ଜବରଦଖଲକାରୀଙ୍କ କବ୍‌ଜାରେ ନଦୀ, ନାଳ, ଜଳାଶୟ

ପଟ୍ଟାମୁଣ୍ଡାଇ, ୯।୯ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଅଖପାଖ ଅଞ୍ଚଳରେ ନଦୀ, ପ୍ରାକୃତିକ ନାଳ, କେନାଲ, ନୟନଯୋରି ଓ ଜଳାଶୟଗୁଡ଼କ ଜବରଦଖଲ ହେବାରେ ଲାଗିଛି। ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ ଏହା ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏପରି କି ସହରରେ ଜଳମଗ୍ନ ହେବା ସହ ଆଖପାଖ ଅଞ୍ଚଳରେ ଚାଷଜମି ପଡ଼ଆ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଜିଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପ୍ରାକୃତିକ ନାଳ ଓ ଜଳାଶୟଗୁଡ଼ିକୁ ଜବରଦଖଲ ମୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବୃହତ୍ତମ ସହର ପଟ୍ଟାମୁଣ୍ଡାଇରେ କାମଧନ୍ଦା, ଚାକିରି ତଥା ଝିଅ ପୁଅଙ୍କୁ ପାଠ ପଢ଼ାଇବା ପାଇଁ ଗ୍ରାମାଞ୍ଚଳରୁ ଲୋକଙ୍କ ସୁଅ ଛୁଟିଲା। ଲୋକେ ବିଭିନ୍ନ ସ୍ଥାନରେ ଘର ଦ୍ୱାର ନିର୍ମାଣ କରି ରହିଲେ। ସହରର ଜନସଂଖ୍ୟା ବୃଦ୍ଧି ଓ ଲୋକଙ୍କ ଚାହିଦା ଅନୁସାରେ ଜମିର ମୂଲ୍ୟ ବଢ଼ି ଚାଲିଲା। ସରକାରଙ୍କ ଧାର୍ଯ୍ୟ ଦରଠାରୁ ଢେର ଚଢ଼ା ଦରରେ ଘରଡିହ ବିକ୍ରି ହେଲା। ଏଭଳି ସ୍ଥିତିରେ ଯେ ଯେଉଁଠି ପାଇଲେ ସରକାରୀ ଓ ଜଳାଶୟ ଜାଗା ମାଡ଼ି ବସି ଘର ନିର୍ମାଣ କରୁଛନ୍ତି। ତାହା ପ୍ରାକୃତିକ ନାଳ ହେଉ କି ଜଳ ଉତ୍ସ କିମ୍ବା ନୟନଯୋରି କି ନଦୀ ପଠା। ଯେଉଁଠି ସୁବିଧା ହେଲା ଲୋକେ ଘର ନିର୍ମାଣ କରି ରହିଲେ। କେତେଜଣ ଧନୀ ଶ୍ରେଣୀର ଲୋକ ଓ ଚାକିରିଆ ମଧ୍ୟ ଏହାର ଫାଇଦା ଉଠାଇଲେ। ନଦୀନାଳଗୁଡ଼ିକୁ ପୋତି ଲୋକେ ଘର କଲେ। ସେହିପରି ପୁନରୁଦ୍ଧାର ହେଉ ନ ଥିବା ଜଳଉତ୍ସଗୁଡ଼ିକରେ ମାଟି ପକାଇ ଘର ନିର୍ମାଣ କରିବାରେ ଲାଗିଲେ। ଏହାର କୁପରିଣାମ ଚଳିତବର୍ଷ ବର୍ଷାଋତୁରେ ଚାଷଜମି ପଡ଼ଆ ରହିବାରୁ ଆଖପାଖ ଗ୍ରାମର ଚାଷୀଙ୍କୁ ଭୋଗିବାକୁ ପଡୁଛି। ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ହ୍ରାସ ପାଇଥିବା ସରକାରୀ ଜାଗା ସଂଖ୍ୟା ଏବେ ସମସ୍ତଙ୍କ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ଅତୀତରେ ପଟ୍ଟାମୁଣ୍ଡାଇ ବଜାର ବିଦ୍ୟୁତ୍‌ ଅଫିସ ପାଖରୁ ଜଳସମ୍ପଦ ବିଭାଗ ପାଟ କେନାଲ ମାଟିଆ ମାଇନର ଦେଇ ଗୋବରୀ ନଦୀକୁ ସଂଯୋଗ ଥିଲା। ସହରର ଉଦ୍‌ବୃତ ବର୍ଷାଜଳ ସେହି ମାଇନର କେନାଲ ଓ ନାଳ ଦେଇ ଗୋବରୀ ନଦୀକୁ ନିଷ୍କାସିତ ହେଉଥିଲା। ଏବେ ଏହି କେନାଲ ପୋତି ହୋଇ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି। ଧୀରେ ଧୀରେ ସହରର ଜଳଉତ୍ସଗୁଡ଼କ ନିଶ୍ଚିହ୍ନ ହେବାକୁ ବସିଛି। ପୂର୍ବରୁ କେବେ ବର୍ଷା ଦିନରେ ସହରରେ କୃତ୍ରିମ ବନ୍ୟା କିମ୍ବା ଜଳମଗ୍ନ ଭଳି ପରିସ୍ଥିତି ସୃଷ୍ଟି ହେଉ ନ ଥିଲା। ଭଲ ଅସରାଏ ବର୍ଷା ହେଲେ ଏବେ ରାସ୍ତାରେ ଜଳସ୍ରୋତ ପ୍ରବାହିତ ହେଉଛି। ନାଳକୁ ପୋତି ରାସ୍ତା ନିର୍ମାଣ ହୋଇଛି। ଜବରଦଖଲକାରୀଙ୍କ ବେପରୁଆ ମନୋଭାବ ଯୋଗୁ ଭବିଷ୍ୟତରେ ସହରବାସୀ ଅସୁବିଧା ଭୋଗିବେ। ତେଣୁ ପ୍ରାକୃତିକ ନାଳ ଓ ଜଳାଶୟଗୁଡ଼ିକକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ୨୦୧୮ରୁ ୨୦୨୩ ମଧ୍ୟରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଓ ଏହାର ଆଖପାଖରେ ଥିବା ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଛି। ପୋଖରିଆପଡ଼ା କେନାଲ ପାଖ ଜମି, ତାତନା ରାସ୍ତାର ଦୁଇପାଶର୍‌ବର ଜମି, ପହରାଜପୁର ରାସ୍ତାର ଉଭୟ ପାଶର୍‌ବ ଜମିରେ କୋଠା ହୋଇ ଚାଲିଛି। ସେହିଭଳି ପଟ୍ଟାମୁ୍‌ଣ୍ଡାଇ ପୋଖରିଆପଡା ବକ୍ତାରପୁର ଦେଇ କଖାରୁଣୀ ପୋଲ ପର୍ଯ୍ୟନ୍ତ ୨ ପାଶର୍‌ବ ଜମିରେ କୋଠା ଗଢ଼ି ଉଠି ନୟନଯୋରି ଜବରଦଖଲ ହୋଇଛି। ଫଳରେ ତଳପଟ ଚାଷଜମିକୁ ଜଳସେଚନ ହୋଇ ନ ପାରି ପଡ଼ିଆ ପଡ଼ିଛି। ପଟ୍ଟାମୁଣ୍ଡାଇ ବଜାର ସଂଲଗ୍ନ ବେଲତଳ, ଦକ୍ଷିଣଦିଆ, ପୋଖରିଆପଡ଼ା, ଗୋବରୀ ନଦୀର ଦୁଇପାଶର୍‌ବ ଜମିକୁ ଜବରଦଖଲକାରୀ ଘରଦ୍ୱାର କରି ଚାଲିଛନ୍ତି। ଫଳରେ ଉଭୟପାଶର୍‌ବ ଜମିକୁ ଜଳସେଚନ ହୋଇ ପାରୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଚାଷ ପ୍ରତି ବିମୁଖ ଭାବ ସୃଷ୍ଟି ହେବାରୁ ଜମି ପଡ଼ିଆ ରହୁଛି। ଏପରି ସ୍ଥିତିରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଚାଷଜମି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏ ଦିଗରେ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ସମୀର ବେହେରାଙ୍କୁ ପଚାରିବାରେ ଚାଷଜମିରୁ ଘରବାଡ଼ି କରିବା ଦରଖାସ୍ତ ଉପରେ ଜିଜ୍ଞାସା କଲା ପରେ ଆପ୍ରୁଭାଲ ଦିଆଯିବ। ମାତ୍ର ନୟନଯୋରି ଜବରଦଖଲ କରାଇ ଦିଆଯିବ ନାହଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri