ବର୍ଷାରେ ରାସ୍ତା-ଡ୍ରେନ୍‌ ଏକାକାର

କଟକ ଅଫିସ,୭ା୪: କାଳବୈଶାଖୀ ପ୍ରଭାବରେ ଗୁରୁବାର ଅପରାହ୍ନରେ କଟକ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି। କେତେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ପବନରେ ବାଲିଯାତ୍ରା ଉପର ପଡିଆରେ ପଡିଥିବା ଅନ୍ତର୍ଜାତୀୟ କଟକ ବୈଶାଖୀ ବାଣିଜ୍ୟ ମେଳାର ମୁଖ୍ୟ ତୋରଣ ଭାଙ୍ଗିପଡିଛି। ସେହିପରି ପଡିଆରେ ପାଣି ଜମିରହିବାରୁ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସହରର ମୁଖ୍ୟ ରାସ୍ତା ବାଦାମବାଡି ସମେତ ଗଳି ରାସ୍ତାରେ ବର୍ଷାପାଣି ଜମିଛି। ଏପରି କି ବାଦାମବାଡ଼ି ମୁଖ୍ୟ ରାସ୍ତା ସମେତ କେତେକ ସ୍ଥାନରେ ବର୍ଷା ଯୋଗୁ ରାସ୍ତା-ନାଳ ଏକାକାର ହୋଇପଡିଛି। ଡ୍ରେନ୍‌ରେ ବର୍ଷାପାଣି ନିଷ୍କାସନ ବାଧାପ୍ରାପ୍ତ ହେବାରୁ ଉଦ୍‌ବୃତ୍ତ ପାଣି ରାସ୍ତାରେ ଲହଡି ଭାଙ୍ଗୁଛି। ଫଳରେ ଲୋକଙ୍କ ଜାତାୟତରେ ସମସ୍ୟା ହୋଇଛି। ଅପରପକ୍ଷରେ ଅନେକ ଯୋଜନା ପରେ ମଧ୍ୟ ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରିବାରେ କଟକ ମହାନଗର ନିଗମ(ସିଏମ୍‌ସି) ବିଫଳ ହୋଇଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେଇ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ସହରବାସୀ ଦାବି କରିଛନ୍ତି।ସିଏମ୍‌ସି ସୂଚନା ଅନୁଯାୟୀ, ସହରରେ ପ୍ରାୟ ୧୭୨୯ କିମି ଡ୍ରେନ୍‌ ରହିଛି। ସେଥିମଧ୍ୟରୁ ୨୨ କିମି ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ଡ୍ରେନ୍‌, ୨୯ କିମି ବିଏସ୍‌ଡବ୍ଲୁସି ଶାଖା ଡ୍ରେନ୍‌, ୫୨୦ କିମି ସର୍‌ଫେସ୍‌, ୧୩୦ କିମି ମେଜର୍‌ ସର୍‌ଫେସ୍‌ ଡ୍ରେନ ଓ ୧୦୨୮ କିମି କଚ୍ଚା ଡ୍ରେନ୍‌ ରହିଛି। ୧୦୦୦ କିମି ଅଧିକ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡିନାହିଁ। ପ୍ରତିବର୍ଷ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାବଦରେ ସିଏମ୍‌ସି ପକ୍ଷ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ। ମାତ୍ର ଏବେସୁଦ୍ଧା ସହରର ୫୦ ଭାଗ ଡ୍ରେନ୍‌ ମୁକୁଳା ପଡିଛି। ମୁକୁଳା ଡ୍ରେନ୍‌ରେ ଛୋଟ ପିଲା ଓ ଗୋରୁ ପଡ଼ି ଆହତ ହେବା ଅନେକ ନଜିର ରହିଛି। ଏ ନେଇ ଅଭିଯୋଗ ହେଲେ ମଧ୍ୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଦୁର୍ଘଟଣା କମିବା ବଦଳରେ ବଢିବାରେ ଲାଗିଛି। ତେବେ ବର୍ଷା ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡିଛି। ଡ୍ରେନ୍‌ଗୁଡିକ ସଫା କରାଯାଇ ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିଛି। ସ୍ଥିତି ଏପରି ହୋଇଛି ଯେ ନାଳ କେଉଁଠୁ ଆରମ୍ଭ ହୋଇଛି ଶେଷ ହୋଇଛି ତାହା ଜାଣିବା କଷ୍ଟକର। ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ଯାତାୟତ କରୁଥିବାବେଳେ ରାସ୍ତାପାର୍ଶ୍ୱ ଡ୍ରେନ୍‌ ମୁକୁଳା ଥିବାରୁ ବିପଦକୁ ଏଡାଇ ଦିଆ ନ ଯାଇପାରେ। ଅପରପକ୍ଷରେ କେତେକ ସ୍ଥାନରେ ଡ୍ରେନ୍‌ରୁ ପଙ୍କୋଦ୍ଧାର କରାଯାଇ ପାର୍ଶ୍ୱରେ ରଖାଯାଉଛି। ବର୍ଷା ହେଲେ ପଙ୍କ ପୁଣି ଡ୍ରେନ୍‌ରେ ପଶି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଫଳରେ ଲୋକମାନେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପଡିବା କାର୍ଯ୍ୟ ଜାରି ରହିଛି। ସବୁ ମୁକୁଳା ଡ୍ରେନ୍‌କୁ କଭର କରିବାକୁ ଚେଷ୍ଟା କରୁଛୁ। ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଛି। ଖୁବ୍‌ଶ୍ରୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri