ରାସ୍ତା, ପାଣି ମୁଖ୍ୟ ସମସ୍ୟା

କଣ୍ଟାବାଞ୍ଜି,୧୮ା୧୨(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଆଦିବାସୀ ବହୁଳ କୁଇବାହାଲ ଗ୍ରାମ ପଞ୍ଚାୟତ। ପଞ୍ଚାୟତ ସଦର ଗ୍ରାମ କୁଇବାହାଲ ସହିତ କଲୋନୀପଡା, ସୁରିପଡା, ମହୁଲପଡା, ଦେବାହାଲିଆ ପଡା, କିନ୍ଦେରକେଲା ଓ ଖଲିଆପଡା ଆଦି ୬ଟି ପଡା ରହିଛି। ଆଜି ବି ଏହି ସବୁ ପଡାର ଜନସାଧାରଣ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ପଡାକୁ ନାହିଁ ସ୍ଥାୟୀ ରାସ୍ତା। ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପାଇପ ଜଳଯୋଗାଣ ନ ଥିବାରୁ ପାରମ୍ପରିକ ଉତ୍ସରୁ ଲୋକେ ଦୂଷିତ ପାଣି ସଂଗ୍ରହ କରୁଛନ୍ତି। ବିଦ୍ୟୁତ୍‌ ସଂଯୋଗ ଅଦ୍ୟାବଧି ହୋଇନାହିଁ। ଏସବୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। କୁଇବାହାଲ ଗ୍ରାମଠାରୁ ଅନତି ଦୂରରେ ରହିଛି କଲୋନୀପଡା। ପଡାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରହିଛି ୫ଟି ଶ୍ରେଣୀ। ସ୍କୁଲରେ ପାଣି ସମସ୍ୟା ରହିଛି। ପଡାକୁ ନାହିଁ ଭଲ ରାସ୍ତା। ଫଳରେ ବର୍ଷାଦିନରେ କାଦୁଅ ପଚପଚ ରାସ୍ତାରେ ଛାତ୍ରୀଛାତ୍ର ସ୍କୁଲ ଯାଆନ୍ତି। ସେହିପରି ସୁରିପଡାରେ ରହନ୍ତି ୩୦ଆଦିବାସୀ ପରିବାର। ପଡାରେ ବିଦ୍ୟୁତ୍‌ ଓ ପାଣି ସମସ୍ୟା ରହିଛି। ପଡାରେ ୨୦୨୩-୨୪ ବର୍ଷରେ ପଞ୍ଚଦଶ ଯୋଜନାରୁ ୭୫ହଜାର ଟଙ୍କା ଅଟକଳରେ ଏକ ନଳକୂପ ଟାଙ୍କି କରାଯାଇଛି। ହେଲେ ଉକ୍ତ ନଳକୂପରୁ ଠିକ୍‌ ଭାବେ ପାଣି ବାହାରୁ ନ ଥିବାରୁ ପାଣିଟାଙ୍କି କୌଣସି କାମରେ ଲାଗୁନାହିଁ। ଖରାଦିନେ ଜଳକଷ୍ଟ ସାଂଘାତିକ ହୋଇଥାଏ। ମହୁଲପଡାରେ ୪୦ ଆଦିବାସୀ ପରିବାର ରହନ୍ତି। ୨ଟି ନଳକୂପ ରହିଛି। ହେଲେ ପାଣି ବାହାରୁ ନ ଥିବାରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି। ପଡାବାସୀ ଖେତରେ କୂଅ ଖୋଳି ପାଣି ସଂଗ୍ରହ କରୁଛନ୍ତି। କିନ୍ଦେରକେଲା ଓ ଖଲିଆପଡାରେ ସମାନ ସମସ୍ୟା। କୁଇବାହାଲ ସଦର ଗ୍ରାମଠାରୁ ସମସ୍ତ ପଡାର ଦୂରତା ୫ରୁ ୬କିମି। ଏଣୁ ଏହି ସବୁ ପଡାର କୁନି ପିଲାଏ ଆଙ୍ଗନବାଡି ଏବଂ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହିଛନ୍ତି। ୬ ପଡାକୁ ପଞ୍ଚାୟତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ନ ଥିବାରୁ ଲୋକେ ଜଙ୍ଗଲ ମଧ୍ୟଦେଇ ହେଡକ୍ୱାର୍ଟର୍ସକୁ ଯାଇଥାନ୍ତି। ସ୍ବାସ୍ଥ୍ୟସେବା କଥା ନ କହିଲେ ଭଲ। ଏ ନେଇ ସରପଞ୍ଚ ବିଳାସ ପୁଟେଲଙ୍କୁ ପଚାରିବାରୁ ଛଅଟି ଯାଇ ପଡା ଦେଇ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା କରିବ ବୋଲି ସର୍ଭେ କରିଛି। ଫଳରେ ପଞ୍ଚାୟତ ତରଫରୁ କୌଣସି ମାଟି କାମ କରାଯାଇ ପାରୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଞ୍ଚାୟତର ପ୍ରସ୍ତାବ ଅନୁସାରେ ଅନେକ ଥର ଲିଖିତ ଜଣାଇଲେ ବି କୌଣସି ସୁଫଳ ମିଳୁନାହିଁ। ଅବିଳମ୍ବେ ଏହି ସବୁ ପଡାକୁ ପାଣି, ବିଦ୍ୟୁତ୍‌, ରାସ୍ତା, ଆଙ୍ଗନବାଡି କେନ୍ଦ୍ର ଏବଂ କେନ୍ଦ୍ରସ୍ଥଳରେ ଏକ ପ୍ରାଥମିକ ବିଦ୍ୟାଳୟ ବ୍ୟବସ୍ଥା କରିବାକୁ ପଡାବାସୀଙ୍କ ସହ ସାମାଜିକ କର୍ମୀ ସୁବାଷ ପୁଟେଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri