କୋଦଳା ବାଲି ଢ଼ାବା ନିକଟରେ ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ବସ୍- ଟ୍ରକ ମୁହାମୁହିଁ ଧକ୍କା, ୧୫…

ଖଲ୍ଲିକୋଟ,୯ା୫(ପ୍ରଶାନ୍ତ କୁମାର ମିଶ୍ର): କୋଦଳା ଥାନା ବାଲି ଢ଼ାବା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମୁହାମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ୫ ରେ ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ଆସିକାରୁ ଭୁବନେଶ୍ବର ଯାଉଥିବା ସମୟରେ ହଠାତ କୋଦଳା ବାଲି ଢ଼ାବା ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବସ୍ ଓ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ୍ ଭିତରେ ଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।

ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତ ଗୁରୁତର ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଚିକିତ୍ସାଧିନ ଥିବା ସୂଚନା ମିଳିଛି । ସେପଟେ ଖବର ପାଇ କୋଦଳା ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily

Share