Categories: ଗଞ୍ଜାମ

କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ବେଳାଭୂମି ସଫେଇ

ଗଞ୍ଜାମ,୧୪ା୨(ଡି.ଏନ.ଏ.) ଅସନ୍ତୁଳିତ ପରିବେଶ ଯୋଗୁ ପୃଥିବୀ ପୃଷ୍ଠରେ ସ୍ଥଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି। ଏହା ପରିବେଶ ପାଇଁ ଏକ ବୃହତ୍‌ କ୍ଷତି, ଯାହାକି ଆଗାମୀ ଦିନରେ ଭରଣା କରିବା ଅସମ୍ଭବ ହୋଇପଡିବ। ତେଣୁ ଆଗାମୀ ଦିନରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷିତ ଗଣଅଣ୍ଡାଦାନ ପ୍ରକ୍ରିୟାକୁ ଲକ୍ଷ୍ୟ ରଖି ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଦିଗ୍‌ଦର୍ଶନ ୟୁଥ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ, ସାଗରକନ୍ୟା ୟୁଥ୍‌ କ୍ଲବ ଓ ୟୁଥ୍‌ ଫର୍‌ ଭିଲେଜ ପ୍ରମୁଖ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀ ଯୋଗଦେଇ ବଟେଶ୍ୱରଠାରୁ ପୋଡାମପେଟା ଗ୍ରାମ ପର୍ଯ୍ୟନ୍ତ ବେଳାଭୂମିକୁ ସଫେଇ କରିବା ସହ ଉପସ୍ଥିତ ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ। ଶେଷରେ ଦିଗ୍‌ଦର୍ଶନ ୟୁଥ୍‌ କ୍ଲବ ସଭାପତି ତଥା କାର୍ଯ୍ୟକ୍ରମ ମୁଖ୍ୟ ସଂଯୋଜକ ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ ବନ ବିଭାଗ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ମୁଖ୍ୟ ଅତିଥି ଏବଂ ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ ସମ୍ମାନିତ ଅତିଥି ଓ ୟୁଥ୍‌ ଫର୍‌ ଭିଲେଜ ପ୍ରତିଷ୍ଠାତା ଡି. ଦେବହରି ରେଡ୍ଡୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଦିଗ୍‌ଦର୍ଶନ ୟୁଥ୍‌ କ୍ଲବ ସମ୍ପାଦିକା ବିଜୟଲକ୍ଷ୍ମୀ ମହାକୁଡ, ଉପସଭାପତି ରାକେଶ ନାୟକ, ସହସମ୍ପାଦକ ସୁଦର୍ଶନ ପାଢ଼ୀ, ସାଗରକନ୍ୟା ୟୁଥ୍‌ କ୍ଲବ୍‌ ସଭାପତି ଜେ. ଟୁଟୁ ପ୍ରମୁଖ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।