Posted inଜାତୀୟ

ଗ୍ରାମାଞ୍ଚଳରେ ବେକାରି ହାର ବୃଦ୍ଧି

ନୂଆଦିଲ୍ଲୀ,୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୯ ମାସ ପରେ ଦେଶରେ ବହୁପ୍ରତୀକ୍ଷିତ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ନେତା ଓ କେନ୍ଦ୍ରମନ୍ତ୍ରୀମାନେ ବୁଲି ବୁଲି ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତା ବଖାଣୁଛନ୍ତି। ୟଙ୍ଗ୍‌ ଇଣ୍ଡିଆ (ଯୁବ ଭାରତ) ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଅର୍ଥନୀତି ଏବଂ ଖୁବ୍‌ଶୀଘ୍ର ଏହା ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଯାଇ ଭାଷଣ ଦେଉଛନ୍ତି। କିନ୍ତୁ ଦେଶର ଏହି ତଥାକଥିତ ଅଭିବୃଦ୍ଧି ବେକାରି ସମସ୍ୟାର ସମାଧାନ ବାଟ ଫିଟାଇପାରି ନାହିଁ। ନୀତି ପ୍ରଣୟନକାରୀଙ୍କ ଦୂରଦୃଷ୍ଟିହୀନତା ଯୋଗୁ ସହରାଞ୍ଚଳର ପାଠୁଆ ଆଶାୟୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ବ୍ଲକ୍‌ ଅଫିସଠୁ ନେଇ ସେନା ପର୍ଯ୍ୟନ୍ତ ଅନେକ ଲକ୍ଷ ପଦବୀ ଖାଲି ପଡ଼ିଛି। ସେଗୁଡ଼ିକୁ ପୂରଣ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଗ୍ରାମାଞ୍ଚଳର ଶ୍ରମିକମାନେ ମଧ୍ୟ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଏ) ଅଧୀନରେ ଗ୍ୟାରେଣ୍ଟି ମୁତାବକ ୧୦୦ ଦିନ କାମ ପାଉନାହାନ୍ତି। କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ଅମଳରେ କରାଯାଇଥିବା ଏହି ଯୋଜନା ପାଇଁ ମୋଦି ସରକାର ବଜେଟରେ ଅର୍ଥ ଆବଣ୍ଟନ ଲଗାତର ଭାବେ ହ୍ରାସ କରିଚାଲିଥିବାରୁ ଏପରି ଅବସ୍ଥା ହୋଇଥିବା କୁହାଯାଉଛି। ଦେଶରେ ଅନେକ କୋଟି ଯୁବ ଆଶାୟୀ ନିଯୁକ୍ତି ନ ପାଇ ହତାଶ ହେବା ପରେ ଚାକିରି ଖୋଜିବା ଛାଡ଼ିଦେଲେଣି। ବିଭିନ୍ନ ରାଜ୍ୟର ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନେ ବିଦେଶକୁ ଯାଇ ମୂଲ ଲାଗୁଛନ୍ତି। ଦଲାଲ ଓ ଶ୍ରମିକ ଚାଲାଣ ରାକେଟ୍‌ ହାବୁଡ଼ରେ ପଡ଼ି ଖର୍ଚ୍ଚାନ୍ତ ଓ ହଇରାଣ ମଧ୍ୟ ହେଉଛନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଚଳିତବର୍ଷ ଦେଶର ବେରୋଜଗାରି ହାର ତୃତୀୟ ଥର ପାଇଁ ୮%ରୁ ଉପରକୁ ଉଠିଛି। ମେ’ରେ ବେରୋଜଗାରି ୭.୬୮% ଥିବାବେଳେ ଜୁନ୍‌ରେ ଏହା ୮.୪୫%କୁ ଛୁଇଁଛି। ଏହି ଅବଧି ମଧ୍ୟରେ ସହରାଞ୍ଚଳରେ ବେକାରି ହାର ୭.୮୭% ଥିବାବେଳେ ଗ୍ରାମାଞ୍ଚଳରେ ୨ ବର୍ଷର ରେକର୍ଡ ଭାଙ୍ଗି ୮.୭୩%କୁ ଉଠିଛି। ସାଧାରଣତଃ ଜୁନ୍‌ରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିବାରୁ କୃଷି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାସ। କାରଣ ଗ୍ରାମାଞ୍ଚଳର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ମେ’ରେ ଅମଳ ଶେଷ ହେବା ପରେ ଜୁନ୍‌ରେ ଗାଁଗୁଡ଼ିକରେ ବେରୋଜଗାରି ବଢ଼ିଥାଏ। ଜୁଲାଇରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇ ଭଲ ବୃଷ୍ଟିପାତ ହେଲେ ନୂଆ ବିହନ ବୁଣା ଆଗକୁ ବଢ଼ିଥାଏ। କିନ୍ତୁ ଏଥର ମୌସୁମୀ ବି ଧୋକା ଦେଲାଣି। ସ୍ବଳ୍ପବୃଷ୍ଟି ଓ ଅନାବୃଷ୍ଟି ଦେଶର ବିଭିନ୍ନ ଭାଗରେ ମରୁଡ଼ି ସ୍ଥିତି ଉପୁଜାଇଲାଣି। ଏହା ଉଭୟ କୃଷି ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଭାରତର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବା ଗ୍ରାମାଞ୍ଚଳର ଦୁର୍ବଳ ଶ୍ରମ ବଜାର ୨୦୨୪ରେ ପୁଣି ଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡ଼ୁଥିବା ମୋଦି ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହେବାକୁ ଯାଉଛି। ୨୦୧୭ରେ ଭାରତରେ ବେକାରି ହାର ୬% ଥିବାବେଳେ ବର୍ତ୍ତମାନ ୯% ଆଡ଼କୁ ମୁହଁାଇଲାଣି। ଏହା ଐତିହାସିକ ଭାବେ ସର୍ବୋଚ୍ଚ ଥିବାବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହା ଆହୁରି ରେକର୍ଡ ସ୍ତରକୁ ଉଠିବ ବୋଲି ଅର୍ଗାନାଇଜେଶନ୍‌ ଫର୍‌ ଇକୋନୋମିକ୍‌ କୋ-ଅପରେଶନ୍‌ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ସତର୍କ କରାଇଛି। ଏକ ଆକଳନ ଅନୁସାରେ ଆସନ୍ତା ୪ ବର୍ଷ ମଧ୍ୟରେ ଭାରତର ଆହୁରି ୧ କୋଟି ଲୋକ ବେକାର ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri