Posted inଫୁରସତ

କ୍ରୋମ୍‌ ଅପଡେଟ୍‌ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍‌ମେଲିଂ ଆଶଙ୍କା…

ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ। ବଗ୍‌ ଫିକ୍ସ୍‌ କରାଯାଇଥାଏ। ଫଳରେ ଭାଇରସ କିମ୍ବା ମାଲୱେର୍‌ ଆକ୍ରମଣର ଆଶଙ୍କା କମିଯାଏ। ମାତ୍ର ଗୁଗୁଲର କ୍ରୋମ ବ୍ରାଉଜରର ଅପଡେଟ୍‌ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଉଥିବା ଅଭିଯୋଗ ହେଉଛି। ଏହାକୁ ଅପଡେଟ କରିବା ପରେ ସିଷ୍ଟମରେ ଏକ ରାନସମୱେର ଆସୁଛି, ଯାହା ୟୁଜରଙ୍କ ଡାଟାକୁ କ୍ଷତି ପହଞ୍ଚାଉଛି ।

ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ କ୍ରୋମ ଏବଂ ମାଇକ୍ରୋସଫ୍ଟ ଏଜକୁ ଅପଡେଟ କରିବା ପରେ ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ପ୍ରବେଶ କରୁଛି। ତେଣୁ ଏହି ବ୍ରାଉଜର୍‌ ଗୁଡିକରେ ଅପଡେଟ ଆସିଲେ ଏହାକୁ ଅପଡେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ଆସିବା ପରେ ହ୍ୟାକରମାନେ ସହଜରେ ୟୁଜରଙ୍କ ଡାଟା ଚୋରି କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହେଉଛି।

ମ୍ୟାଗ୍ନିବେର ରାନସମୱେର ୟୁଜରଙ୍କ ସିଷ୍ଟମ୍‌ରେ ପହଞ୍ଚି ଏହାର ସୁରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଥାଏ। ମାଗ୍ନିବର ୟୁଜର ବ୍ରାଉଜିଂ କରୁଥିବା ସମୟରେ ଏହା ଅନ୍ୟ ମାଲୱେର୍‌ ଡାଉନଲୋଡ ହେବାର ଆଶଙ୍କା ରହିଥାଏ। ୟୁଜର କ୍ରୋମ ଏବଂ ଏଜ ବ୍ରାଉଜରରେ କାମ କରନ୍ତି, ସେତେବେଳେ ନକଲି ୱେବପେଜ୍‌ଗୁଡ଼ିକ ମାଧ୍ୟମରେ ମାଲୱେୟାର ଡିଷ୍ଟ୍ରିବ୍ୟୁଟ୍‌ ହୁଏ।

ଥରେ ୟୁଜର ‘ଅପଡେଟ କ୍ରୋମ’ କିମ୍ବା ’ଏଜ ଅପଡେଟ’ ବଟନ ଉପରେ କ୍ଲିକ କଲା ପରେ, ପେଜ .appx ନାମକ ଏକ ବ୍ରାଉଜର୍‌ ଏକ୍ସଟେନଶନ ଡାଉନଲୋଡ କରିଦେଇଥାଏ। ଏହି ଏକ୍ସଟେନଶନ ବ୍ୟାକ୍‌ ଗ୍ରାଉଣ୍ଡରେ ଆକ୍ଟିଭ୍‌ ହୋଇଯାଏ । ଏହା ପରେ ୟୁଜରଙ୍କର ୱିଣ୍ଡୋଜ ଫାଇଲକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ୟୁଜରଙ୍କୁ ଏସମ୍ପର୍କରେ କୌଣସି ସୂଚନା ମଧ୍ୟ ମିଳିନ ଥାଏ।

ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ଥିବା ସମସ୍ତ ଫାଇଲଗୁଡ଼ିକର ଏନକ୍ରିପସନ ଆରମ୍ଭ କରେ। ଏନକ୍ରିପସନ ପ୍ରକ୍ରିୟା ଶେଷ ହେବାପରେ ସିଷ୍ଟମରେ କୌଣସି ଫାଇଲ ଖୋଲିବାକୁ ସମର୍ଥ ହେବେ ନାହିଁ। ଏହି ସମୟରେ, ହ୍ୟାକାମାନେ ୟୁଜରଙ୍କୁ ରାନସମ୍‌ ନୋଟ ପ୍ୟାଡ ପଠାଇଥାନ୍ତି। ୟୁଜର ଦାବି କରାଯାଇଥିବା ଟଙ୍କା ପୈଠ କଲେ ଫାଇଲ ଖୋଲିବା ସମ୍ଭବ ହୋଇଥାଏ। କେବଳ ଏତିକି ନୁହେଁ, ମ୍ୟାଗ୍ନିବେର ରାନସମୱେର ଟୋର ବ୍ରାଉଜରକୁ ଡାଉନଲୋଡ କରିବାକୁ କହିଥାଏ।

ତେବେ ଆଣ୍ଟିଭାଇରସ ବ୍ୟବହାର କରିବା ଦ୍ୱାରା ମ୍ୟାଗ୍ନିବେର ରାନସମୱେରରୁ ୟୁଜର ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯାଇଥାଏ। ଆଣ୍ଟିଭାଇରସ ଅପଡେଟ ଜାରି ରଖିଲେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇ ରହିଥାଏ। ସବୁବେଳେ ମାଗଣା ଆଣ୍ଟିଭାଇରସକୁ ଏଡ଼ାଇବାକୁ ଚେଷ୍ଟା କଲେ ଭଲ। କେବଳ ଏହାର ଦେୟ ସଂସ୍କରଣ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri