ସଡ଼କ ପରିବହନ ସେବା ବିପର୍ଯ୍ୟସ୍ତ: ରୋଡ୍‌ ଟ୍ୟାକ୍ସ ଛାଡ଼ ହେଉ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ନୁହେଁ, ବିଭିନ୍ନ କ୍ଷେତ୍ରରେ ଜୀବିକା ଉପରେ ପ୍ରଚଣ୍ଡ ପ୍ରହାର ଦେଇଛି। ରାଜ୍ୟ ଅର୍ଥନୀତିରେ ଯାତ୍ରୀ ପରିବହନ ସେବା ଏକ ବଡ ଅଂଶ। କରୋନା ସଂକ୍ରମଣ ଆଶଙ୍କା ଦେଖାଦେବା ଦିନ ଠାରୁ ଏହି କ୍ଷେତ୍ର ଏକ ପ୍ରକାର ଭୁଶୁଡିବା ସ୍ତରକୁ ଚାଲି ଆସିଛି। ଯାତ୍ରୀ ପରିବହନରେ ନିୟୋଜିତ ଥିବା ଘରୋଇ ବସ୍‌, ଅଟୋ ରିକ୍ସା ଏବଂ ଟ୍ୟାକ୍ସିଗୁଡିକ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କର ଜୀବିକା ବିପନ୍ନ ହୋଇପଡିଛି। ଏଭଳି ସ୍ଥିତିରୁ ମୁକୁଳିବା ଲାଗି ରୋଡ୍‌ ଟ୍ୟାକ୍ସ ଛାଡ଼ କରିବା ସକାଶେ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ସଡ଼କ ପରିବହନ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହେବାର ଆଶଙ୍କା ଉପୁଜିଲାଣି।
ଯାତ୍ରୀ ହେଉ ନ ଥିବାରୁ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ବିଭିନ୍ନ ଜିଲାରେ ହେଉଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ବସ୍‌ ସେବାକୁ ଆହୁରି ବିପର୍ଯ୍ୟୟ ଆଡକୁ ଠେଲି ଦେଇଛି । ରାଜ୍ୟରେ ୧୪ ହଜାର ଘରୋଇ ବସ ଚଳାଚଳ କରୁଛି। ତେବେ କୋଭିଡ୍‌-୧୯ ଶଟ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ ତାରିଖଠାରୁ ଏହି ବସ ସେବା ପ୍ରାୟ ଅଢେଇ ମାସ କାଳ ବନ୍ଦ ରହିଥିଲା। ତେବେ ମେ ପହିଲାରୁ ବସ ଚଳାଚଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ସରକାରୀ ଓ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଉ ପୂର୍ବସ୍ଥିତିକୁ ଫେରିପାରୁ ନାହିଁ। ବସରେ ଯାତ୍ରୀ ସେବା ଏକ ପ୍ରକାର ଠପ ହୋଇଯାଇଛି। ବସରେ ୨୦ ପ୍ରତିଶତରୁ କମ ଯାତ୍ରୀ ଯାତାୟାତ କରୁଛନ୍ତି। ମେ ଓ ଜୁନରେ ଓଏସଆରଟିସି ୬୦ଟି ବସ ଚଳାଉଥିବା ବେଳେ ଜୁଲାଇରେ ୪୦କୁ ଖସି ଆସିଛି। ସେହିପରି ରାଜ୍ୟରେ ୧୪,୦୦୦ ଘରୋଇ ବସ୍‌ ମଧ୍ୟରୁ ୭୦୦ ବସ୍‌ ଚଳାଚଳ କରୁଥିଲା। ଜୁଲାଇ ମାସରେ ତାହା ୧୫୦କୁ ଖସି ଆସିଛି। ଗଞ୍ଜାମ, ରାଉରକେଲା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲାରେ ଶଟ୍‌ଡାଉନ ଘୋଷଣା ହେବା ଦ୍ୱାରା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହା ଉପରେ ନିର୍ଭର କରୁଥିବା ୪୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲି ଯାଇଛି। ବସ୍‌ ମାଲିକ, କର୍ମଚାରୀ ଏବଂ ପରୋକ୍ଷ ଭାବରେ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ପରିବାରକୁ ଯଦି ହିସାବ କରାଯାଏ ତେବେ ଯାତ୍ରୀ ପରିବହନ ସେବା ଉପରେ ନିର୍ଭର କରୁଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୁହଁରୁ ଆହାର ଯିବାକୁ ବସିଲାଣି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁଯାୟୀ ଗତ ୩ ମାସ ଧରି ବସ୍‌ଗୁଡିକ ନ ଚାଲିବା ଯୋଗୁ ଦୈନିକ ବସ୍‌ମାଲିକଙ୍କୁ ସାଧାରଣ ବସ ପାଇଁ ୮ ହଜାର ଏବଂ ଦୂରଗାମୀ ବସ୍‌ ପାଇଁ ୧୨ ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି। ଯାତ୍ରୀ ପରିବହନକୁ ସ୍ବାଭାବିକ କରିବାକୁ ସରକାର ଘୋଷଣା କରିବା ପରେ ଘରୋଇ ବସ୍‌ ମାଲିକମାନେ କ୍ଷତି ସତ୍ତ୍ୱେ ବିଭିନ୍ନ ରୁଟରେ ବସ୍‌ ଚଳାଉଛନ୍ତି।
ବସ୍‌ ଚଳାଇବା ଆରମ୍ଭ କରିବା ମାତ୍ରେ ଟିକସ ବାବଦରେ ବସ୍‌ ମାଲିକଙ୍କୁ ରାଜ୍ୟ ସରକାରଙ୍କୁ ମାସକୁ ୧୫ ହଜାର ଟଙ୍କା ଦେବାକୁ ପଡିଥାଏ। ଲଗାତର ଡିଜେଲ ଦର ବୃଦ୍ଧି ମଧ୍ୟ କ୍ଷତିକୁ ଆହୁରି ବଢାଇ ଦେଇଛି। ମାର୍ଚ୍ଚ ୨୧ରୁ ଜୁଲାଇ ୧ ତାରିଖ ମଧ୍ୟରେ ଡିଜେଲ ଦର ୧୫ ଟଙ୍କା ବୃଦ୍ଧିପାଇଛି। ଯଦିଓ ରାଜ୍ୟ ସରକାର ଦୁଇ ଥର ବସଭଡା ବଢାଇଛନ୍ତି ତେବେ ଯାତ୍ରୀ ଅଭାବରୁ ମାଲିକମାନଙ୍କର କ୍ଷତି ବଢି ଚାଲିଛି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବସ୍‌ ମାଲିକମାନେ ପରିବହନ ଶିଳ୍ପକୁ ଛାଡ଼ିବାକୁ ବାଧ୍ୟ ହେବେ। ପରିସ୍ଥିତି ସ୍ବାଭାବିକ ହେବା ଯାଏ ବସ୍‌ ସେବାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ରୋଡ୍‌ ଟ୍ୟାକ୍ସ ଛାଡ କରିବା ସହ ଡିଜେଲ ଲିଟର ପିଛା ୧୫ ଟଙ୍କା ରିହାତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହିତ ଅନ୍ୟ ରାଜ୍ୟ ସରକାର ଯେପରି ବସ କର୍ମଚାରୀଙ୍କୁ ସହଯୋଗ ହାତ ବଢାଇଛନ୍ତି ଓଡିଶା ସରକାର ପରିବହନ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ସେଭଳି ଉଦ୍ୟମ କରିବା ଆବଶ୍ୟକ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
କେବଳ ବସ ସେବା ନୁହେଁ ଅଟୋ ରିକ୍ସା ଏବଂ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଲୋକମାନଙ୍କର ଜୀବିକା ମଧ୍ୟ ଦୋହଲି ଯାଇଛି। ରାଜ୍ୟରେ ପ୍ରାୟ ୧.୪୦ ଲକ୍ଷ ଅଟୋ ରିକ୍ସା ଏବଂ ପ୍ରାୟ ୧ ଲକ୍ଷ ଯାତ୍ରୀ ପରିବହନ ଟ୍ୟାକ୍ସି ଚଳାଚଳ କରୁଛି। ଏହା ଉପରେ ନିର୍ଭର କରୁଥିବା ୨ ଲକ୍ଷ ପରିବାରର ଜୀବିକା ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷରେ ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ ହେବା ସହ ନୂତନ ଯାନବାହନ କ୍ରୟ ମଧ୍ୟ ହ୍ରାସ ପାଇଛି। ଏହାର ପ୍ରଭାବ ସିଧାସଳଖ ରାଜକୋଷ ଉପରେ ପଡିଛି। ନୂତନ ଯାନବାହନ ବିକ୍ରି ହ୍ରାସ ପାଇଥିବାରୁ ପଞ୍ଜୀକରଣ ଟିକସଠାରୁ ଆରମ୍ଭ କରି ରୋଡ୍‌ ଟ୍ୟାକ୍ସ ଆଦି କମିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଏପ୍ରିଲରୁ ଜୁଲାଇ ୧୦ ତାରିଖ ମଧ୍ୟରେ ପରିବହନ ବିଭାଗକୁ ମିଳୁଥିବା ୫୮ ପ୍ରତିଶତ ଟିକସ ହ୍ରାସ ପାଇଛି। ୨୦୧୯ ଏହି ସମୟ ମଧ୍ୟରେ ଟିକସ ଆଦାୟ ୩୮୬ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫୮ କୋଟି ହୋଇପାରିଛି। ଆଗକୁ ପରିସ୍ଥିତି ନ ସୁଧୁରିଲେ ଟିକସ ହ୍ରାସ ପ୍ରକ୍ରିୟା ଜାରି ରହିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri