଯାଉଥିଲେ। ସାକ୍ଷୀଗୋପାଳ ନିକଟରେ ତାଙ୍କୁ କେହି ପଇଡ଼ ପିଇବାକୁ ଦେଇଥିଲେ। କିଛି ସମୟ ପରେ ସେ ଅଚେତ ହୋଇପଡ଼ିଥିଲେ। ଟ୍ରେନ ବାଲୁଗାଁ ଷ୍ଟେଶନ ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିବାରେ ଦୀପକଙ୍କୁ ଅଚେତ ଅବସ୍ଥାରେ ଆର୍‌ପିଏଫ ଓହ୍ଲାଇଥିଲା। ସେହିପରି ଉକ୍ତ ଟ୍ରେନରେ ଫେରୁଥିବା ଧର୍ମେଶ୍ୱରଙ୍କୁ ମଧ୍ୟ ସାକ୍ଷୀଗୋପାଳ ଠାରେ କେହି ନିଶାଯୁକ୍ତ ପଇଡ଼ ପିଇବାକୁ ଦେଇଥିବାରୁ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଆରପିଏଫ ବ୍ରହ୍ମପୁର ରେଳଷ୍ଟେଶନରେ ଓଲ୍ଲାଇଥିଲା। ଜିଆରପି ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ଶୁକ୍ରବାର ସେମାନେ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି। ଲୁଟେରା ଦୀପକଙ୍କ ବେକରୁ ସୁନା ଚେନ ଓ ତାଙ୍କ ଲାପଟପ ଏବଂ ଧର୍ମେଶ୍ୱରଙ୍କ ସୁନା ଚେନ, ମୋବାଇଲ ଫୋନ ଲୁଟି ନେଇଥିବା ପୋଲିସକୁ କହିଛନ୍ତି। ଟ୍ରେନରେ ଏଭଳି ଦୁଇଟି ଘଟଣା ପରେ ଜିଆରପିର ନିଦ ହଜିଯାଇଛି। ଲୁଟେରାଙ୍କୁ ଠାବ କରିବା ପାଇଁ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଟ୍ରେନରେ ଅଣଓଡ଼ିଆ ଲୁଟେରା ଗ୍ୟାଙ୍ଗ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ପୋଲିସ ଟିମ୍‌ ଟ୍ରେନରୁ ଦୁଇଜଣ ଝାଡ଼଼ଖଣ୍ଡ ଯୁବକଙ୍କୁ କାବୁ କରି ସେମାନଙ୍କୁ ଜେରା କରୁଛି। ସେମାନଙ୍କ ବୟାନକୁ ଆଧାର କରି ଉକ୍ତ ଲୁଟେରା ଗ୍ୟାଙ୍ଗର ମୁଖିଆଙ୍କୁ ଧରିବା ପାଇଁ ବିଶାଖାପାଟଣାରେ ଅନ୍ୟ ଏକ ପୋଲିସ ଟିମ ଡେରା ପକାଇଛି। ଖୁବଶୀଘ୍ର ଉକ୍ତ ଲୁଟେରା ଗ୍ୟାଙ୍ଗକୁ ଧରାଯିବ ବୋଲି ରେଲ ବିଭାଗ ଡିଏସପି ଆଦିତ୍ୟ ସେଠୀ ସୂଚନା ଦେଇଛନ୍ତି।
ଗତ ୩୦ତାରିଖରେ ପୁରୀ-ଗୁଣପୁର ଟ୍ରେନରେ ବ୍ରହ୍ମପୁର ଆସୁଥିବା ବ୍ରହ୍ମପୁର-ଆଙ୍କୁଲି ଅଞ୍ଚଳର ଏକ ଦମ୍ପତିଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ସାକ୍ଷୀଗୋପାଳ ଠାରେ କେହି ପଇଡ଼ ପିଇବାକୁ ଦେଇଥିଲେ। ନିଶାଯୁକ୍ତ ପଇଡ଼ ପିଇ ସମସ୍ତେ ଚେତାଶୂନ୍ୟ ହୋଇଯିବାରୁ ସେମାନଙ୍କ ପାଖରୁ ଟଙ୍କା, ମୋବାଇଲ୍‌ ଫୋନ ସହ ଅନ୍ୟ ସାମଗ୍ରୀ ଲୁଟେରା ନେଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri