Categories: ଖେଳ

କିକ୍ରେଟ ମଇଦାନକୁ କେବେ ଫେରିବେ ପନ୍ତ? ଉତ୍ତର ରଖିଲେ ଗାଙ୍ଗୁଲି…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଯାହା ଫଳରେ ତାଙ୍କୁ କ୍ରିକେଟ ଠାରୁ ଦୂରରେ ରହିବାକୁ ପଡିଲା। ଏପରିକି ରିଷଭ ଆଇପିଏଲ ୨୦୨୩ରେ ମଧ୍ୟ ଅଂଶ ହେବେ ନାହିଁ। ତେବେ ରିଷଭ କ୍ରିକେଟ ମଇଦାନକୁ କେବେ ଫେରିବେ, ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ମୁଁ ରିଷଭଙ୍କ ସହ ଅନେକ ଥର କଥା ହୋଇଛି। ଏହା ତାଙ୍କ ପାଇଁ କଷ୍ଟକର ସମୟ। ଦୁର୍ଘଟଣା ପରେ ପନ୍ତ ଅସ୍ତ୍ରୋପଚାର କରିଥିଲେ, ମୋର ଶୁଭେଚ୍ଛା ତାଙ୍କ ସହିତ ଅଛି। ପନ୍ତଙ୍କୁ ମଇଦାନକୁ ଫେରିବାକୁ ପ୍ରାୟ ୧ ବର୍ଷ କିମ୍ବା ୨ ବର୍ଷ ଲାଗିପାରେ। କିନ୍ତୁ ମୋର ଭରଷା ଅଛି ଯେ, ସେ ଭାରତ ପାଇଁ ନିଶ୍ଚିତ ଭାବେ ମଇଦାନକୁ ଓହ୍ଲାଇବେ।

ସୌରଭ ଗାଙ୍ଗୁଲି ପୂର୍ବରୁ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ କାମ କରିଛନ୍ତି। ୨୦୧୯ରେ ସେ ମେଣ୍ଟର(ପରାମର୍ଶଦାତା) ଭାବେ କାର୍ଯ୍ୟ କରିଥିଲେ। ହେଲେ ବିସିସିଆଇ ସଭାପତି ହେବା ପରେ ତାଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ଖୁବ୍‌ଶୀଘ୍ର ତାଙ୍କୁ ଏହି ଦାୟିତ୍ୱରେ ଦେଖିବାକୁ ମିଳିବ।

Share