କର୍ଲାମୁଣ୍ଡା ୧୫।୧୦ :(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । କଲେଜ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତୃତୀୟ ବର୍ଷ ଛାତ୍ରୀ ସ୍ମୃତିରାଣୀ ସାହୁ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ଉପସଭାପତି ଭାବେ ତୃତୀୟ ବର୍ଷର ଛାତ୍ରୀ ଅଳି ବାଗ, ସାଧାରଣ ସଂପାଦକ ଭାବେ ଦ୍ୱିତୀୟ ବର୍ଷ ଛାତ୍ର ଅଭୟ ସାହୁ, ଡ୍ରାମାଟିକ ସଂପାଦକ ଭାବେ ଦ୍ୱିତୀୟ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ଗହୀର ଓ କ୍ରୀଡା ସଂପାଦକ ଭାବେ ପ୍ରଥମ ବର୍ଷ ଛାତ୍ର ବିକାଶ ଗହୀର ପ୍ରମୁଖ ମନୋନୀତ ହୋଇଥିବା ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ହିରୋଜ କୁମାର ଚାନ୍ଦ ସୁଚନା ଦେଇଛନ୍ତି ।