ବଢୁଛି ଜୁଆର,ସମୁଦ୍ର ଯିବାକୁ ବାରଣ

ପୁରୀ ଅଫିସ,୫।୧୨:: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସମ୍ଭାବ୍ୟ ବାତ୍ୟା ଜୱାଦ। ପୁରୀ ଉପକୂଳ ନିକଟରେ ପହଞ୍ଚିବା ବେଳକୁ ବାତ୍ୟାର ବେଗ କମିଯାଇଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ଅପରାହ୍ନ ସୁଦ୍ଧା ବର୍ଷାର ମାତ୍ରା କମ୍‌ ରହିଥିଲେ ହେଁ ଲଘୁଚାପ ଯୋଗୁ ସମୁଦ୍ରରେ ଜୁଆର ବଢୁଥିବା ଦେଖିବାକୁ ମିଳିଛି। ସ୍ବାଭାବିକଠାରୁ ପବନର ବେଗ କିଛି ମାତ୍ରାରେ ବଢ଼ିଥିବା ବେଳେ ପାଗ ଏକଦମ କୋହଲା ରହିଥିଲା। ଏହି ସାମୁଦ୍ରିକ ଝଡ଼ ପୁରୀଠାରେ ସ୍ଥଳ ଭାଗ ଛୁଇଁବାକୁ ଅନୁମାନ କରାଯାଉଥିବା ହେତୁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ସମୁଦ୍ରକୂଳ ନିକଟରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରାଯାଇଛି। ପୁରୀ ବେଳାଭୂମିକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରାଯାଇଥିବା ବେଳେ କାହାରିକୁ ସମୁଦ୍ର ନିକଟକୁ ଛଡ଼ାଯାଉ ନାହିଁ। ବେଳାଭୂମି ନିକଟରେ ୯୯ଜଣ ଲାଇଫଗାର୍ଡ ଓ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ବେଳାଭୂମିର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି କଟକଣା ଜାରି କରାଯାଇଥିବା ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ସେହିଭଳି ବେଳାଭୂମିରେ ରେଡଫ୍ଲାଗ୍‌ ଲଗାଯାଇଛି। ପିସିଆର ଭ୍ୟାନ ଲଗାଇ ପୋଲିସ କର୍ମଚାରୀମାନେ ସମୁଦ୍ର କୂଳରୁ ଲୋକଙ୍କୁ ହଟାଇଥିବା ବେଳେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଇଥିଲା। ଏସ୍‌ପି ସିଂ ବେଳାଭୂମି ନିକଟରେ ଥିବା ପର୍ଯ୍ୟଟକଙ୍କୁ ହୋଟେଲ ମଧ୍ୟକୁ ଯିବାକୁ କହିବା ସହ ସତର୍କ ସୂଚନା ମାନିବାକୁ କହିଛନ୍ତି। ବେଳାଭୂମି ନିକଟରେ ଦିନତମାମ୍‌ ପଇଁତରା ମାରିଥିବା ଦେଖିବାକୁ ମିଳିଥିଲା।
ବେଳାଭୂମିରେ ରେଡ୍‌ଫ୍ଲାଗ୍‌
ପୁରୀ ବେଳାଭୂମିରେ କିଛି କିଛି ଦୂରତାରେ ରେଡଫ୍ଲାଗ୍‌ ଦେଖିବାକୁ ମିଳିଛି। ସହର ଦେଇଯାଇଥିବା ସମ୍ପୂର୍ଣ୍ଣ ବେଳାଭୂମିରେ ଏହି ରେଡଫ୍ଲାଗ୍‌ ଲଗାଯାଇଛି। ଲାଇଫଗାର୍ଡ ଓ ପୋଲିସ କର୍ମଚାରୀମାନେ ଏହି ରେଡଫ୍ଲାଗ୍‌ ଆଗକୁ କାହାରିକୁ ଛାଡୁନଥିବା ବେଳେ ପର୍ଯ୍ୟଟକମାନଙ୍କୁ ଅଯଥା ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରେ ବୁଲିବାକୁ ମନା କରୁଛନ୍ତି। ସମୁଦ୍ର ଜୁଆର କ୍ରମାଗତ ଭାବେ ବଢ଼ିବାରେ ଲାଗିଥିବା ହେତୁ ପର୍ଯ୍ୟଟକଙ୍କ ଜୀବନକୁ ବିପଦ ବଢ଼ିଛି। ଏଣୁ ଲାଇଫଗାର୍ଡମାନେ ଶନିବାର ଓ ରବିବାର ଦିନ ତମାମ୍‌ ବେଳାଭୂମି ନିକଟରେ ଉପସ୍ଥିତ ରହି ଲୋକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିଶମ ବିଭାଗ ଟିମ୍‌ ମଧ୍ୟ ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହୋଇ ରହିଛି।
ଆଶ୍ୱସ୍ତ ପର୍ଯ୍ୟଟକ,
ପୁରୀରେ ରହିବାକୁ ବାଧ୍ୟ
ସମ୍ଭାବ୍ୟ ବାତ୍ୟା ଜୱାଦ କ୍ରମଶଃ ଦୁର୍ବଳ ହେଉଥିବା ହେତୁ ପୁରୀରେ ଥିବା ପର୍ଯ୍ୟଟକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଶୁକ୍ରବାର ଦିନତମାମ୍‌ ଆତଙ୍କିତ ଥିବା ଲୋକେ ଶନିବାର ବେଳାଭୂମିଠାରୁ ନିର୍ଦ୍ଦିଷ୍ଟ ଦୂରରେ ରହି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଉତ୍ତର ଭାରତରୁ ଆସିଥିବା ପର୍ଯ୍ୟଟକମାନେ ଜୀବନରେ କେବେ ହେଲେ ବାତ୍ୟା ଦେଖି ନ ଥିବା ହେତୁ ବାତ୍ୟାର ଆସନ୍ନ ପୂର୍ବରୁ ଭୟଭୀତ ହୋଇପଡ଼ିଥିଲେ। ରାଜସ୍ଥାନର ସାହିଲ ଆରୋରା କହିଛନ୍ତି, ବାତ୍ୟା କେଉଁଭଳି ଭାବେ ତାଣ୍ଡବ ରଚେ, ତାହା କେବେ ହେଲେ ଅନୁଭବ କରିନାହିଁ। କେବଳ ଗଣମାଧ୍ୟମରେ ବାତ୍ୟାର ବିଭୀଷିକା ଦେଖିଛୁ। ପରିବାର ସହ ବେଳାଭୂମି ନିକଟରେ ଏକ ହୋଟେଲରେ ରହୁଥିବା ହେତୁ ପରିବାର ସଦସ୍ୟମାନେ ବାତ୍ୟାକୁ ନେଇ ଅତ୍ୟନ୍ତ ଭୟଭୀତ ଥିଲୁ। ମାତ୍ର ପାଣିପାଗ ବିଭାଗ ସାମୁଦ୍ରିକ ଝଡ଼ ଦୁର୍ବଳ ହେବାର ଖବର ଦେବା ପରେ ସାମାନ୍ୟ ଖୁସି ଲାଗୁଛି। ଅନ୍ୟପକ୍ଷେ ଶନିବାର ପରିବାର ସହ ପୁରୀ ଛାଡ଼ିବାକୁ ନିଷ୍ପତ୍ତି କରିଥିଲୁ। ମାତ୍ର ଆସନ୍ତା ୨ ଦିନ ଧରି ରେଳ ଚଳାଚାଳ ବନ୍ଦ ଥିବାରୁ ପୁରୀରେ ରହିବାକୁ ବାଧ୍ୟ ହୋଇଛୁ। ତେବେ ପ୍ରଶାସନ ପର୍ଯ୍ୟଟକଙ୍କୁ ଯେଉଁଭଳି ସଚେତନ କରୁଛନ୍ତି ତାହା ନିହାତି ପକ୍ଷେ ପ୍ରଶଂସାଯୋଗ୍ୟ।
ସେବାୟତଙ୍କ ସହ ଜିଲାପାଳଙ୍କ ଆଲୋଚନା
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ରବିବାର ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ବାତ୍ୟା ପ୍ରଭାବରେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୁଏ, ସେଦିଗରେ ଧ୍ୟାନ ଦେବା ପାଇଁ ଜିଲାପାଳ କହିଛନ୍ତି। ପାଳିଆ ସେବାୟତମାନେ ଜିଲାପାଳଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ହେବ। ବାତ୍ୟା ବେଳେ ସେବାୟତମାନେ ଶ୍ରୀମନ୍ଦିର ନୀତିକାନ୍ତି ପାଇଁ ଘରୁ ବାହାରକୁ ଆସିବେ। ଏଭଳିସ୍ଥଳେ ସେମାନଙ୍କ ସୁରକ୍ଷା ଉପରେ ପ୍ରଶାସନ ବିଶେଷ ଧ୍ୟାନ ଦେଉଛି। ସେବାୟତଙ୍କ ସୁରକ୍ଷିତ ଭାବେ ଶ୍ରୀମନ୍ଦିର ନୀତିକାନ୍ତି ସାରି ଘରକୁ ଫେରିବା ଦାୟିତ୍ୱ ପ୍ରଶାସନ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri