ରେପୋ ରେଟ୍‌ରେ ୦.୨୫% ହ୍ରାସ ଆଶଙ୍କା

ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ ଗ୍ରାହକଙ୍କ ଚାହିଦା ଅଭାବ କାରଣରୁ କମ୍ପାନୀଗୁଡ଼ିକର ଆୟ ପ୍ରଭାବିତ ହେଉଛି। ଏହି କାରଣରୁ ଦେଶର ଅର୍ଥନୀତିରେ ମନ୍ଥର ଗତି ହେବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସୁଧ ହାର(ରେପୋ ରେଟ୍‌) ହ୍ରାସ କରିବାକୁ ବଜାର ବିଶେଷଜ୍ଞ ତଥା ଗ୍ଲୋବାଲ ବ୍ରୋକ୍‌ରେଜ୍‌ ହାଉସ୍‌ ଆର୍‌ବିଆଇ ନିକଟରେ ଦାବି କରୁଛନ୍ତି। ଡଏଚ୍‌ ବ୍ୟାଙ୍କ ବିଶେଷଜ୍ଞମାନଙ୍କ ମତାନୁସାରେ, ଫେବୃଆରୀରେ ହେବାକୁ ଥିବା ପରବର୍ତ୍ତୀ ନୀତି କମିଟି ବୈଠକରେ ଆର୍‌ବିଆଇ ନୀତି ହାର ହ୍ରାସ ଚକ୍ରକୁ ୦.୨୫% ହ୍ରାସ କରିବା ଉଚିତ। ବିଶ୍ଳେଷକମାନେ କହିଛନ୍ତି, ସୁଧ ହାର ହ୍ରାସ କରିବା ଦ୍ୱାରା ଅଭିବୃଦ୍ଧି ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପଡ଼ିବ। ଏଥିରେ ଯଦି ବିଳମ୍ବ ହୁଏ, ତେବେ ଆର୍‌ବିଆଇ ମଧ୍ୟ ପଛରେ ପଡ଼ିଯିବା ବିପଦ ରହିଛି। ଫେବୃଆରୀ ଏବଂ ଏପ୍ରିଲର ମୁଦ୍ରା ନୀତି ସମୀକ୍ଷାରେ ଆର୍‌ବିଆଇ ନୀତି ହାରକୁ ୦.୨୫ ପ୍ରତିଶତ ହ୍ରାସ କରିବ, ଯାହା ପ୍ରଥମାର୍ଦ୍ଧରେ ରେପୋ ହାରକୁ ୬%ରେ ପହଞ୍ଚାଇବ। ବିଶ୍ଳେଷକମାନେ କହିଛନ୍ତି , ଭାରତରେ ମୁଦ୍ରା ବିତରଣ ଅତି କମ୍‌ରେ ୩ଚତୁର୍ଥାଂଶ ସହିତ କାମକରେ। ତେଣୁ ଫେବୃଆରୀରୁ ହାର ହ୍ରାସ କରିବା ଆର୍‌ବିଆଇ ପାଇଁ ଉପଯୁକ୍ତ ସମୟ ବୋଲି ମତ ପ୍ରକାଶ ପାଇଛି। ସୁଧ ହାର ହ୍ରାସ କରିବାରେ ବିଳମ୍ବ ନ କରିବାକୁ ଆର୍‌ବିଆଇକୁ ପରାମର୍ଶ ଦିଆଯାଇଛି। ଯେତେ ଶୀଘ୍ର ସୁଧ ହାର ହ୍ରାସ ପାଇବ, ଅଭିବୃଦ୍ଧି ଉପରେ କମ୍‌ ପ୍ରଭାବ ପଡ଼ିପାରେ। ସୂଚନା ଥାଉକି,ଆର୍‌ବିଆଇ ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଗତ ୧୧ଟି ନୀତି ସମୀକ୍ଷା ସମୟରେ ଆର୍‌ବିଆଇ ସୁଧ ହାରକୁ ସ୍ଥିର ରହିଛି। ତେବେ ଅଭିବୃଦ୍ଧି ବହୁ ତ୍ରୈମାସିକ ସ୍ତରରେ ଖସି ଆସିଛି ଏବଂ ଫେବୃଆରୀରେ ଆର୍‌ବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଅଧୀନରେ ହେବାକୁ ଥିବା ପ୍ରଥମ ସୁଧ ହାର ସମୀକ୍ଷା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri