ଆବାସ ପାଇଁ ରାସ୍ତା ବାଧକ

ଭାପୁର, ୨୦।୧୦(ଡି.ଏନ.ଏ.) – ଆବାସ ଯୋଜନାରେ ଘର ତୋଳାହେବ। ଏଥିପାଇଁ ମିଳିଛି କାର୍ଯ୍ୟାଦେଶ। ଟଙ୍କା ବି ମଞ୍ଜୁର ହୋଇସାରିଲାଣି। ହେଲେ ହିତାଧିକାରୀ ଅସହାୟ। ଇଚ୍ଛାଥିଲେ ବି ସେମାନେ ନିଜର ଘର ଖଣ୍ଡିକ ତିଆରି କରିପାରିବେନି। କାରଣ ବାସଗୃହ ନିର୍ମାଣ ଲାଗି ଆବଶ୍ୟକ ସାମଗ୍ରୀ ପହଞ୍ଚିବାକୁ ଗାଁକୁ ରାସ୍ତା ନାହିଁ। ତେଣୁ ଅନୁମତିପତ୍ର ଧରି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୋତ୍ତମ ପଞ୍ଚାୟତ ଖଇରାସାହି ବାସିନ୍ଦା।
ପୁରୁଣା କଟକ-ସମ୍ବଲପୁର ରାସ୍ତାଠାରୁ ମାତ୍ର ୩ କିଲୋମିଟର ଦୂର ଏବଂ କୋତ୍ତମ ପଞ୍ଚାୟତର ୫ନଂ. ଓ୍ବାର୍ଡ ଅଧୀନ ଖଇରାସାହିକୁ ମିଳଛି ରାଜସ୍ବ ଗ୍ରାମର ମାନ୍ୟତା। ହେଲେ ସବୁଦିନିଆ ରାସ୍ତା ଅପେକ୍ଷାରେ ବର୍ଷବର୍ଷ ବିତିଗଲାଣି। ଲୋକଙ୍କ ଗମନାଗମନର ମୁଖ୍ୟ ରାସ୍ତାରେ ପ୍ରଶାସନ ପକ୍ଷରୁ ଆଜିଯାଏ ଗାଣ୍ଡୁଆଏ ମାଟି ପଡ଼ି ନ ଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି। ଫଳରେ ଗ୍ରାମରେ ରହୁଥିବା ୨୦ ଦଳିତ ପରିବାରର ୮୦ ଜଣଙ୍କ ନିକଟରେ ଶିକ୍ଷା, ସ୍ବାସ୍ଥ୍ୟ ସମେତ ଅନ୍ୟ ମୌଳିକ ଆବଶ୍ୟକତା ଅପହଞ୍ଚ ହୋଇରହିଛି। ବର୍ଷାଦିନେ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଗାଁରେ ୪ ଚକିଆ ଗାଡ଼ି ଗଡ଼ିବା କେହି ଦେଖିନାହାନ୍ତି। ଗୁରୁତର ରୋଗୀ, ଗର୍ଭବତୀ ଖଟିଆରେ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ପାନୀୟ ଜଳ ପାଇଁ ଥିବା ଏକମାତ୍ର ନଳକୂପ ଖରାଦିନେ ଅଚଳ ହୋଇପଡୁଛି। ଗ୍ରାମବାସୀ ନିଜ ଖର୍ଚ୍ଚରେ ଏହାକୁ ସଜାଡ଼ୁଛନ୍ତି। ସବୁଠାରୁ ବଡ଼କଥା ୫ନଂ. ଓ୍ବାର୍ଡ ଖଇରାସାହି ଏବଂ ରଥିଆପାଳ ଗ୍ରାମକୁ ନେଇ ଗଠିତ। ୮ କିଲୋମିଟର ଦୂରରେ ଅବସ୍ଥିତ ରଥିଆପାଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉଥିବାବେଳେ ସବୁଥିରୁ ବଞ୍ଚତ୍ତ ହୋଇରହିଛି ଖଇରାସାହି। ସେହିପରି ରାସ୍ତା ନ ଥିବାରୁ ନିର୍ମାଣ ସାମଗ୍ରୀ ପହଞ୍ଚତ୍ ପାରୁନାହିଁ। ତେଣୁ ଆବାସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ, ଯାହାକୁ ନେଇ ଅଞ୍ଚଳବାସୀ କ୍ଷୋଭ ବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଚିନ୍ମୟୀ ବିଶ୍ୱାଳ କୁହନ୍ତି, ଗ୍ରାମର ୧୦ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି। କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି। ହେଲେ ଗାଁକୁ ରାସ୍ତା ନ ଥିବାରୁ ଭାରିଯାନ ଚଳାଚଳ କରିପାରୁନାହିଁ। ନିର୍ମାଣ ସାମଗ୍ରୀ ଯାଇପାରୁ ନ ଥିବାରୁ ଘର କାମ ଆରମ୍ଭ ହୋଇପାରୁନାହିଁ। ଏ ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଓ୍ବାର୍ଡସଭ୍ୟ ଗଭି ନାଏକ କହିଛନ୍ତି, ପ୍ରତି ପଞ୍ଚାୟତ ସଭାରେ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଉଛି। ହେଲେ କେହି ନଜର ଦେଉନାହାନ୍ତି। ବିଡିଓ ଦାଶରଥି ଜେନା କୁହନ୍ତି, ସମସ୍ୟା ସମ୍ପର୍କରେ ଅବଗତ ନାହାନ୍ତି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅନୁଦାନ ଆସିଛି। ତୁରନ୍ତ ତଦନ୍ତ କରାଇ ପଦକ୍ଷେପ ନିଆଯିବ। ପର୍ଯ୍ୟାୟକ୍ରମେ ରାସ୍ତା ସହିତ ଅନ୍ୟ ସମସ୍ୟାର ସମାଧାନ କରିବା ଲାଗି ଦୃଷ୍ଟି ଦିଆଯିବ।
ଝିଅ ବାହା ଦେବାକୁ ଅମଙ୍ଗ ହେଉଛନ୍ତି
ଗାଁକୁ ରାସ୍ତା ନିର୍ମାଣ ସ୍ବପ୍ନ ହୋଇଛି। ଭଲ ରାସ୍ତା ନ ଥିବାରୁ ଏଠାରେ ଝିଅକୁ ବାହାଦେବାକୁ ଅନ୍ୟ ଅଞ୍ଚଳବାସୀ ରାଜି ହେଉନାହାନ୍ତି। ସରକାର ଖାଲି ତଦନ୍ତ କରୁଛନ୍ତି। କାମର ନାଁ ଗନ୍ଧ କିଛି ନାହିଁ।
-କୀର୍ତ୍ତନ ନାଏକ, ଗ୍ରାମବାସୀ
ରୋଗୀଙ୍କୁ ଖଟିଆ ଭରସା
ଦୀର୍ଘବର୍ଷ ହେଲା ମାଟିକାଦୁଅ ରାସ୍ତାରେ ଯିବା ଆସିବା କରୁଛୁ। ରୋଗୀ, ଗର୍ଭବତୀଙ୍କୁ ଖଟିଆ ଭରସା। ନଦୀ ପାର ହେବାକୁ ସେମାନଙ୍କୁ ବୋହି ନେବାକୁ ପଡୁଛି। ବର୍ଷାଦିନେ ଜେଲ ଭଳି ଅନୁଭବ ହେଉଛି।
-ଆଶା ନାଏକ, ଗ୍ରାମବାସୀ
ଇଚ୍ଛା ଥାଇ ବି ପାଠ ପଢ଼ିପାରୁନୁ

ବର୍ଷା ଦିନେ ରାସ୍ତା ଅତି କଦର୍ଯ୍ୟ ହୋଇପଡୁଛି। ସ୍କୁଲ ଯିବା ମୁସ୍କିଲ ହୋଇପଡୁଛି। ଇଚ୍ଛା ଥିଲେ ବି ବିଦ୍ୟାଳୟକୁ ଯାଇ ହେଉନି। ଏଥିଲାଗି ଗ୍ରାମର ୬-୭ଜଣ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିଛି।
-ଚନ୍ଦନ ନାଏକ, ଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri