ଧରିତ୍ରୀ ପ୍ରଭାବ: ଦୀର୍ଘଦିନ ପରେ ନିର୍ମାଣ ହେଲା ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ କରି ଏମ୍‌ପି କହିଲେ…

ଜି.ଉଦୟଗିରି,୧୪ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ବୁଧବାର ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଦୁଇଟି ପିଚୁ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଦେଖିବାକୁ ମିଳିଛି। ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାହାଡ଼ ସାହି ଏବଂ ବାଲୁପାଙ୍ଗା ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ ପାଇଁ କରାଯାଇଥିବା ଦୀର୍ଘଦିନର ଦାବି ନେଇ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ,ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନ୍‌ସିଲର ଜାକେଶ କୁମାର ପ୍ରଧାନ, ଦୀପକ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ ଓ ଏମଇ ଅସିତ୍‌ କୁମାର ସେଠୀଙ୍କ ବିକାଶମୂଳକ କାର୍ଯ୍ୟ କରିବା ତତ୍ପରତା ଯୋଗୁ ଉକ୍ତ ରାସ୍ତାଗୁଡ଼ିକ ନିର୍ମାଣ ହେବାକୁ ଯାଉଛି।

ସୂଚନାନୁସାରେ, ୮ ନମ୍ବର ଓ୍ବାର୍ଡ ପାହାଡ଼ ସାହି ରାସ୍ତା ବ୍ଲକ ଛକଠାରୁ ନୂଆସାହି ଚର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୧୪ ଲକ୍ଷ ଟଙ୍କା ଓ ୧୩ ନମ୍ବର ଓ୍ବାର୍ଡ ବାଲୁପାଙ୍ଗା ରାସ୍ତା ପୂର୍ତ୍ତ ବିଭାଗ ମୁଖ୍ୟ ସଡ଼କଠାରୁ ଗ୍ରାମ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ପାଇଁ ପ୍ରାୟ ୫୨ ଲକ୍ଷ ବ୍ୟୟରେ ପିଚୁ ରାସ୍ତା ନିର୍ମାଣ ପାଇଁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ଭିତ୍ତିପ୍ରସ୍ତର ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ କୌଣସି କାରଣ ବଶତଃ ଆସିପାରି ନ ଥିବା ବେଳେ ସ୍ଥାନୀୟ କାଉନସିଲର ସିଦ୍ଧେଶ୍ୱରୀ ନାୟକ, ନନ୍ଦିତା ପ୍ରଧାନ, ମୋନାଲିସା ଦଳବେହେରା, କୁନ୍ତିମା ମଲ୍ଲିକ,ପରିଷଦର କର୍ମଚାରୀ, ଏମ୍‌ପି ପ୍ରତିନିଧି ଦେବବ୍ରତ ସାହୁ, ଉଦ୍ଦେଶନ ପ୍ରଧାନ, ରସାନନ୍ଦ ନାୟକଙ୍କ ସମେତ ସାହିବାସିନ୍ଦା ଉପସ୍ଥିତ ଥିଲେ। ଏହି ଅବସରରେ ଏମ୍‌ପି, ଅଧ୍ୟକ୍ଷା, ଉପାଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପରିଷଦର ସମସ୍ତଙ୍କୁ କାଉନସିଲର ଓ ସାହି ବାସିନ୍ଦା ଧନ୍ୟବାଦ ଜଣାଇଛନ୍ତି।

 Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାୟାକଳ୍ପ ଟିମ୍‌, ପୁରସ୍କାର ଦୌଡ଼ରେ ରହି…

ଭଞ୍ଜନଗର,୧୪ା୧(ବାବୁଲା ପ୍ରଧାନ): କାୟାକଳ୍ପ ଟିମ୍‌ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଟିମ୍‌ରେ ଆସିଥିବା ଅଧିକାରୀମାନେ ବିଭିନ୍ନ ଓ୍ବାର୍ଡ...

ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ...

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ...

‘ରାହୁଲ ଗାନ୍ଧୀଙ୍କ ସହ ନେତୃତ୍ୱ ପରିବର୍ତ୍ତନକୁ ନେଇ କିଛି ଆଲୋଚନା ହୋଇନାହିଁ’, ସଫେଇ ଦେଲେ ଶିବକୁମାର

ବେଙ୍ଗାଲୁରୁ,୧୪।୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୁଧବାର ସ୍ପଷ୍ଟ କରିଛନ୍ତି ଯେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ସମୟରେ କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri