ବର୍ଷାରେ ରାସ୍ତା-ଡ୍ରେନ୍‌ ଏକାକାର

କଟକ ଅଫିସ,୭ା୪: କାଳବୈଶାଖୀ ପ୍ରଭାବରେ ଗୁରୁବାର ଅପରାହ୍ନରେ କଟକ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି। କେତେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ପବନରେ ବାଲିଯାତ୍ରା ଉପର ପଡିଆରେ ପଡିଥିବା ଅନ୍ତର୍ଜାତୀୟ କଟକ ବୈଶାଖୀ ବାଣିଜ୍ୟ ମେଳାର ମୁଖ୍ୟ ତୋରଣ ଭାଙ୍ଗିପଡିଛି। ସେହିପରି ପଡିଆରେ ପାଣି ଜମିରହିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସହରର ମୁଖ୍ୟ ରାସ୍ତା ବାଦାମବାଡି ସମେତ ଗଳି ରାସ୍ତାରେ ବର୍ଷାପାଣି ଜମିଛି। ଏପରି କି ବାଦାମବାଡ଼ି ମୁଖ୍ୟ ରାସ୍ତା ସମେତ କେତେକ ସ୍ଥାନରେ ବର୍ଷା ଯୋଗୁ ରାସ୍ତା-ନାଳ ଏକାକାର ହୋଇପଡିଛି। ଡ୍ରେନ୍‌ରେ ବର୍ଷାପାଣି ନିଷ୍କାସନ ବାଧାପ୍ରାପ୍ତ ହେବାରୁ ଉଦ୍‌ବୃତ୍ତ ପାଣି ରାସ୍ତାରେ ଲହଡି ଭାଙ୍ଗୁଛି। ଫଳରେ ଲୋକଙ୍କ ଜାତାୟତରେ ସମସ୍ୟା ହୋଇଛି। ଅପରପକ୍ଷରେ ଅନେକ ଯୋଜନା ପରେ ମଧ୍ୟ ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରିବାରେ କଟକ ମହାନଗର ନିଗମ(ସିଏମ୍‌ସି) ବିଫଳ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେଇ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ସହରବାସୀ ଦାବି କରିଛନ୍ତି।ସିଏମ୍‌ସି ସୂଚନା ଅନୁଯାୟୀ, ସହରରେ ପ୍ରାୟ ୧୭୨୯ କିମି ଡ୍ରେନ୍‌ ରହିଛି। ସେଥିମଧ୍ୟରୁ ୨୨ କିମି ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ଡ୍ରେନ୍‌, ୨୯ କିମି ବିଏସ୍‌ଡବ୍ଲୁସି ଶାଖା ଡ୍ରେନ୍‌, ୫୨୦ କିମି ସର୍‌ଫେସ୍‌, ୧୩୦ କିମି ମେଜର୍‌ ସର୍‌ଫେସ୍‌ ଡ୍ରେନ ଓ ୧୦୨୮ କିମି କଚ୍ଚା ଡ୍ରେନ୍‌ ରହିଛି। ୧୦୦୦ କିମି ଅଧିକ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡିନାହିଁ। ପ୍ରତିବର୍ଷ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାବଦରେ ସିଏମ୍‌ସି ପକ୍ଷ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ମାତ୍ର ଏବେସୁଦ୍ଧା ସହରର ୫୦ ଭାଗ ଡ୍ରେନ୍‌ ମୁକୁଳା ପଡିଛି। ମୁକୁଳା ଡ୍ରେନ୍‌ରେ ଛୋଟ ପିଲା ଓ ଗୋରୁ ପଡ଼ି ଆହତ ହେବା ଅନେକ ନଜିର ରହିଛି। ଏ ନେଇ ଅଭିଯୋଗ ହେଲେ ମଧ୍ୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଦୁର୍ଘଟଣା କମିବା ବଦଳରେ ବଢିବାରେ ଲାଗିଛି। ତେବେ ବର୍ଷା ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡିଛି। ଡ୍ରେନ୍‌ଗୁଡିକ ସଫା କରାଯାଇ ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିଛି। ସ୍ଥିତି ଏପରି ହୋଇଛି ଯେ ନାଳ କେଉଁଠୁ ଆରମ୍ଭ ହୋଇଛି ଶେଷ ହୋଇଛି ତାହା ଜାଣିବା କଷ୍ଟକର। ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଯାତାୟତ କରୁଥିବାବେଳେ ରାସ୍ତାପାର୍ଶ୍ୱ ଡ୍ରେନ୍‌ ମୁକୁଳା ଥିବାରୁ ବିପଦକୁ ଏଡାଇ ଦିଆ ନ ଯାଇପାରେ। ଅପରପକ୍ଷରେ କେତେକ ସ୍ଥାନରେ ଡ୍ରେନ୍‌ରୁ ପଙ୍କୋଦ୍ଧାର କରାଯାଇ ପାର୍ଶ୍ୱରେ ରଖାଯାଉଛି। ବର୍ଷା ହେଲେ ପଙ୍କ ପୁଣି ଡ୍ରେନ୍‌ରେ ପଶି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଫଳରେ ଲୋକମାନେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପଡିବା କାର୍ଯ୍ୟ ଜାରି ରହିଛି। ସବୁ ମୁକୁଳା ଡ୍ରେନ୍‌କୁ କଭର କରିବାକୁ ଚେଷ୍ଟା କରୁଛୁ। ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଛି। ଖୁବ୍‌ଶ୍ରୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri