କାର୍ଯ୍ୟର ୧୦ଦିନ ପରେ ରାସ୍ତାରୁ ଉଠିଲା ପିଚୁ

ବେଗୁନିଆ,୧୫।୩(ହର ପ୍ରସନ୍ନ ପଣ୍ଡା): ପଥଚାରୀଙ୍କ ସୁରକ୍ଷିତ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନାରେ ରାସ୍ତା ମରାମତି ଓ ନୂତନ ନିର୍ମାଣ କାର୍ଯ୍ୟ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ପରିଲକ୍ଷିତ ହୋଇଛି। ଏହାର ଉଦାହରଣ ବାଘମାରୀ-ଦଶପଲ୍ଲା ୪୮ନଂ. ରାଜ୍ୟ ରାଜପଥରେ ଦେଖିବାକୁ ମିଳିଛି। ଏହାର ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ ଓ ନିମ୍ନମାନର ହୋଇଥିବାରୁ ସ୍ଥାନୀୟ ଲୋକେ ଓ ପଥାଚାରୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ପିଚୁ କାର୍ଯ୍ୟ ଶେଷ ହେବାର ୧୦ଦିନ ପରେ ୧୧ଟି ସ୍ଥାନରେ ଗୋଡି ଉଠି ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଲାଣି। ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ଉପକରଣ ଉପରେ ଗୁରୁତ୍ୱ ଦିଆଯାଉନି ଏବଂ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ମଧ୍ୟ କରାଯାଉନାହିଁ ବୋଲିି କଣ୍ଟିଲୋ ଅଞ୍ଚଳର ପଥଚାରୀ ଜିତେନ୍ଦ୍ର ପାତାଳସିଂହ, ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ସାହୁ, ଦିଲୀପ କୁମାର ମହାପାତ୍ର ପ୍ରମୁଖ କହିଛନ୍ତି।
ପ୍ରକାଶ ଯେ, ପୂର୍ତ୍ତବିଭାଗ ଅଧୀନ (ନିର୍ମାଣ ବିଭାଗ) ଆନୁକୂଲ୍ୟରେ ଉନ୍ନତ୍ତୀକରଣ କାର୍ଯ୍ୟ ଜାରିରହିଛି। ପ୍ରକଳ୍ପ ଖର୍ଚ୍ଚ ବାବଦ ବ୍ୟୟ ଅଟକଳ ୧୮.୧ କୋଟି ଟଙ୍କା ଅନୁଦାନ ମିଳିଛି। ବାଘମାରୀ-ଗଣିଆ-ଦଶପଲ୍ଲା ଭାୟା କଣ୍ଟିଲୋ ଦେଇ ରାସ୍ତା ଉନ୍ନତୀକରଣ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ହେଲେ ବାଘମାରୀଠାରୁ ଆରମ୍ଭ ହୋଇ ୧୬ କିମି ମଧୁଆପଲ୍ଲୀ ଛକ ପର୍ଯ୍ୟନ୍ତ ୧୬ କିମି ଦୂର ପାଇଁ ଟେଣ୍ଡର କରାଯାଇ ଠିକାଦାର ଚୟନ କରାଯାଇଥିଲା। ରାସ୍ତା ପ୍ରଶସ୍ତୀକରଣ ଓ ବଜାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରେନେଜ ନିର୍ମାଣ ପାଇଁ ୯.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା, ଯାହାର ଅବଧି ଗତ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଅବଧି ସମୟର ଦେଢ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଉକ୍ତ ୧୬ କିମି ରାସ୍ତା ଉପରେ କେବଳ ପିଚୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଉକ୍ତ ପିଚୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୧୦ଦିନ ପରେ ୧୧ଟି ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହେଲାଣି। ବଡବେରଣା, ଗୋବିନ୍ଦପୁର, ଗେଡିଆପଲ୍ଲି, କଢ଼ାମଲ୍ଲ ଏବଂ କୋଦୁଅବେରେଣୀ ଛକ ନିକଟରେ ପିଚୁ ଉଠି ରାସ୍ତା ଉପରେ ଗୋଡି ଗଡୁଛି। କାର୍ଯ୍ୟର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗମନାଗମନ ପାଇଁ ବହୁ ଯୋଜନାରେ ଅର୍ଥ ବିନିଯୋଗ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପଥଚାରୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସାମାଜିକ କର୍ମୀ ଅକ୍ଷୟ କୁମାର ରଥ, ମାନସ ରଞ୍ଜନ ପଣ୍ଡା କହିଛନ୍ତି। ଗୁଣବତ୍ତା ବିଭାଗ ପକ୍ଷରୁ ଲାବଟେକ୍ନିସିଆନ ଜରିଆରେ କାର୍ଯ୍ୟର ମାନ ଯାଞ୍ଚ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ଯନ୍ତ୍ରୀ ଫକୀର ଚରଣ ବେହେରା କହିଛନ୍ତି, କାର୍ଯ୍ୟର ତଦାରଖ କରାଯିବ। ଆବଶ୍ୟକ ପଡିଲେ ପୁଣି ସଂଶୋଧିତ (ରେକ୍ଟିଫାଏଡ) ପାଇଁ ଠିକାଦାରଙ୍କୁ ତାଗିଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri