ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ପ୍ରଥମ ରନର୍ସ ଅପ୍‌ ୪୦ ହଜାରରୁ ୮୦ ହଜାର ଓ ଦ୍ୱିତୀୟ ରନର୍ସ ଅପ୍‌ ପୁରସ୍କାର ରାଶି ୬୦ ହଜାରକୁ ବୃଦ୍ଧି ହୋଇଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ, ଶ୍ରେଷ୍ଠ ଅଭିନେତା/ ଅଭିନେତ୍ରୀ ଓ ଶ୍ରେଷ୍ଠ ସିନେମାଟୋଗ୍ରାଫରଙ୍କୁ ପୁରସ୍କାର ରାଶି ବାବଦକୁ ୨୫ହଜାର ଟଙ୍କା ଲେଖାଏ ଦିଆଯିବ। ଶନିବାର ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ଏହି ପୁରସ୍କାର ରାଶି ବୃଦ୍ଧି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ତଥା ଦେଶରେ ସଡ଼କ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ ହ୍ରାସ କରିବା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହା ଜୁନ୍‌ ୧୮ ଓ ୧୯ରେ ରାଉରକେଲା ଓ ୨୪ ଓ ୨୫ରେ ପୁରୀଠାରେ ଅନୁଷ୍ଠିତ ହେବ। ତେବେ ଉତ୍ସାହ ଦେଖି, ଅଧିକ ଆବେଦନ ପାଇଁ ଉତ୍ସାହିତ କରିବାକୁ ଉଭୟ ଓଡ଼ିଆ ଏବଂ ଅଣ ଓଡ଼ିଆ ଭାଷା ବର୍ଗରେ ପୁରସ୍କାର ରାଶି ବୃଦ୍ଧି କରାଯାଇଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପ୍ରଫେଶନାଲ ଏବଂ ଅଣ ଇଣ୍ଡଷ୍ଟ୍ରି ପ୍ରଫେଶନାଲ ଭାବେ ଦୁଇ ଭାଗରେ ବିଜେତାଙ୍କୁ ଚୟନ କରାଯିବ। ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩ ରହିଛି। ଚଳଚ୍ଚିତ୍ର ନିର୍ମାତା ଓ ଛାତ୍ରୀଛାତ୍ର ଏହି ଆବେଦନ କରିପାରିବେ। ଚଳଚ୍ଚିତ୍ରଟି ଏକ ଡକ୍ୟୁମେଣ୍ଟାରୀ, ପରୀକ୍ଷାମୂଳକ, କାହାଣୀ, କଳ୍ପନା, ଅଣ କାଳ୍ପନିକ କିମ୍ବା ଆନିମେଶନ ହୋଇପାରେ। ମୂଳ ଚଳଚ୍ଚିତ୍ରଟି ଫୁଲ୍‌ ଏଚ୍‌ଡି ଫର୍ମାଟ୍‌ (୧୯୨୦x୧୦୮୦)ରେ କିମ୍ବା ତା’ଠାରୁ ଅଧିକ ହେବା ଉଚିତ। ସର୍ବାଧିକ ୨ ମିନିଟ୍‌ ଥିବା ଏହି ଚଳଚ୍ଚିତ୍ରରେ ଫ୍ରଣ୍ଟ୍‌ ଏବଂ ଶେଷ କ୍ରେଡିଟ୍‌ ଅନ୍ତର୍ଭୁକ୍ତ ରହିବ। ସମସ୍ତ ଏଣ୍ଟ୍ରି ପାଇଁ ଇଂଲିଶରେ ସବ୍‌ ଟାଇଟଲ୍‌ ଜରୁରୀ। ଅଂଶଗ୍ରହଣକାରୀମାନେ ଗୁଗଲ ଡ୍ରାଇଭ୍‌ କିମ୍ବା ସଡ଼କ ସୁରକ୍ଷା-roadsafetyod@gov.in ଏବଂ roadsafetyshortfilms@gmail.comରେ ଆବେଦନ କରିପାରିବେ। ତେବେ ଏ ସଂକ୍ରାନ୍ତ ସମସ୍ତ ବିବରଣୀ htt://odishatransport.gov.in/ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri