ତାପମାତ୍ରା ବୃଦ୍ଧି ବଢ଼ାଉଛି ଘରୋଇ ହିଂସା

ଓ୍ବାଶିଂଟନ୍‌,୧।୭: ଜଳବାୟୁ ପରିବର୍ତ୍ତନ ଦ୍ୱାରା କେବଳ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ତା’ ନୁହେଁ, ଏହାର ପ୍ରଭାବ ଏବେ ଦାମ୍ପତ୍ୟ ଜୀବନ ଉପରେ ପଡ଼ିବା ଆରମ୍ଭ କଲାଣି। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ଦ୍ୱାରା ୪.୫% ଇଣ୍ଟିମେଟ୍‌ ପର୍ଟନର ଭାଓଲେନ୍ସ (ଆଇପିଭି) ବୃଦ୍ଧି ପାଉଥିବା ଆମେରିକୀୟ ଜେଏଏମ୍‌ଏ ସାଇକାଟ୍ରି ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଦକ୍ଷିଣ ଏସୀୟ ଦେଶ ଭାରତ, ପାକିସ୍ତାନ ଓ ନେପାଳରେ ପାରିବାରିକ ହିଂସା ୨୧% ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ନେପାଳ, ପାକିସ୍ତାନ ତୁଳନାରେ ଭାରତରେ ସର୍ବାଧିକ ୨୩.୫% ଆଇପିଭି ଘଟିବ ବୋଲି ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ତୁଳନାରେ ଦକ୍ଷିଣ ଏସୀୟ ଦେଶରେ ସବୁଠାରୁ ଅଧିକ ଘରୋଇ ହିଂସା ଘଟିବାର ମୁଖ୍ୟ କାରଣ ଗ୍ରୀଷ୍ମ ପ୍ରବାହ। ୨୦୧୦ରୁ ୨୦୧୮ ମଧ୍ୟରେ ମହିଳାଙ୍କ ଉପରେ ହୋଇଥିବା ଶାରୀରିକ ଏବଂ ଯୌନ ହିଂସାର ତଥ୍ୟକୁ ଆଧାର କରି ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୫ରୁ ୪୯ ବୟସ ବର୍ଗର ମୋଟ ୧୯୪,୮୭୧ ଜଣ ଯୁବତୀ ଓ ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିଲା। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟିବା ଦ୍ୱାରା ଦକ୍ଷିଣ ଏସୀୟ ଦେଶରେ ୬.୩% ରୁ ଅଧିକ ଶାରୀରିକ ଓ ଯୌନ ହିଂସା ଘଟୁଥିବା ଆକଳନ କରାଯାଇଛି।
ଅନ୍ୟପକ୍ଷେ ତାପମାତ୍ରା ବୃଦ୍ଧି ଯୋଗୁ ଫସଲ ନଷ୍ଟ ହୁଏ, ଯେଉଁଥିଲାଗି କୃଷକର ଆୟ କମିଯାଏ। ଫଳରେ ସେମାନଙ୍କୁ ଘରେ ବସି ରହିବାକୁ ପଡ଼େ। ଅର୍ଥାଭାବ ଯୋଗୁ ଘର ଚଳାଇବା ଚିନ୍ତା ମାଡ଼ିବସେ, ଯେଉଁ କାରଣରୁ ଘରୋଇ ହିଂସା ଘଟୁଥିବା ୟାଲେ ୟୁନିଭର୍ସିଟିର ଏନ୍‌ଭାଇରନମେଣ୍ଟାଲ ହେଲ୍‌ଥ ପ୍ରଫେଶର ମାଇକେଲ ବେଲ୍‌ କହିଛନ୍ତି। ଖାଲି ଘରୋଇ ହିଂସା ନୁହେଁ ବରଂ ତାପମାତ୍ରା ବୃଦ୍ଧି ଲୋକଙ୍କ ମାନସିକ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri