Posted inଖେଳ

ଦଳ କଥା ନ ଭାବି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍‌ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…

ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍‌ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏହାଜଣା ପଡ଼ିବା ପରେ କ୍ରିକେଟ ପ୍ରଶଂସକମାନେ ପନ୍ତଙ୍କୁ ସମାଲୋଚନା କରୁଛନ୍ତି। ସେ ୟୁରୋ କପ୍‌ ୨୦୨୦ ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ଏହାକୁ ନେଇ ତାଙ୍କୁ କଟାକ୍ଷ କରାଯାଉଛି।

ଟୁଇଟରରେ ଜଣେ ବ୍ୟବହାରକାରୀ କହିଛନ୍ତି, ୟୁକେରେ ରିଷଭ ପନ୍ତ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଠାରେ ଭାରତୀୟ କ୍ରିକେଟ ଟିମ୍‌ ଅତିରିକ୍ତ ଛୁଟିରେ ଯାଇଥିବା ସ୍ପଷ୍ଟ ହେଉଛି। ଖେଳାଳିମାନଙ୍କୁ ଫୁଟବଲ୍‌ ମ୍ୟାଚ ଅଥବା ଭିଡ ଥିବା ସ୍ଥାନକୁ ଯିବାକୁ ଅନୁମତି କାହିଁକି ଦିଆଗଲା। ବାୟୋ-ବବଲ ଅର୍ଥ ଆଉ କ’ଣ ରହିଲା ବୋଲି ସେ କହିଛନ୍ତି।

ଅନ୍ୟଜଣେ ‘ଏହା ଅବହେଳା କରିବାର ଭିନ୍ନ ସ୍ତର। ଯେତେବେଳେ ଆପଣ ଟିମ୍‌ ସହ ଅଛନ୍ତି ସେତେବେଳେ ନିଜର ଯତ୍ନ ନେବା ଉଚିତ। ଏବେ ଭାରତକୁ ଏହାର କ୍ଷତି ସହିବାକୁ ହେବ ବୋଲି ଲେଖିଛନ୍ତି।

କହିରଖୁଛୁ, ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଗତ ୮ ଦିନରୁ ଆଇସୋଲେଶନରେ ଅଛନ୍ତି। ଦଳ ସହ ସେ ହୋଟେଲ୍‌ରେ ନାହାନ୍ତି। ଏହାଦ୍ୱାରା ଅନ୍ୟ ଖେଳାଳିମାନେ ସଂକ୍ରମିତ ହେବାର ସମ୍ଭାବନା ନାହିଁ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଗୁରୁବାର କହିଥିଲେ। ଅପରପକ୍ଷେ ପନ୍ତ ଏବେ ଲଣ୍ଡନରେ ଥିବା ନିଜ ବନ୍ଧୁଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା କୁହାଯାଉଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦଳରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri