Posted inଜାତୀୟ

ପରିଯୋଜନା ପୂରଣ କରିବାରେ ସଡ଼କ ପରିବହନ ବିଭାଗ ପଛୁଆ, ବିଳମ୍ବରେ କାର୍ଯ୍ୟ କରୁଛି ୨୪୩ ପ୍ରକଳ୍ପ…

ନୂଆଦିଲ୍ଲୀ,୨୭।୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ସଡକ ପରିବହନ ଏବଂ ରାଜପଥ ବିଭାଗ ପଛରେ ପଡିଛି। ବିଭାଗର ୨୪୩ ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି। ଏହା ପରେ ରେଳବାଇ ଦ୍ୱିତୀୟ ସ୍ଥାନରେ ରହିଛି। ରେଳବାଇର ୧୧୪ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେହିପରି ତୃତୀୟ ସ୍ଥାନରେ ୮୯ଟି ପ୍ରକଳ୍ପ ସହିତ ପେଟ୍ରୋଲିୟମ ସେକ୍ଟର ରହିଛି ।

ଏକ ସରକାରୀ ରିପୋର୍ଟରେ କୁହାଯାଇଛି ଯେ ସଡକ ପରିବହନ ଏବଂ ରାଜପଥ ବିଭାଗ ସହ ଜଡିତ ୮୨୬ ଟି ମଧ୍ୟର୨୪୩ଟି ପ୍ରକଳ୍ପର ଗତି ଅତ୍ୟନ୍ତ ମନ୍ଥର ଅଟେ। ଏଥି ସହିତ ରେଳବାଇର ୧୭୩ ଟି ପ୍ରକଳ୍ପ ମଧ୍ୟରୁ ୧୧୪ ଟି ଏବଂ ପେଟ୍ରୋଲିୟମ କ୍ଷେତ୍ରରେ୧୪୨ ଟି ମଧ୍ୟରୁ ୮୯ ଟି ବିଳମ୍ବରେ ଚାଲିଛି।

ଏହି ରିପୋର୍ଟ ଭିତ୍ତିଭୂମି ଏବଂ ପ୍ରକଳ୍ପ ମନିଟରିଂ ଡିଭିଜନ (ଆଇପିଏମଡି) ଦ୍ୱାରା ଜାରି କରାଯାଇଛି। ଏହି ବିଭାଗ ୧୫୦ କୋଟି କିମ୍ବା ତା’ଠାରୁ ଅଧିକ ମୂଲ୍ୟର କେନ୍ଦ୍ରର ପ୍ରକଳ୍ପଗୁଡିକ ଉପରେ ନଜର ରଖିଥାଏ।

ରିପୋର୍ଟରେ ଦର୍ଶାଯାଇଛି ଯେ ମୁନିରାବାଦ-ମହବୁବନଗର ରେଳ ପ୍ରକଳ୍ପ ହେଉଛି ସବୁଠାରୁ ଅଧିକ ଲମ୍ବିତ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟସୂଚୀ ୨୭୬ ମାସ ପଛୁଆ ଚାଲିଛି। ଏହା ବ୍ୟତୀତ ଉଦାମପୁର-ଶ୍ରୀନଗର ବାରାମୁଳା ରେଳ ପ୍ରକଳ୍ପ ୨୪୭ ମାସ ପଛରେ ଚାଲିଛି। ରିପୋର୍ଟ ଅନୁଯାୟୀ, ମୋଟ ୬୪୨ ଟି ପ୍ରକଳ୍ପ ସେମାନଙ୍କର ମୂଳ ଧାର୍ଯ୍ୟ ସମୟଠାରୁ ପଛରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri