ଆବାସ ପାଇଁ ରାସ୍ତା ବାଧକ

ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି ସେମାନେ ନିଜର ଘର ଖଣ୍ଡିକ ତିଆରି କରିପାରିବେନି। କାରଣ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ ସାମଗ୍ରୀ ପହଞ୍ଚିବାକୁ ଗାଁକୁ ରାସ୍ତା ନାହିଁ। ତେଣୁ ଅନୁମତିପତ୍ର ଧରି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୋତ୍ତମ ପଞ୍ଚାୟତ ଖଇରାସାହି ବାସିନ୍ଦା।
ପୁରୁଣା କଟକ-ସମ୍ବଲପୁର ରାସ୍ତାଠାରୁ ମାତ୍ର ୩ କିଲୋମିଟର ଦୂର ଏବଂ କୋତ୍ତମ ପଞ୍ଚାୟତର ୫ନଂ. ଓ୍ବାର୍ଡ ଅଧୀନ ଖଇରାସାହିକୁ ମିଳଛି ରାଜସ୍ବ ଗ୍ରାମର ମାନ୍ୟତା। ହେଲେ ସବୁଦିନିଆ ରାସ୍ତା ଅପେକ୍ଷାରେ ବର୍ଷବର୍ଷ ବିତିଗଲାଣି। ଲୋକଙ୍କ ଗମନାଗମନର ମୁଖ୍ୟ ରାସ୍ତାରେ ପ୍ରଶାସନ ପକ୍ଷରୁ ଆଜିଯାଏ ଗାଣ୍ଡୁଆଏ ମାଟି ପଡ଼ି ନ ଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି। ଫଳରେ ଗ୍ରାମରେ ରହୁଥିବା ୨୦ ଦଳିତ ପରିବାରର ୮୦ ଜଣଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟ ସମେତ ଅନ୍ୟ ମୌଳିକ ଆବଶ୍ୟକତା ଅପହଞ୍ଚ ହୋଇରହିଛି। ବର୍ଷାଦିନେ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଗାଁରେ ୪ ଚକିଆ ଗାଡ଼ି ଗଡ଼ିବା କେହି ଦେଖିନାହାନ୍ତି। ଗୁରୁତର ରୋଗୀ, ଗର୍ଭବତୀ ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ପାନୀୟ ଜଳ ପାଇଁ ଥିବା ଏକମାତ୍ର ନଳକୂପ ଖରାଦିନେ ଅଚଳ ହୋଇପଡୁଛି। ଗ୍ରାମବାସୀ ନିଜ ଖର୍ଚ୍ଚରେ ଏହାକୁ ସଜାଡ଼ୁଛନ୍ତି। ସବୁଠାରୁ ବଡ଼କଥା ୫ନଂ. ଓ୍ବାର୍ଡ ଖଇରାସାହି ଏବଂ ରଥିଆପାଳ ଗ୍ରାମକୁ ନେଇ ଗଠିତ। ୮ କିଲୋମିଟର ଦୂରରେ ଅବସ୍ଥିତ ରଥିଆପାଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉଥିବାବେଳେ ସବୁଥିରୁ ବଞ୍ଚତ୍ତ ହୋଇରହିଛି ଖଇରାସାହି। ସେହିପରି ରାସ୍ତା ନ ଥିବାରୁ ନିର୍ମାଣ ସାମଗ୍ରୀ ପହଞ୍ଚତ୍ ପାରୁନାହିଁ। ତେଣୁ ଆବାସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ, ଯାହାକୁ ନେଇ ଅଞ୍ଚଳବାସୀ କ୍ଷୋଭ ବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଚିନ୍ମୟୀ ବିଶ୍ୱାଳ କୁହନ୍ତି, ଗ୍ରାମର ୧୦ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି। ହେଲେ ଗାଁକୁ ରାସ୍ତା ନ ଥିବାରୁ ଭାରିଯାନ ଚଳାଚଳ କରିପାରୁନାହିଁ। ନିର୍ମାଣ ସାମଗ୍ରୀ ଯାଇପାରୁ ନ ଥିବାରୁ ଘର କାମ ଆରମ୍ଭ ହୋଇପାରୁନାହିଁ। ଏ ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଓ୍ବାର୍ଡସଭ୍ୟ ଗଭି ନାଏକ କହିଛନ୍ତି, ପ୍ରତି ପଞ୍ଚାୟତ ସଭାରେ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଉଛି। ହେଲେ କେହି ନଜର ଦେଉନାହାନ୍ତି। ବିଡିଓ ଦାଶରଥି ଜେନା କୁହନ୍ତି, ସମସ୍ୟା ସମ୍ପର୍କରେ ଅବଗତ ନାହାନ୍ତି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅନୁଦାନ ଆସିଛି। ତୁରନ୍ତ ତଦନ୍ତ କରାଇ ପଦକ୍ଷେପ ନିଆଯିବ। ପର୍ଯ୍ୟାୟକ୍ରମେ ରାସ୍ତା ସହିତ ଅନ୍ୟ ସମସ୍ୟାର ସମାଧାନ କରିବା ଲାଗି ଦୃଷ୍ଟି ଦିଆଯିବ।
ଝିଅ ବାହା ଦେବାକୁ ଅମଙ୍ଗ ହେଉଛନ୍ତି
ଗାଁକୁ ରାସ୍ତା ନିର୍ମାଣ ସ୍ବପ୍ନ ହୋଇଛି। ଭଲ ରାସ୍ତା ନ ଥିବାରୁ ଏଠାରେ ଝିଅକୁ ବାହାଦେବାକୁ ଅନ୍ୟ ଅଞ୍ଚଳବାସୀ ରାଜି ହେଉନାହାନ୍ତି। ସରକାର ଖାଲି ତଦନ୍ତ କରୁଛନ୍ତି। କାମର ନାଁ ଗନ୍ଧ କିଛି ନାହିଁ।
-କୀର୍ତ୍ତନ ନାଏକ, ଗ୍ରାମବାସୀ
ରୋଗୀଙ୍କୁ ଖଟିଆ ଭରସା
ଦୀର୍ଘବର୍ଷ ହେଲା ମାଟିକାଦୁଅ ରାସ୍ତାରେ ଯିବା ଆସିବା କରୁଛୁ। ରୋଗୀ, ଗର୍ଭବତୀଙ୍କୁ ଖଟିଆ ଭରସା। ନଦୀ ପାର ହେବାକୁ ସେମାନଙ୍କୁ ବୋହି ନେବାକୁ ପଡୁଛି। ବର୍ଷାଦିନେ ଜେଲ ଭଳି ଅନୁଭବ ହେଉଛି।
-ଆଶା ନାଏକ, ଗ୍ରାମବାସୀ
ଇଚ୍ଛା ଥାଇ ବି ପାଠ ପଢ଼ିପାରୁନୁ

ବର୍ଷା ଦିନେ ରାସ୍ତା ଅତି କଦର୍ଯ୍ୟ ହୋଇପଡୁଛି। ସ୍କୁଲ ଯିବା ମୁସ୍କିଲ ହୋଇପଡୁଛି। ଇଚ୍ଛା ଥିଲେ ବି ବିଦ୍ୟାଳୟକୁ ଯାଇ ହେଉନି। ଏଥିଲାଗି ଗ୍ରାମର ୬-୭ଜଣ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିଛି।
-ଚନ୍ଦନ ନାଏକ, ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri