Categories: ଖେଳ

ପାକିସ୍ତାନକୁ ସାନ୍ତ୍ୱନାମୂଳକ ବିଜୟ

ନାପିଅର,୨୨।୧୨: ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ୩ୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ହାସଲ କରିଛି ସାନ୍ତ୍ୱନାମୂଳକ ବିଜୟ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଟି୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ପୂରା ୨୦ ଓଭରରେ ୭ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା। ଦଳ ପାଇଁ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ ଡେଭନ କନଓ୍ବେ (୬୩ ରନ୍‌, ୭ ଚୌକା ଓ ୧ ଛକା)। ତାଙ୍କ ବ୍ୟତୀତ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ଟିମ୍‌ ସେଫର୍ଟ (୩୫) ଓ ଗ୍ଲେନ ଫିଲେପ୍ସ (୩୧)। ବୋଲିଂରେ ପାକିସ୍ତାନ ପକ୍ଷରୁ ଫହିମ ଅଶ୍ରଫ ୩ ଉଇକେଟ ହାସଲ ନେଇଥିବାବେଳେ ଶାହିନ ଆଫ୍ରିଦୀ ଓ ହାରିସ ରଫ ହାତେଇଥିଲେ ୨ ଲେଖାଏ ଉଇକେଟ। ଜବାବରେ ମହମ୍ମଦ ରିଜ୍ୱାନଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ବଳରେ ପାକିସ୍ତାନ ୨ ବଲ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳକୁ ଜିତାଇବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ ରିଜ୍ୱାନ ୮୯ (୧୦ ଚୌକା ଓ ୩ ଛକା) ଓ ମହମ୍ମଦ ହାଫିଜ ୪୧ (୨ ଚୌକା ଓ ୩ ଛକା)। ଟିମ୍‌ ପାକିସ୍ତାନ ୧୯.୪ ଓଭରରେ ୬ ଉଇକେଟ ହରାଇ ୧୭୭ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି। ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସୌଦି ଓ ସ୍କଟ କୁଗ୍ଲେଜିନ୍‌ ୨ ଲେଖାଏ ଉଇକେଟ ନେଇଥିଲେ।

Share