ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ ଟ୍ରକ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ଥିବା ଡ୍ରାଇଭର ପ୍ରଫୁଲକୁମାର ପ୍ରଧାନଙ୍କ ମ୍ରୁତ୍ଯୁ ହୋଇଥିବା ବେଳେ ହେଲପର ପ୍ରଦୀପକୁମାର ପ୍ରଧାନ ଗୁୁରୁତର ଭାବରେ ଆହାତ ହୋଇଛନ୍ତି । ଏମାନଙ୍କ ଘର ଚମାଖଣ୍ଡି ଥାନାଅନ୍ତର୍ଗତ କେଟିଏନପୁର ଗ୍ରାମରେ ବୋଲି ଜଣାପଡିଛି ।

ଘଟଣାରୁଜାଣିବାକୁ ମିଳିଛିଯେ, ଶନିବାର ରାତିରେ ଗାଡିନଂ ଓଆର ୦୭ଭି୫୬୦୧ ଟିପରଟ୍ରକର ଡ୍ରାଇଭର ଦ୍ରୁତଗତିରେ ଗାଡିକୁ ଚଲାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟି ହୋଇଯାଇଥିଲା । ଯାହାଦ୍ବାରା ଗଛଟି ଉପୁଡିପଡି ଗାଡି ଉପରେ ଚାପି ହୋଇଯାଇଥିଲା । ଏହାସହ ରାସ୍ତାରେ ପଡି ରାସ୍ତା ମଧ୍ୟ ଅବରୋଧ ହୋଇଯାଇଥିଲା । ଖବରପାଇ ପୁରୁଷୋତ୍ତମପୁର ପୋଲିସ ଓ ଦମକଳ ବାହୀନି କର୍ମଚାରି ଘଟଣାସ୍ଥଳରେ ପହଁଚିଥିଲେ ।

ଦମକଳବାହୀନି ଗଛକୁ କାଟି ରାସ୍ତା ଅବରୋଧ ହଟାଇବା ସହ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡ୍ରାଇଭର ପ୍ରଫୁଲ୍ଲ ପ୍ରଧାନଙ୍କ ମ୍ରୁତ୍ଯୁ ହୋଇଥିଲା । ବ୍ରହ୍ମପୁର ବିଏନପୁର ପୋଲିସ ମ୍ରୁତଦେହକୁ ଜବତକରି ଏକ ଅପମ୍ରୁତ୍ଯୁ ମାମଲାରୁୁଜୁ କରି ବ୍ଯବଛେଦ କରାଇଥିବା ବେଳେ ପୁରୁଷୋତ୍ତମପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share