ମେଶିନରେ ଚାଲିଛି ରାସ୍ତା କାମ

ଘଟଗାଁ,୫ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବସନ୍ତପୁର ପଞ୍ଚାୟତରରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା)ବାଟବଣା ହୋଇଛି। ଏଠାରେ ଶ୍ରମିକଙ୍କୁ ଅଣଦେଖା କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ମାଟି, ମୋରମ ପକାଯାଇଥିବା ଅଭିଯୋଗ ହୋଇଛି। ଏସବୁ କାର୍ଯ୍ୟ ଦିନ ଦ୍ୱିପ୍ରପହରରେ କରାଯାଉଥିବା ବେଳେ ଜିଆରଏସ, ପିଇଓ ଓ ବ୍ଲକ୍‌ ପ୍ରଶାସନ ପାଖରେ ଖବର ନାହିଁ।
ପ୍ରକାଶ ଯେ, ପତ୍ର ୩୦୩ ଅନୁଯାୟୀ ବାସନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଉକୁଛାବେଡ଼ା ଚତୁରୀ ସାହିଠାରୁ କ୍ରସର ରୋଡ଼ ରାସ୍ତା ସାହି ରାସ୍ତା କାର୍ଯ୍ୟ ଆର୍ଥିକ ବର୍ଷ ୨୦୨୧-୨୨ ଏମଜିଏନ୍‌ଆର୍‌ଇଜିଏସରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ମାତ୍ର ସୂଚନା ଫଳକରେ କାର୍ଯାରମ୍ଭ ତାରିଖ ଉଲ୍ଲେଖ ହୋଇନାହିଁ। କିମ୍ବା ଅନ୍ୟ କୌଣସି ସୂଚନା ଠିକ୍‌ ଭାବେ ଦିଆଯାଇନାହିଁ। ଉକ୍ତ କାର୍ଯ୍ୟର କୋଡ଼ ନଂ. ୨୪୦୩୦୦୪୦୦୬/ଆରସି/୧୦୪୭୮୯୯୧ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ ୱେବ ସାଇଟ୍‌ରୁ କାର୍ଯ୍ୟଟି ଗତ ୧୩ ଜୁଲା ୨୧ ପ୍ରକଳ୍ପ ବ୍ୟୟ ମଞ୍ଜୁରୀ ଆଧାରରେ କରାଯାଇ ୧୦ ଦିନ ମଧ୍ୟରେ ଅର୍ଥାତ ୨୨ ଜୁଲାଇ ୨୧ରେ ୪ ଲକ୍ଷ ୫୯ହଜାର ୬୩୩ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ୯ ମାସ କାମ ବନ୍ଦ ପରେ ଗତ ସପ୍ତାହରେ ଗୋଟିଏ ଜେସିବି ମେଶିନ ଓ ୨ ଟ୍ରାକ୍ଟର ଲଗାଇ ଏକ ପୋଖରୀ ହୁଡ଼ାରୁ ମାଟିମିଶା ମୋରମ ଉକ୍ତ ରାସ୍ତା ବିଛେଇ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ଯ୍ୟ ଚାଲୁଥିବା ସମୟରେ ଶ୍ରମିକମାନଙ୍କ ଫଟୋ ସକାଳେ ସନ୍ଧ୍ୟାରେ ଉଠାଯାଇ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ ସାଇଟ୍‌ରେ ଅପଲୋଡ଼ ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ଉଲଂଘନ କରାଯାଇଛି। ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କାର୍ଯ୍ୟରେ ନୂତନ ଭାବେ ଯୋଗ ଦେଇଛନ୍ତି। ଏ ବାବଦରେ ଜାଣି ନ ଥିବା ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ ପିଇଓ ବୁଦ୍ଧଦେବ ମହାକୁଡ଼ଙ୍କୁ ପଚାରିବାରୁ ସେ ଏହା ଗତବର୍ଷର କାର୍ଯ୍ୟ ଏଣୁ ଏବେ କାମ ବିଷୟରେ ସେ ଜାଣି ନ ଥିବା କହିଥିଲେ। ପଞ୍ଚାୟତର ଜିଆରଏସ୍‌ଙ୍କୁ ପଚାରିବାରୁ ସେ ମଧ୍ୟ ନୂଆ ଆସିଥିବା ଓ ଏ କାର୍ଯ୍ୟ ପାଇଁ ଡିମାଣ୍ଡ ହୋଇ ନ ଥିବା ସୂଚନା ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri