ଭୁଲ୍‌, ନିଷେଧ ଔଷଧ ସେବନ ଯୋଗୁ ବିପଦ ବଢ଼ୁଛି

ଜଗତ୍‌ସିଂହପୁର, ୭ା୯(ପ୍ରମୋଦ କୁମାର ନାୟକ)ଔଷଧକୁ ଠିକ୍‌ ଭାବେ ବ୍ୟବହାର କରାନ ଗଲେ ବେଳେବେଳେ ଗୁରୁତର ବିପଦ ସୃଷ୍ଟି କରିଥାଏ। ଏନେଇ ସରକାର ଗତବର୍ଷ ବିଶ୍ୱ ରୋଗୀ ସୁରକ୍ଷା ଦିବସରେ ଔଷଧ ସୁରକ୍ଷା ପ୍ରସଙ୍ଗକୁ ବିଷୟବସ୍ତୁ ରଖିଥିଲେ। ବିନା ବିପଦରେ ଔଷଧ (ମେଡିକେସନ୍‌ ୱିଦାଉଟ ହାର୍ମ) ସ୍ଲୋଗାନ ଦିଆଯାଥିଲା। କିନ୍ତୁ ଏଥିମଧ୍ୟରେ ପାଖାପାଖି ୧ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଗତ୍‌ସିଂହପୁର ଜିଲାରେ ଏହା କେବଳ ଔପଚାରିକତା ପୂରଣ ପାଇଁ କରାଯାଉଥିବା ଅଭିଯୋଗ ହେଉଛି ।
ରୋଗୀ ସୁରକ୍ଷା ଦିବସର ମୂଳ ଲକ୍ଷ୍ୟ ହେଲା ଔଷଧଜନିତ ବିପଦ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଔଷଧଜନିତ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ ତୃତୀୟ ପକ୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା । ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଜ୍ଞାନ ବାଣ୍ଟିବା। କିନ୍ତୁ ଜିଲାରେ ସେଭଳି ଅନୁଭବ ହେଉନାହିଁ । ବିଭିନ୍ନ ଔଷଧ ଦୋକାନରେ ଅବାଧରେ ନିଷେଧ ହୋଇଥିବା ଔଷଧ ବିକ୍ରି ଚାଲିଛି। ଏ ସମ୍ପର୍କରେ ଡାକ୍ତରମାନେ ଅବଗତ ହେଉନାହାନ୍ତି। ସେମାନେ ମଧ୍ୟ ବେଳେବେଳେ ଏହି ନିଷେଧ ଔଷଧ ବ୍ୟବହାର ପାଇଁ ପ୍ରେସକ୍ରିପ୍‌ସନ୍‌ରେ ଉଲ୍ଲେଖ କରି ଦେଉଛନ୍ତି । ଏଥିସହ ଅନେକ ସମୟରେ ଲୋକେ ମଧ୍ୟ ପୂର୍ବରୁ ବ୍ୟବହାର କରୁଥିବା କେତେକ ଜଣାଶୁଣା ଔଷଧ ଦୋକାନରୁ କିଣି ନେଉଛନ୍ତି। ଏହି ଔଷଧ ସେବନରେ ନିଷେଧ ହୋଇଛି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଉଦ୍ୟମ କରୁନାହାନ୍ତି। ଏହାର ପରିଣତି ରୋଗୀ ଭୋଗୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଔଷଧ ଦୋକାନୀ କହିଛନ୍ତି ଲାସା (ଲୁକ୍‌ ଆଲାଇକ୍‌ ସାଉଣ୍ଡ ଆଲାଇକ୍‌) ଭଳି କେତେକ ଔଷଧ ଅଛି, ଯାହା ଭ୍ରମ ସୃଷ୍ଟି କରେ। ପ୍ରେସକ୍ରିପ୍‌ସନ୍‌କୁ ଠିକ ଭାବେ ପଢି ନ ପାରି କେତେକ ଦୋକାନୀ ଭୁଲ ଔଷଧ ଦେଇଦିଅନ୍ତି। ଏହାଦ୍ୱାରା ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ବିପଦରେ ପଡ଼ିଯାଏ। ତେଣୁ ଏଥିପ୍ରତି ସଚେତନ ଓ ସତର୍କ ରହିବା ଜରୁରୀ। ବିଶେଷକରି ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇ ନେବା ଉଚିତ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ସହ ପୁନଃ ଦେଖା କରିବା କଷ୍ଟକର ହେଉଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଔଷଧ କିଣି ଘରକୁ ପଳାଇଥାନ୍ତି। ତା’ପରେ ଏହା ସେବନ କରି ଅଡ଼ୁଆରେ ପଡିଥାନ୍ତିତ। କେବଳ ଏତିକି ନୁହେଁ କେତେକ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ରୋଗୀ ଓ ରୋଗର ନିରାକରଣ ଅପେକ୍ଷା ନିଜର ସ୍ବାର୍ଥକୁ ଗୁରୁତ୍ୱ ଦିଅନ୍ତି। ଅତୀତରେ ରୋଗୀ ଅବହେଳାକୁ ନେଇ ଅନେକ ବାର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜନ ଅସନ୍ତୋଷ ବଢି ଚାଲିଛି । ସରକାର ସ୍ବାସ୍ଥ୍ୟ ସେବା ପାଇଁ ପ୍ରାଥମିକତା ଦେଉଥିବା ଡେଙ୍ଗୁରା ପିଟୁଥିବା ବେଳେ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରହସନ ପାଲଟିଛି। ଅପରପକ୍ଷେ ସଚେତନତା ଆଳରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଉଥିବା ଅଭିଯୋଗ ହେଉଛି। ଜିଲାରେ ବର୍ଷର ଅଧିକାଂଶ ଦିନ ରୁଦ୍ଧଦ୍ୱାର କୋଠରି ଭିତରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଦିବସ ପାଳନ କରାଯାଉଛି। ମାତ୍ର ରୋଗୀଙ୍କୁ ଦେଖିବା କିମ୍ବା ରୋଗ ନିରୂପଣ ପାଇଁ ଆନ୍ତରିକତା ପ୍ରକାଶ ପାଉନାହିଁ। କେତେକ ଡାକ୍ତର ତରତର ହୋଇ ପ୍ରେସକ୍ରିପସନ୍‌ ଲେଖୁଥିବାରୁ ରୋଗୀ ଅଧିକ ଅସୁସ୍ଥ ହେଉଛନ୍ତି। ତେଣୁ ବିଭିନ୍ନସ୍ତରରେ ସଚେତନ ଓ ସତର୍କତା ରହିଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇ ଦିଆଯାଇପାରିବ ବୋଲି ଦାବି ହେଉଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri