Posted inଫୁରସତ

କ୍ରୋମ୍‌ ଅପଡେଟ୍‌ରେ କମ୍ପ୍ୟୁଟରରେ ଭାଇରସ ସହିତ ବ୍ଲାକ୍‌ମେଲିଂ ଆଶଙ୍କା…

ନୂଆଦିଲ୍ଲୀ, ୧୫।୧ : କମ୍ପ୍ୟୁଟର, ସ୍ମାର୍ଟଫୋନ କିମ୍ବା ଅନ୍ୟାନ୍ୟ ଡିଭାଇସରେ ଅପଡେଟ ଆସିବାକୁ ସକାରାତ୍ମକ ଭାବେ ଗ୍ରହଣ କରାଯାଇଥାଏ। ଏହା ଦ୍ୱାରା ଏହାର ସୁରକ୍ଷାସ୍ତର ଅପଡେଟ ହୋଇଥାଏ। ବଗ୍‌ ଫିକ୍ସ୍‌ କରାଯାଇଥାଏ। ଫଳରେ ଭାଇରସ କିମ୍ବା ମାଲୱେର୍‌ ଆକ୍ରମଣର ଆଶଙ୍କା କମିଯାଏ। ମାତ୍ର ଗୁଗୁଲର କ୍ରୋମ ବ୍ରାଉଜରର ଅପଡେଟ୍‌ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଉଥିବା ଅଭିଯୋଗ ହେଉଛି। ଏହାକୁ ଅପଡେଟ କରିବା ପରେ ସିଷ୍ଟମରେ ଏକ ରାନସମୱେର ଆସୁଛି, ଯାହା ୟୁଜରଙ୍କ ଡାଟାକୁ କ୍ଷତି ପହଞ୍ଚାଉଛି ।

ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ କ୍ରୋମ ଏବଂ ମାଇକ୍ରୋସଫ୍ଟ ଏଜକୁ ଅପଡେଟ କରିବା ପରେ ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ପ୍ରବେଶ କରୁଛି। ତେଣୁ ଏହି ବ୍ରାଉଜର୍‌ ଗୁଡିକରେ ଅପଡେଟ ଆସିଲେ ଏହାକୁ ଅପଡେଟ ନ କରିବାକୁ ପରାମର୍ଶ ଦିଆଯାଇଛି। ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ଆସିବା ପରେ ହ୍ୟାକରମାନେ ସହଜରେ ୟୁଜରଙ୍କ ଡାଟା ଚୋରି କରି ବ୍ଲାକମେଲିଂ କରୁଥିବା ଅଭିଯୋଗ ହେଉଛି।

ମ୍ୟାଗ୍ନିବେର ରାନସମୱେର ୟୁଜରଙ୍କ ସିଷ୍ଟମ୍‌ରେ ପହଞ୍ଚି ଏହାର ସୁରକ୍ଷା ବ୍ୟବସ୍ଥାକୁ ନଷ୍ଟ କରିଥାଏ। ମାଗ୍ନିବର ୟୁଜର ବ୍ରାଉଜିଂ କରୁଥିବା ସମୟରେ ଏହା ଅନ୍ୟ ମାଲୱେର୍‌ ଡାଉନଲୋଡ ହେବାର ଆଶଙ୍କା ରହିଥାଏ। ୟୁଜର କ୍ରୋମ ଏବଂ ଏଜ ବ୍ରାଉଜରରେ କାମ କରନ୍ତି, ସେତେବେଳେ ନକଲି ୱେବପେଜ୍‌ଗୁଡ଼ିକ ମାଧ୍ୟମରେ ମାଲୱେୟାର ଡିଷ୍ଟ୍ରିବ୍ୟୁଟ୍‌ ହୁଏ।

ଥରେ ୟୁଜର ‘ଅପଡେଟ କ୍ରୋମ’ କିମ୍ବା ’ଏଜ ଅପଡେଟ’ ବଟନ ଉପରେ କ୍ଲିକ କଲା ପରେ, ପେଜ .appx ନାମକ ଏକ ବ୍ରାଉଜର୍‌ ଏକ୍ସଟେନଶନ ଡାଉନଲୋଡ କରିଦେଇଥାଏ। ଏହି ଏକ୍ସଟେନଶନ ବ୍ୟାକ୍‌ ଗ୍ରାଉଣ୍ଡରେ ଆକ୍ଟିଭ୍‌ ହୋଇଯାଏ । ଏହା ପରେ ୟୁଜରଙ୍କର ୱିଣ୍ଡୋଜ ଫାଇଲକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ୟୁଜରଙ୍କୁ ଏସମ୍ପର୍କରେ କୌଣସି ସୂଚନା ମଧ୍ୟ ମିଳିନ ଥାଏ।

ମ୍ୟାଗ୍ନିବେର ରାନସମୱେର ସିଷ୍ଟମରେ ଥିବା ସମସ୍ତ ଫାଇଲଗୁଡ଼ିକର ଏନକ୍ରିପସନ ଆରମ୍ଭ କରେ। ଏନକ୍ରିପସନ ପ୍ରକ୍ରିୟା ଶେଷ ହେବାପରେ ସିଷ୍ଟମରେ କୌଣସି ଫାଇଲ ଖୋଲିବାକୁ ସମର୍ଥ ହେବେ ନାହିଁ। ଏହି ସମୟରେ, ହ୍ୟାକାମାନେ ୟୁଜରଙ୍କୁ ରାନସମ୍‌ ନୋଟ ପ୍ୟାଡ ପଠାଇଥାନ୍ତି। ୟୁଜର ଦାବି କରାଯାଇଥିବା ଟଙ୍କା ପୈଠ କଲେ ଫାଇଲ ଖୋଲିବା ସମ୍ଭବ ହୋଇଥାଏ। କେବଳ ଏତିକି ନୁହେଁ, ମ୍ୟାଗ୍ନିବେର ରାନସମୱେର ଟୋର ବ୍ରାଉଜରକୁ ଡାଉନଲୋଡ କରିବାକୁ କହିଥାଏ।

ତେବେ ଆଣ୍ଟିଭାଇରସ ବ୍ୟବହାର କରିବା ଦ୍ୱାରା ମ୍ୟାଗ୍ନିବେର ରାନସମୱେରରୁ ୟୁଜର ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯାଇଥାଏ। ଆଣ୍ଟିଭାଇରସ ଅପଡେଟ ଜାରି ରଖିଲେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇ ରହିଥାଏ। ସବୁବେଳେ ମାଗଣା ଆଣ୍ଟିଭାଇରସକୁ ଏଡ଼ାଇବାକୁ ଚେଷ୍ଟା କଲେ ଭଲ। କେବଳ ଏହାର ଦେୟ ସଂସ୍କରଣ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri