ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ

କଟକ ଅଫିସ, ୮।୧୨: ଓଡ଼ିଶା ୟୁନିଭର୍ସିଟି ସଂଶୋଧିତ ଆଇନକୁ ବିରୋଧ କରି ସୋମବାର ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ ହୋଇଛି। ମାମଲାରେ ମୁଖ୍ୟଶାସନ ସଚିବଙ୍କ ସମେତ ଆଉ ୪ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ପୂର୍ବତନ ପ୍ରଫେସର ଅଜୟ କୁମାର ମହାନ୍ତି ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଅଦାଲତଙ୍କ ଆଶ୍ରୟ ନେଇଛନ୍ତି ା ସେ ପିଟିଶନରେ ଦର୍ଶାଇଛନ୍ତି, ଏହି ଆଇନ ଅଗଣତାନ୍ତ୍ରିକ। ଏହି ଆଇନ କାର୍ଯ୍ୟକାରୀ ହେଲେ ବିଶ୍ୱବିଦ୍ୟାଳୟଗୁଡିକ ନିଜର ସ୍ବାଧୀନତା ହରାଇବେ ା ଏହା ସହିତ ଅମଲା ଓ ଶାସକ ଦଳଙ୍କ ନିୟନ୍ତ୍ରଣକୁ ବିଶ୍ୱବିଦ୍ୟାଳୟଗୁଡିକ ଚାଲିଯିବ। ପ୍ରକାଶଥାଉ କି, ଓଡ଼ିଶା ୟୁନିଭର୍ସିଟି ଆଇନ ବିଧାନସଭାରେ ପାରିତ ହେବା ପରେ ଅଜୟ ସେତେବେଳେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅଦାଲତ ଏହା ବିଲ୍‌ରେ ପାରିତ ହୋଇଯାଇଥିବା ଦର୍ଶାଇ ମାମଲାକୁ ୧୯ା୧୦ା୨୦ରେ ବନ୍ଦ କରି ଦେଇଥିଲେ।