୯୦ ଥର ରକ୍ତଦାନ କରି ଚର୍ଚ୍ଚାରେ କିଶୋର

ନୂଆପଡ଼ା,୧୮।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ମାଗୁରପାଣି ଛୋଟିଆ ଗାଁର କିଶୋର କୁମାର ପରିଡା (୪୯)। ୪୯ ବର୍ଷ ବୟସରେ ୯୦ ଥର ରକ୍ତଦାନ କରି ଜିଲା ତଥା ଜିଲା ବାହାରେ ପ୍ରସଂଶିତ ହୋଇ ଅଞ୍ଚଳ ତଥା ଜିଲା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ସେ ନିୟମିତ ରକ୍ତଦାତା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ହୋଇଛନ୍ତି। ସୂଚନା ଯେ, କିଶୋର ପେସାରେ ଜଣେ ଶିକ୍ଷକ। ହେଲେ ନିଶା ତାଙ୍କର ସମାଜ ସେବା, ପରିବେଶ ସୁରକ୍ଷା, ରକ୍ତଦାନ କରିବା। ୪୯ ବର୍ଷ ବୟସରେ ୯୦ ଥର ସ୍ବେଚ୍ଛାକୃତ ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ୧୯୭୫ ଜୁନ ୧୦ରେ ସଦର ବ୍ଲକ ମାଗୁରପାଣି ଗାଁ ରେ ଜନ୍ମ ଗ୍ରହଣ କରିଥିବା ଶିକ୍ଷକ ପ୍ରମୋଦ ଚନ୍ଦ୍ର ପରିଡା ଓ ଭାନୁମତୀ ପରିଡାଙ୍କ ସୁପୁତ୍ର କିଶୋର ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ୧୯୯୩ରେ ଯୁକ୍ତ ୩ ଅଧ୍ୟୟନ କରିବା ସମୟରେ ରକ୍ତଦାନ କରିବାକୁ ଆକର୍ଷିତ ହୋଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଶେଷ କରି ୨୦୦୫ରେ ମାଗୁରପାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ପଥମେ ଜଣେ ଗର୍ଭବତୀଙ୍କୁ ରକ୍ତଦାନ କରି ଉତ୍ସର୍ଗୀକୃତ ହୋଇ ପୁଣି ରକ୍ତଦାନ କରିବା ପାଇଁ ମନ ଟାଣି ଆଣିଲା। ନୂଆପଡା ରକ୍ତ ଭଣ୍ଡାର ଅଧିକାରୀ ସ୍ବର୍ଗତ ଡା.ବାଙ୍କ ବିହାରୀ ନେଗୀଙ୍କ ମାର୍ଗ ଦର୍ଶନ ଓ ନୂଆପଡାର ଅଗ୍ରଣୀ ୟୁଥମାସ କ୍ଲବ ବରିଷ୍ଠ ସଦସ୍ୟ ତଥା କ୍ରୀଡା ଜଗତର ଜିଲା ମାର୍ଗ ଦର୍ଶକ ସରୋଜ କୁମାର ସାହୁ (ଭୈରବ)ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ରକ୍ତଦାନ ପରି ମହତ କାର୍ଯ୍ୟକୁ ନିଜ ଜୀବନର ମୂଳ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।
ଗରିବ, ଅସହାୟଙ୍କୁ ରକ୍ତଦାନ କରି ଶିକ୍ଷକରୁ ପାଲଟି ଯାଇଛନ୍ତି ନିୟମିତ ରକ୍ତଦାତା କିଶୋର। ରକ୍ତଦାନ ପାଇଁ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ନେହେରୁ ଯୁବ କେନ୍ଦ୍ର, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସାମାଜିକ ଅନୁଷ୍ଠାନଗୁଡିକଠାରୁ ପୁରସ୍କୃତ ହୋଇଛନ୍ତି। ୨୦୦୧ରୁ ସେ ଇଣ୍ଡିଆନ ରେଡ୍‌କ୍ରସ ଶୋସାଇଟିର ଆଜୀବନ ସଦସ୍ୟତା ଗ୍ରହଣ କରିଛନ୍ତି। ୨୦୦୩ରେ ସାଧାରଣତନ୍ତ୍ର ଦିବସରେ ନିୟମିତ ରକ୍ତଦାତା ରୂପେ ତଥା ଆର୍ନ୍ତଜାତୀୟ ରକ୍ତଦାନ ଦିବସରେ ସେ ପୁରସ୍କୃତ ହୋଇଛନ୍ତି। ଏହା ଛଡା ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସହାୟତା ଓ ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ଛାତ୍ର ଜୀବନରୁ ଅନେକ ଥର ଜାତୀୟ ଏକତା ଶିବିର, ରାଜ୍ୟ ଯୁବ ଉତ୍ସବ, ବେଳାଭୂମି ପଦଯାତ୍ରା, ଜାତୀୟ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଟ୍ରାକିଂ କ୍ୟାମ୍ପ ତଥା ସ୍ବାଧୀନତା ସଂଗ୍ରାମର ୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀଠାରେ ଆୟୋଜିତ ଯୁବ ପଦଯାତ୍ରାରେ କ୍ରାନ୍ତିପାର୍କ ମିରଟଠାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇ ପ୍ରତିନିଧିତ୍ୱ କରି ସାରିଛନ୍ତି। ଜଙ୍ଗଲ ବିଭାଗଙ୍କ ଇକୋ କ୍ଲବ ଗଠନରେ ନିଜକୁ ସାମିଲ କରିଥିଲେ। ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୨୦୦୪, ୨୦୦୫ ଓ ୨୦୧୮ରେ ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ସହ ସମାଜ ସେବା ପ୍ରତି ପ୍ରତିବଦ୍ଧତା ଆଜି ମଧ୍ୟ ଜାରି ରହିଛି। ସେ ଜଣେ ଆଦର୍ଶ ଶିକ୍ଷକ ସାଙ୍ଗକୁ ଉତ୍ତମ ରକ୍ତଦାତା ଓ ପ୍ରବର୍ତକ ଭାବେ ସୁନାମ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri