ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ଥିବା ଦୂରତା ଦିନକୁ ଦିନ କମିଯାଉଛି। ବର୍ଷ ବର୍ଷର ପାଦଚଲା ରାସ୍ତା ବର୍ତ୍ତମାନ କିଛି ଘଣ୍ଟାର ରାସ୍ତାକୁ ବଦଳି ଯାଇଛି। ଯେତେ ଦୂର ହେଉନା କାହିଁକି ସକାଳୁ ଯାଇ ସାରେ ଘରକୁ ଫେରିବା ପରେ ବି ବେଳ ବଳକା ହେଉଛି । ଏପରି ସୁବ୍ୟବସ୍ଥା ଏବଂ ସୁରକ୍ଷା, ସରଳ ହେବା ପଛରେ ଯାନବାହନ ସହିତ ଡ୍ରାଇଭରଙ୍କ ହାତ ଯଥେଷ୍ଟ ଅଧିକ ରହିଛି। ଅର୍ଥନୀତି କ୍ଷେତ୍ରରେ ଡ୍ରାଇଭରଙ୍କ ଭୂମିକା ପରୋକ୍ଷ ଏବଂ ପ୍ରତ୍ୟକ୍ଷରେ ଅନେକାଂଶରେ ନିର୍ଭର କରୁଛି। ଏହା ଭାରତୀୟ ଅର୍ଥ ଶାସ୍ତ୍ରବିତ୍‌ମାନେ ମାନିବାକୁ ବାଧ୍ୟ।
ଛୋଟ ଛୋଟ କାମଠାରୁ ଆରମ୍ଭ କରି ବଡ଼ ବଡ଼ କାମ ସବୁ ଡ୍ରାଇଭରଙ୍କ ହାତରେ କରାଯାଉଛି। ବସ୍‌ ହେଉ କି ଟ୍ରେନ୍‌, ଜଣେ ଡ୍ରାଇଭର ହାତରେ ଦେଇ ଆମେ ନିର୍ଭୟରେ ଘୁଙ୍ଗୁଡ଼ି ମାରି ଶୋଇ ଯାଉ। ସଡ଼କ ହେଉ ବା ଜଳ ପରିବହନ କ୍ଷେତ୍ରରେ ରାତି ରାତି ଡ୍ରାଇଭରଙ୍କୁ ଅନିଦ୍ରା ହେବାକୁ ପଡ଼େ। ଅନେକ ମାସ ଧରି ସେମାନେ ଘରଠୁ ଦୂରରେ ରହନ୍ତି। ହେଲେ ଦୁର୍ଘଟଣା ଘଟିଲେ ଆମେ ଡ୍ରାଇଭରମାନଙ୍କୁ ନିନ୍ଦା କରୁ ଏବଂ ଦରକାର ପଡ଼ିଲେ ମାରଧର କରିଥାଉ। ବାସ୍ତବରେ ଡ୍ରାଇଭରଙ୍କ ନିକଟରେ ଥିବା ମାନବିକତା ଆମ ପାଖରେ ନ ଥାଏ। ରାସ୍ତାରେ ଏଣ୍ଡୁଅଟିଏ ବା ସାପ ଟିଏ ଅତିକ୍ରମ କରୁଥିଲେ ମଧ୍ୟ ଜଣେ ଡ୍ରାଇଭର ଗାଡ଼ିର ବ୍ରେକ୍‌ ମାରିଥାଏ। ମଣିଷ ଛାଡ଼, କୁକୁର ବିଲେଇକୁ ମଧ୍ୟ ଗାଡ଼ି ମୁହଁରୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି। ବିଶେଷ କରି ରାତ୍ରିକାଳରେ ରାସ୍ତାରେ ଯିବା ଆସିବା କରୁଥିବା ବନ୍ୟଜନ୍ତୁକୁ ଡ୍ରାଇଭରମାନେ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରନ୍ତି । ଦୁର୍ଭାଗ୍ୟର କଥା ଡ୍ରାଇଭରଙ୍କ ଅଜାଣତରେ ବେଳେ ବେଳେ କିଛି ଅଘଟଣ ଘଟିଯାଏ। କିଛି ନ ବୁଝି ବିଚାରି ଆମେ ଡ୍ରାଇଭର କହି ମାଡ଼ ମାରି ଥାଉ।
ବିଗତ ଚାରି ପାଞ୍ଚ ବର୍ଷକୁ ଲକ୍ଷ୍ୟକଲେ ଭାରତରେ ରାସ୍ତା ଦୁର୍ଘଟଣା ଅତ୍ୟଧିକ ବଢ଼ିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ଏହା ଯୋଗୁ ଭାରତରେ ଏବାର୍ଷିକ ହାରାହାରି ୧,୬୮,୪୯୧ ଲୋକଙ୍କ ଜୀବନ ହାନି ହେଉଛି। ଏତେ ଜୀବନ ଯିବା ପଛରେ କେବଳ ନିଶାସକ୍ତ ଡ୍ରାଇଭର ନୁହନ୍ତି ବରଂ ଅନେକ କାରଣ ରହିଛି। ଗାଡ଼ି ଦୁର୍ଘଟଣାକୁ ବିଶ୍ଳେଷଣ କଲେ ଜଣା ପଡେ ଯେ ଗାଡ଼ିର ଦ୍ରୁତଗତି ପାଇଁ ଜୀବନ ଯାଇଛି। ସେହିପରି ରଙ୍ଗ୍‌ ସାଇଡ ବା ଭୁଲ୍‌ ପଥରେ ଯିବା କିମ୍ବା ଗୋଟିଏ ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିବା କାରଣରୁ ଦୁର୍ଘଟଣା ଘଟି ଲୋକଙ୍କ ମୃତ୍ୟୁ ଘଟୁଛି। ବର୍ତ୍ତମାନ ଭୟଙ୍କର ରାସ୍ତା ଦୁର୍ଘଟଣାର କାରଣ ହୋଇଯାଇଛି ମୋବାଇଲ। ଅନେକ ଲୋକ ସରକାରଙ୍କ ବାରମ୍ବାର ଅନୁରୋଧ ଏବଂ ସଚେତନ ବାର୍ତ୍ତା ପରେ ମଧ୍ୟ ଗାଡ଼ି ଚାଳନା କରୁଥିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି। ପ୍ରତି ବର୍ଷ ସଡ଼କ ସୁରକ୍ଷା ସପ୍ତାହରେ ପଥ ପ୍ରାନ୍ତ ନାଟକ ସହ ବିଭିନ୍ନ ସହରରେ ବଡ଼ ବଡ଼ ରାଲି ବାହାର କରି ସଚେତନ ବାର୍ତ୍ତା ଦିଆଯାଉଛି। ମୋଟର ସାଇକେଲବାଲାଙ୍କୁ ହେଲମେଟ୍‌ ପିନ୍ଧିବାକୁ କୁହାଯାଇଛି। ଡ୍ରାଇଭରଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବାକୁ ଅନୁରୋଧ କରାଯାଉଛି। ଦ୍ରୁତ ଗତି ରୋଧ ପାଇଁ ରୋଡ୍‌ ଦୁଇ ପାଖରେ ହୋର୍ଡିଂ ଲଗାଯାଇଛି। ହେଲେ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟୁଛି ।
ବେଳେ ବେଳେ ନିଶାସକ୍ତ ଡ୍ରାଇଭରଙ୍କୁ ରାସ୍ତାର ନିୟମ ମାନି ନ ଚାଲିଲେ ଜରିମାନା ଦେବାକୁ ପଡ଼ୁଛି।
ଭିଏଟନାମ ପରି ଦେଶରେ ୩୦% ଲୋକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଭାରତରେ ଏହା ୧୫.୬% । ବାଂଲାଦେଶରେ ଏହା ୧୬% ଏବଂ ପାକିସ୍ତାନରେ ୧୩% ରହିଛି। ଆଶ୍ଚର୍ଯ୍ୟର କଥା ବ୍ରାଜିଲରେ ଏହାର ସ୍ଥିତି ୧୬% ଏବଂ ଚାଇନାରେ ୧୭% ରହିଛି। ଦୁର୍ଘଟଣାରେ ଧନଜୀବନ କ୍ଷତି ସହିବାକୁ ପଡ଼େ। ବେଳେ ବେଳେ ଟ୍ରକ୍‌ ସହ ସବୁ ପାର୍ଶଲ ଜଳି ପୋଡି ପାଉଁଶ ହୋଇଯାଉଛି। ଟ୍ରେନ୍‌ ଦୁର୍ଘଟଣାରେ ଅନେକ ଜୀବଜନ୍ତୁଙ୍କ ଜୀବନ ଚାଲିଯାଉଛି। ସରୀସୃପ ଜାତୀୟ ପ୍ରାଣୀ ରାସ୍ତାଦୁର୍ଘଟଣା ଯୋଗୁ ଲୋପ ହେବାକୁ ବସିଲେଣି। ଏହି ସବୁ ହିସାବ କଲେ ଭାରତୀୟ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରୁଛି ବୋଲି ମନେହୁଏ।
ଯେ କୌଣସି ଦୁର୍ଘଟଣା କୌଣସି ଡ୍ରାଇଭର ଜାଣି ଜାଣି କରନ୍ତି ନାହିଁ କି କରିବାକୁ ଚାହାନ୍ତି ନାହିଁ। କିଛି ଅସାବଧାନତାରୁ ଦୁର୍ଘଟଣା ଘଟେ। ଯାହାକୁ ଆମେ ‘ପଥ ସମ୍ମୋହନ’ ବା ଇଂଲିଶରେ ‘ରୋଡ୍‌ ହିପ୍ନୋସିସ୍‌’ କହୁ । ଯେ କୌଣସି ବ୍ୟକ୍ତି ଆଖିରେ ଦେଖୁଥିଲେ ମଧ୍ୟ ମସ୍ତିଷ୍କ ଅବଚେତନକୁ ଚାଲିଯାଏ । ଆଖି ଠିକ୍‌ କାମ କରୁଥିବାର ଭାବୁଥିଲେ ମଧ୍ୟ ମସ୍ତିଷ୍କ ଶୋଇଯାଏ। କାରଣ ମଣିଷ ଆହାର, ନିଦ୍ରାକୁ କୌଣସି ମତେ ରକ୍ଷା କରିପାରିବ ନାହିଁ। ଏଭଳି ଅବସ୍ଥାରେ ଅନେକ ରୋଡ୍‌ ଦୁର୍ଘଟଣା ଘଟିଥାଏ। ଏହି ସମୟରେ ଡ୍ରାଇଭରମାନଙ୍କୁ ବାରମ୍ବାର ମୁହଁ ଧୋଇବା, ଚା ପିଇବା ପରି କାର୍ଯ୍ୟ କରିବାକୁ ପଡ଼ିବ। ଗାଡ଼ି ରଖି କିଛି ବାଟ ଚାଲିବାକୁ ପଡ଼ିବ ।

ଜଗନ୍ନାଥ ବେହେରା
ଗାୟତ୍ରୀ ନଗର, ନବରଙ୍ଗପୁର
ମୋ: ୯୪୩୭୭୮୫୧୫୮


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri