Posted inଫୁରସତ

ଇତିହାସ ବଖାଣେ ନଦୀ

ପ୍ରାଚୀନ ମଣିଷ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଥିଲା। ଚାଷ ବାସ ପିଇବା ପାଣିର ସୁବିଧା ସହିତ ନଦୀ ବାଟେ ସଭ୍ୟ ସମାଜର ବାଣିଜ୍ୟର ପଥ ମଧ୍ୟ ବିକଶିତ ହୋଇ ପାରିଥିଲା। ମାନବ ସଭ୍ୟତାର ଇତିହାସ ସହିତ ନଦୀ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ।
ଫସଲ ଉତ୍ପାଦନ, କଶକ୍ତି ବିକାଶ ଏବଂ ପରିବହନ ପାଇଁ ନଦୀର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ନଦୀ ଦ୍ୱାରା ଇକୋସିଷ୍ଟମର ବହୁବିଧ ବିକାଶ ସମ୍ଭବ ହୋଇ ପାରିଥାଏ। ମାନବ ସମାଜ ସହିତ ବନ୍ୟପ୍ରାଣୀଙ୍କ ପାଇଁ ନଦୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହାର ସଂରକ୍ଷଣ, ବିକାଶ ତଥା ଏହା ପ୍ରତି ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି। ନଦୀଗୁଡ଼ିକ କେବଳ ସ୍ଥାନ ନୁହେଁ ଲୋକ, ସେମାନଙ୍କର ରୀତିନୀତି, ଅଭ୍ୟାସ, ପରମ୍ପରା ଏବଂ ଜୀବନଶୈଳୀକୁ ମଧ୍ୟ ପ୍ରଭାବିତ କରିଥାଏ। ନଦୀଗୁଡ଼ିକ କେବଳ ଘରୋଇ ଆବଶ୍ୟକତା ଏବଂ କୃଷି ଉଦ୍ଦେଶ୍ୟ ପାଇଁ ଜଳ ଯୋଗାଇ ନ ଥାଏ ବରଂ ଲୋକଙ୍କୁ ଜଳପଥ ଦେଇ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସୁବିଧା ପ୍ରଦାନ କରିଥାଏ।
୨୦୦୫ରେ ଜାତିସଂଘ ପକ୍ଷରୁ ଜଳ ଉତ୍ସ ପାଇଁ ଉତ୍ତମ ଯତ୍ନର ଆବଶ୍ୟକତା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ‘ୱାଟର ଫର୍‌ ଲାଇଫ’ ଦଶନ୍ଧି ଆରମ୍ଭ କରାଯାଇଥିଲା। ଏହା ପରେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ନଦୀ ଆଡ୍‌ଭୋକେଟ ମାର୍କ ଆଞ୍ଜେଲୋଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ପ୍ରସ୍ତାବ ଅନୁସାରେ ବିଶ୍ୱ ନଦୀ ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନଦୀର ଗୁରୁତ୍ୱ ଉପଲବ୍ଧି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ଚତୁର୍ଥ ରବିବାରକୁ ବିଶ୍ୱ ନଦୀ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ୨୦୨୧ ସେପ୍ଟେମ୍ବର ୨୬ରେ ଏହା ପାଳିତ ହେଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri