Posted inଜାତୀୟ

ଜନସାଧାରଣ ପାଳିବେ ବିଜୟ ଉତ୍ସବ: ତେଜସ୍ବୀ

ପାଟନା,୮।୧୧:: ଭାଜପା ଓ ଜେଡିୟୁ ସରକାରଙ୍କୁ ଗାଦିଚ୍ୟୁତ କରି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ଏକାଧିକ ଏକଜିଟ ପୋଲ ମହାଗଠବନ୍ଧନ ବେଶ ଆରାମରେ ମ୍ୟାଜିକ ନମ୍ବର ହାସଲ କରିନେବ ବୋଲି ଆକଳନ କରିଛନ୍ତି। ଏକାଧିକ ସଂସ୍ଥା କରିଥିବା ସର୍ଭେ ରିପୋର୍ଟକୁ ଆକଳନ କଲେ ମହାଗଠବନ୍ଧନ ହିଁ ସବୁଥିରେ ଆଗରେ ରହିଛି। ଫଳାଫଳ ଆସିବା ପୂର୍ବରୁ ତେଜସ୍ବୀ ଯାଦବ ଆରଜେଡି ପ୍ରାର୍ଥୀଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ ନଭେମ୍ବର ୧୦ରେ ଫଳାଫଳ ଆସିବା ପରେ ରାଷ୍ଟ୍ରିୟ ଜନତା ଦଳ ପ୍ରାର୍ଥୀମାନେ ସରଳତା ଏବଂ ନମ୍ରତା ଦେଖାଇବା ଉଚିତ୍‌। ଫଳାଫଳ ପରେ ପ୍ରାର୍ଥୀମାନେ ନିଜ ନିର୍ବାଚନମଣ୍ଡଳୀରେ ବିଜୟ ପଦଯାତ୍ରା କରିବା ଉଚିତ ନୁହେଁ। ଜନସାଧାରଣ ଏହି ବିଜୟ ଉତ୍ସବ ପାଳନ କରିବେ। ଫଳାଫଳ ସମୟରେ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ରହିବେ ଏବଂ କେବଳ ପ୍ରମାଣପତ୍ର ନେବା ପରେ ପାଟନାକୁ ଫେରିବେ ବୋଲି ସେ କହିଛନ୍ତି। ଏହି ସମୟ ମଧ୍ୟରେ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇବା ଭଳି ନେତାମାନଙ୍କୁ କୌଣସି ବିଜୟ ଶୋଭାଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀଙ୍କ ନିକଟକୁ ଏହି ବାର୍ତ୍ତା ପଠାଇବା ପାଇଁ ୪ ଜଣିଆ ଟିମ ଗଠନ କରାଯାଇଛି ଯେଉଁଥିରେ ସୁନୀଲ ସିଂ, ସଞ୍ଜୟ ଯାଦବ, ଶ୍ୟାମ ରାଜକ ଏବଂ ଜଗଦାନନ୍ଦ ସିଂ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri