ମୃତଦେହ ରଖି ରାସ୍ତାରୋକୋ: ଆନ୍ଦୋଳନକାରୀଙ୍କୁ ବିଧାୟକ, ଭାଜପା କାର୍ଯ୍ୟକର୍ତ୍ତା ଭେଟି…

ହାଟଡିହୀ,୨୬।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆଁ ବଜାରରେ ରବିବାର ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସାଇକେଲ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ସାଇକେଲ ଆରୋହୀ ବିଷ୍ଣୁପୁର ଗ୍ରାମର ଆନନ୍ଦ ଯେନା(୫୮)ଙ୍କ ମୃତ୍ୟୁଘଟିଥିଲା। ହାଇୱା ଧକ୍କାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ କରି ଆନ୍ଦୋଳନ ଚଳାଇଥିବା ଲୋକଙ୍କୁ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ଅଭିମନ୍ୟୁ ସେଠି ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଭେଟି ଆଲୋଚନା କରିଛନ୍ତି । ସେମାନଙ୍କ ସହ କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ, ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର(ଧାନୁଆ) ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ ପ୍ରମୁଖ ଆନ୍ଦୋଳନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।ହାଟଡିହୀ ବିଡିିଓ ରଞ୍ଜନ ପରିଡା ମଧ୍ୟ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

ସୂଚନା ଯୋଗ୍ୟ, ଶାଳନିଆଁ ବଜାର-ବିଷ୍ଣୁପୁର ରାସ୍ତା ଦେଇ ବୈତରଣି ନଦୀ ବାଲି ଘାଟକୁ ହାଇୱା ଗାଡିଟି ଯାଉଥିଲା। ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ ଆନନ୍ଦ । ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ସାଇକେଲ ସହ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା…

ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ: ଚୁଆରେ ବୁଡିଗଲେ ଶିଶୁକନ୍ୟା, ଆଉ ତା’ପରେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡି ପଞ୍ଚାୟତ ପାଡ଼ନକେତା ଗ୍ରାମରରେ ଘଟିଯାଇଛି ବଡ଼ ଅଘଟଣ । ଜଣେ ଶିଶୁ କନ୍ୟାଙ୍କ ଚୁଆର…

ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବିଧାନର ଲିଖିତ ଆଦର୍ଶକୁ ବଜାଜୟ ରଖି…

ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ…

ମୋଦି-ମୋହନ ସରକାରଙ୍କ ଗୁଣଗାନ କଲେ ଭାଜପା କର୍ମୀ

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ଭାଜପା କାର୍ଯ୍ୟାଳୟରେ ସଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…

ଭାରତ ମାତା ପୂଜନ ଉତ୍ସବରେ ଓଲଟା ଉଡ଼ିଲା ତ୍ରିରଙ୍ଗା

ଦାରିଙ୍ଗବାଡ଼ି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ୧୪ ତମ ଭାରତମାତା ପୂଜନ ଉତ୍ସବ ପାଳନ ସହ ବନ୍ଦେ ମାତରଂର ୧୫୦ତମ…

ଦେବଗଡ଼ରେ ଲଜ୍ଜା: ନାମଯଜ୍ଞ ଦେଖିବାକୁ ଯାଇ ବଳାତ୍କାରର ଶିକାର ହେଲେ ଶିଶୁକନ୍ୟା, ଚିତ୍କାର କରିବାରୁ…

ଦେବଗଡ଼,୨୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

ବଲାଙ୍ଗୀରରେ ସାଧାରଣତନ୍ତ୍ର ସମାରୋହ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଜିଲାପାଳ କହିଲେ…

ବଲାଙ୍ଗୀର,୨୬ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ମହକୁମାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗାନ୍ଧୀନଗର ପଡ଼ାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ଭବନ ସମ୍ମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri