Categories: Home Leftଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ରିଷଭ ପନ୍ତଙ୍କ ବଡ଼ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୮ା୧୧: ଭାରତର ବିସ୍ଫୋରକ ଉଇକେଟକିପର-ବ୍ୟାଟର ରିଷଭ ପନ୍ତ ଶନିବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଇତିହାସରେ ସର୍ବାଧିକ ଛକା ମାରିବା ସହ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୮୯ ଛକା ଲଗାଇ ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଅତିକ୍ରମ କରିଯାଇଛନ୍ତି।

ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ପେସର ଜାକବ ଡୁଫିଙ୍କ ବୋଲିଂରେ ଲଙ୍ଗ-ଅନ୍‌ ଏରିଆରେ ଏକ ଛକା ଲଗାଇ ପନ୍ତ ନୂଆ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୨୦୧୯ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଆରମ୍ଭ ହେବା ପରଠାରୁ ପନ୍ତଙ୍କର ଏହା ଥିଲା ୪୪ତମ ଟେଷ୍ଟ ମ୍ୟାଚ୍‌। ପୂର୍ବରୁ ଷ୍ଟୋକ୍ସ ୬୪ ଟେଷ୍ଟ ମ୍ୟାଚ୍‌ରେ ୮୮ ଛକା ଲଗାଇ ରେକର୍ଡର ଅଧିକାରୀ ହୋଇଥିଲେ।

ତେବେ ପନ୍ତ ୩୯ ବଲ୍‌ରେ ୨୩ ରନ କରି ଆଉଟ ହୋଇଯାଇଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୩୫୬ ଜବାବରେ ଭାରତ ୬ ଉଇକେଟ ବିନିମୟରେ ୧୧୬ ରନ କରିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ସର୍ବାଧିକ ୫ ଛକା ହାସଲକାରୀ ବ୍ୟାଟର ତାଲିକାରେ ଭାରତୀୟଙ୍କ ସଂଖ୍ୟା ଅଧିକ ରହିଛି।

Share