ଧୂମପାନ ନ କଲେ ବି ଫୁସ୍‌ଫୁସ୍‌ କର୍କଟ ଆଶଙ୍କା

ଲଣ୍ଡନ: ବିଶ୍ୱରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ବାୟୁ କାରଣରୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଅଜଣା ରୋଗ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସମୟରେ ଟ୍ୟୁମର ଓ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଲାଣି। ନିକଟରେ ବ୍ରିଟେନ୍‌ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣା ପଡ଼ିଛି ଯେ, ବାୟୁ ପ୍ରଦୂଷଣ କାରଣରୁ ଧୂମପାନ କରୁ ନ ଥିବା ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଦୂଷିତ ବାୟୁରେ ଥିବା କ୍ଷତିକାରକ କଣିକା ସବୁ ପ୍ରଶ୍ୱାସରେ ଯାଇ ମନୁଷ୍ୟ ଶରୀର ଭିତରେ କ୍ୟାନ୍‌ସର ଜିନ୍‌ ତିଆରି କରିଥାଏ। ଏହାଫଳରେ ଆଦୌ ସ୍ମୋକ୍‌ କରୁ ନ ଥିବା ବ୍ୟକ୍ତିଙ୍କ ଶରୀରରେ ଟ୍ୟୁମର ସୃଷ୍ଟି କରିଥାଏ, ଯାହା ଆଗାମୀ ଦିନରେ ବଢ଼ି କ୍ୟାନ୍‌ସରର ରୂପ ନେଉଥିବା ଷ୍ଟଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଫୁସ୍‌ଫୁସ୍‌ କର୍କଟର ମୁଖ୍ୟ କାରଣ ଧୂମପାନ ହୋଇଥିବାବେଳେ ଦୂଷିତ ବାୟୁ ଏହାର ଆଉ ଏକ ମାଧ୍ୟମ ପାଲଟିଥିବା ଗବେଷଣାରୁ ଜଣାପଡ଼ିଛି। ସିଗାରେଟ୍‌ ଧୂଆଁରେ ଥିବା ବିଷାକ୍ତ ଗ୍ୟାସ୍‌ ତୁଳନାରେ ପ୍ରଦୂଷିତ ବାୟୁରେ ଅଧିକ ପରିମାଣର କ୍ଷତିକାରର ଗ୍ୟାସ୍‌ ଥିବା ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟର ପ୍ରଫେସର ଚାର୍ଲସ୍‌ ସ୍ବାନ୍ତୋନ କହିଛନ୍ତି। ବ୍ରିଟେନ୍‌ର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ ଏବଂ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ମିଳିତ ଭାବେ ଏହି ଗବେଷଣା କରିଛନ୍ତି। ଉକ୍ତ ଅଧ୍ୟୟନ ପାଇଁ ଗବେଷକମାନେ ବ୍ରିଟେନ୍‌, ତାଇଓ୍ବାନ୍‌, ସାଉଥ୍‌ କୋରିଆରୁ ୪ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ।
ବଢ଼ୁଥିବା କ୍ୟାନ୍‌ସର ରୋଗୀଙ୍କ ମାମଲାକୁ ଦୃଷ୍ଟିରେ ରଖି ଏହି ଅଧ୍ୟୟନ ଦ୍ୱାରା ରୋଗର ଚିକିତ୍ସା ପାଇଁ ମେଡିକାଲ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ। କମ୍‌ ବାୟୁ ପ୍ରଦୂଷଣ ହେଉଥିବା କାନାଡାରେ ପ୍ରତିବର୍ଷ ୮ ହଜାର ଲୋକ ଦୂଷିତ ବାୟୁ କାରଣରୁ ପ୍ରାଣ ହରାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର...

ଉଷୁମ ପାଣି ପିଉଥିଲେ

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର...

ଫଟୋ ଫିଲ୍ଟର…

ବର୍ତ୍ତମାନ ଅଳ୍ପ ବୟସରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି। ଯେଉଁଥିରେ ନିଜର ଭଳିକି ଭଳି ଫଟୋ, ଭିଡିଓ ପୋଷ୍ଟ କରିବାରେ ଅନେକେ...

ମଝି ଆକାଶରୁ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ…

ମସ୍କୋ,୬।୭: ରୁଷିଆରେ ମଝି ଆକାଶରୁ ହଠାତ୍‌ ଏକ ଯାତ୍ରୀବାହୀ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଛି। ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏବେ ସ୍ଥିତି ସଙ୍କଟ ଜନକ...

ଭାରତ ଆଗକୁ ଅସିଲେ କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ, କହିଲେ ବାଜଓ୍ବା…

ଇସଲାମାବାଦ୍‌, ୨।୪ : ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଇସଲାମାବାଦ ସୁକ୍ୟୁରିଟି ଡାଲଏଗ୍‌ ଫୋରମ୍‌ରେ ଏକ...

କରୋନା ଭାଇରସ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୃତ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲେ ଡାକ୍ତର

ଲଣ୍ଡନ,୩।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କିଛିଦିନ ହେବ କରୋନାରେ ପୀଡ଼ିତ ଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି। ହେଲେ ସେ...

ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା

ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍‌ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର...

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା...

Advertisement
Archives

Model This Week