Posted inଖେଳ

ଦଳ କଥା ନ ଭାବି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍‌ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…

ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍‌ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ ସହ ପନ୍ତ ନ ଥିବାରୁ ସେ କରୋନା ସଂକ୍ରମିତ ହୋଇଥିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏହାଜଣା ପଡ଼ିବା ପରେ କ୍ରିକେଟ ପ୍ରଶଂସକମାନେ ପନ୍ତଙ୍କୁ ସମାଲୋଚନା କରୁଛନ୍ତି। ସେ ୟୁରୋ କପ୍‌ ୨୦୨୦ ଫୁଟ୍‌ବଲ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ଏହାକୁ ନେଇ ତାଙ୍କୁ କଟାକ୍ଷ କରାଯାଉଛି।

ଟୁଇଟରରେ ଜଣେ ବ୍ୟବହାରକାରୀ କହିଛନ୍ତି, ୟୁକେରେ ରିଷଭ ପନ୍ତ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଠାରେ ଭାରତୀୟ କ୍ରିକେଟ ଟିମ୍‌ ଅତିରିକ୍ତ ଛୁଟିରେ ଯାଇଥିବା ସ୍ପଷ୍ଟ ହେଉଛି। ଖେଳାଳିମାନଙ୍କୁ ଫୁଟବଲ୍‌ ମ୍ୟାଚ ଅଥବା ଭିଡ ଥିବା ସ୍ଥାନକୁ ଯିବାକୁ ଅନୁମତି କାହିଁକି ଦିଆଗଲା। ବାୟୋ-ବବଲ ଅର୍ଥ ଆଉ କ’ଣ ରହିଲା ବୋଲି ସେ କହିଛନ୍ତି।

ଅନ୍ୟଜଣେ ‘ଏହା ଅବହେଳା କରିବାର ଭିନ୍ନ ସ୍ତର। ଯେତେବେଳେ ଆପଣ ଟିମ୍‌ ସହ ଅଛନ୍ତି ସେତେବେଳେ ନିଜର ଯତ୍ନ ନେବା ଉଚିତ। ଏବେ ଭାରତକୁ ଏହାର କ୍ଷତି ସହିବାକୁ ହେବ ବୋଲି ଲେଖିଛନ୍ତି।

କହିରଖୁଛୁ, ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଗତ ୮ ଦିନରୁ ଆଇସୋଲେଶନରେ ଅଛନ୍ତି। ଦଳ ସହ ସେ ହୋଟେଲ୍‌ରେ ନାହାନ୍ତି। ଏହାଦ୍ୱାରା ଅନ୍ୟ ଖେଳାଳିମାନେ ସଂକ୍ରମିତ ହେବାର ସମ୍ଭାବନା ନାହିଁ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଗୁରୁବାର କହିଥିଲେ। ଅପରପକ୍ଷେ ପନ୍ତ ଏବେ ଲଣ୍ଡନରେ ଥିବା ନିଜ ବନ୍ଧୁଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା କୁହାଯାଉଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦଳରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri