ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡୁଛି । ଘଟଣାସ୍ଥଳରେ ଗଞ୍ଜାମ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଛତ୍ରପୁର ମେଡିକାଲକୁ ପଠେଇଥିଲେ ।
ସେଠାରେ ମୋନାଲିସା ପାଢ଼ୀ (୨୦) ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ସେ ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡୁଛି । ଆହତ ଜଣକ ମନୋରଞ୍ଜନ ଜେନା ୨୩ ଭଞ୍ଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି । ପୋଲିସ ଘଟଣା ତଦନ୍ତ ଚଳାଇଛି । ଯୁବତୀ ଓ ଯୁବକ ଦୁହେଁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।