ବିନା କାମରେ ଶ୍ରମିକଙ୍କ ନାଁରେ ଉଠୁଛି ଟଙ୍କା

ଲେଫ୍ରିପଡ଼ା,୭।୧୦(ଡି.ଏନ.ଏ.): ସରକାର ଉନ୍ନତିକରଣ ସକାଶେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ଏହି ଯୋଜନାରେ ଅନିୟମିତତା ଦେଖାଦେଇଛି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଧୀନରେ। ବ୍ଲକର ଗିରିଙ୍ଗକେଲା ଆଦର୍ଶ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ବିନା କାମରେ ଟଙ୍କା ଉଠାଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ ଗ୍ରାମବାସୀ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି।
ପୂର୍ବରୁ ଲେଫ୍ରିପଡ଼ା ପଞ୍ଚାୟତର ବଡ଼ଗାଁମାଲ ଗ୍ରାମରେ ଖେଳପଡିଆ ନିର୍ମାଣରେ ବ୍ୟାପକ ଅନିୟମିତତା ଚାଲିଥିବାର ଘଟଣା ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏଥିରେ ସମ୍ପୃକ୍ତ ଗାଁ ସାଥୀକୁ ହଟାଇ ଅର୍ଥ ଆଦାୟ କରାଯାଇ କେତେକ ଅଧିକାରୀଙ୍କଠାରୁ ମଧ୍ୟ ଅର୍ଥ ରିକୋଭରୀ କରାଯାଇଥିଲା। ସେହିପରି ଭାବେ ଅଳ୍ପ କିଛି ଦିନ ତଳେ ଡୁମାବାହାଲ ଗ୍ରାମପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜମି ମରାମତି ସକାଶେ ଆସିଥିବା ଅର୍ଥକୁ ଶ୍ରମିକଙ୍କ ମଜୁରି ନାମରେ ବ୍ୟାପକ ମାତ୍ରାରେ ହଡପ ହୋଇଥିବା ଅଭିଯୋଗ ହେବାରୁ ଜିଲା ପ୍ରଶାସନ ପାଖରେ ହିତାଧିକାରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ସମ୍ପୃକ୍ତ ଗାଁ ସାଥୀକୁ କାର୍ଯ୍ୟରୁ ହଟାଇ ଜିଆର୍‌ଏସ୍‌ଙ୍କୁ ବଦଳି କରାଯାଇଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ଆସିଛି ସେହି ଲେଫ୍ରିପଡା ବ୍ଲକ ଅଧିନସ୍ଥ ଗିରିଙ୍ଗକେଲା ଆଦର୍ଶ ପଞ୍ଚାୟତରେ।
ଗିରିଙ୍ଗକେଲା ଗ୍ରାମପଞ୍ଚାୟତର ବାଢୁନଝରିଆ ମୁଖ୍ୟକେନାଲ ଠାରୁ ମାଝିକୁଦର ରାସ୍ତାକୁ ଗାର୍ଡୱାଲ ଏବଂ ସିଡ଼ି ସହିତ ଉନ୍ନତିକରଣ ସକାଶେ ୯ ଲକ୍ଷ ୯୯ ହଜାର ଟଙ୍କା ଅଟକଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ମଞ୍ଜୁରୀ ହୋଇଛି। କୌଣସି କାମ ନ କରି ମୋଟ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ୧୭ ଜଣ ଶ୍ରମିକଙ୍କ ନାମରେ ଉଠାଣ କରାଯାଇଛି। ଉକ୍ତ କାମରେ ବାଢୁନ ଝରିଆ ଗ୍ରାମରେ ନିର୍ଦ୍ଦିଷ୍ଟ କେତେଗୋଟି ପରିବାରର ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠିଥିବାବେଳେ ଏହା ଏକ ପ୍ରାୟୋଜିତ ଭାବେ ହଡପ କରାଯାଇଥିବା ସ୍ପଷ୍ଟ ଜଣାପଡିଛି। ରାସ୍ତାରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନାହିଁ। କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ଥିବାବେଳେ ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। କିନ୍ତୁ ଏଠାରେ ଜୁନ ୨୨ଠାରୁ ସେପ୍ଟେମ୍ବର ୨୮ପର୍ଯ୍ୟନ୍ତ ମନଇଛା ୨୯ ଗୋଟି ମାଷ୍ଟର ରୁଲ ପ୍ରୟୋଗ କରି ୨ ଲକ୍ଷ ୮ ହଜାର ୭ ଶହ ଏକାନବେ ଟଙ୍କା ଶ୍ରମିକଙ୍କ ନାମରେ ଉଠାଣ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ନିର୍ବାହ ସକାଶେ ଗାଁ ସାଥୀ, ଜିଆର୍‌ଏସ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବାବେଳେ କିଭଳି ଭାବେ ଏହି କାର୍ଯ୍ୟ ଚାଲିଛି ସହଜେ ଅନୁମେୟ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମ ଅନୁଯାୟୀ ପ୍ରଥମେ କାର୍ଯ୍ୟର ସ୍ଥିତିକୁ ଦେଖି ଫଟୋ ଉଠାଇ କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁରୀ କରାଯାଇ କାର୍ଯ୍ୟକୁ ସିକ୍ୟୋର କରି କାମ ଆରମ୍ଭ କରାଯାଇଥାଏ। କାମ ଆରମ୍ଭ ପରେ ଗାଁ ସାଥୀଙ୍କ ଦ୍ୱାରା କାର୍ଯ୍ୟସ୍ଥଳୀରୁ ଶ୍ରମିକଙ୍କ ହାଜିରା ସହ ଫଟୋ ଉଠାଇ ଜିଆରଏସ୍‌ଙ୍କ ମାଧ୍ୟମରେ ଶ୍ରମିକ ମଜୁରି ପାଇଁ ମାଷ୍ଟରରୋଲ ଅପଲୋଡ଼ କରାଯାଉ ଥିବାବେଳେ ଏଠାରେ କାର୍ଯ୍ୟସ୍ଥଳରେ କୌଣସି କାର୍ଯ୍ୟ ହୋଇନାହିଁ। କାର୍ଯ୍ୟସ୍ଥଳରେ ସମ୍ପୂର୍ଣ୍ଣ ରାସ୍ତା ପୁରୁଣା ଘାସରେ ପରିପୂର୍ଣ୍ଣ ହୋଇ ରହିଥିବାବେଳେ ଶ୍ରମିକଙ୍କ ମଜୁରି ଉଠାଣ ନେଇ ସମ୍ପୃକ୍ତ ଗାଁ ସାଥୀ ଏବଂ ଜିଆର୍‌ଏସ୍‌ଙ୍କୁ ସିଧା ସଳଖ ଭାବେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ଅନ୍ୟପକ୍ଷରେ ଲେଫ୍ରିପଡା ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ବାରମ୍ବାର ଲୋକଲୋଚନକୁ ଆସୁଥିବା ବେଳେ ଏହି ଦିଗରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଏବଂ ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ନେଇ ଲେଫ୍ରିପଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ବେହେରାଙ୍କୁ ପଚାରିବାରୁ ଏହି ବିଷୟରେ ଅବଗତ ନାହିଁ। ଆଗକୁ ଏହାର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri