Posted inଖେଳ

ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍‌, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ

ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତକୁ ୭ ଉଇକେଟରେ ପରାସ୍ତ କରିଛି। ଅତିଥି ଟିମ୍‌କୁ ଭାରତୀୟ ଦଳ ୨୧୨ ରନ୍‌ର ଟାର୍ଗେଟ ଦେଇଥିଲା। ହେଲେ ରାସି ଭାନ ଡର ଡୁସେନ ଏବଂ ଡେଭିଡ ମିଲର ଟିମ୍‌ ଇଣ୍ଡିଆ ହାତରୁ ମ୍ୟାଚ୍‌କୁ ଛଡ଼ାଇ ନେଇଥିଲେ। ତେବେ ପ୍ରଥମ ଟେଷ୍ଟରେ ପରାସ୍ତ ହେବା ପରେ ପନ୍ତ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ମ୍ୟାଚ୍‌ ହାରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ପାଲଟିଛନ୍ତି। ଏହାପୂର୍ବରୁ ବିରାଟ କୋହଲି ଟି୨୦ରେ ଅଧିନାୟକ ଭାବେ ଡେବ୍ୟୁ କରି ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। କୋହଲିଙ୍କ ନେତୃତ୍ୱରେ ୨୦୧୭ରେ କାନପୁର ଟି୨୦ ମ୍ୟାଚ୍‌ରେ ଭାରତକୁ ଇଂଲଣ୍ଡ ୭ ଉଇକେଟରେ ପରାଜିତ କରିଥିଲା।

ତେବେ ପନ୍ତ ଟି୨୦ରେ ନେତୃତ୍ୱ ନେଇଥିବା ୮ମ ଭାରତୀୟ ଅଧିନାୟକ। ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏହି ଫର୍ମାଟରେ ଭାରତୀୟ ଦଳର ପ୍ରଥମ ଅଧିନାୟକ ଥିଲେ। ସେ ମାତ୍ର ଗୋଟିଏ ଟି୨୦ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଥିଲେ। ଏହାପରେ ମହେନ୍ଦ୍ର ସିଂହ ଧୋନୀ ଦ୍ୱିତୀୟ ଅଧିନାୟକ ଭାବେ ନେତୃତ୍ୱ ନେଇଥିଲେ। ୨୦୦୭ରେ ସେ ଅଧିନାୟକ ଭାବେ ଡେବ୍ୟୁ କରିଥିଲେ। ସୁରେଶ ରାଇନା ୨୦୧୦-୧୧ ମଧ୍ୟରେ ତିନୋଟି ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଥିଲେ। ପରେ ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ଶିଖର ଧାଓ୍ବନ ପ୍ରମୁଖ ଏହି ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କୁ ଚୁମ୍ବନ ପରେ କ୍ଷମା ମାଗିଲେ ଲୁଇସ୍‌

ମାଡ୍ରିଡ୍‌୍‌,୨୩ା୮(ପି.ଟି.): ସ୍ପେନ୍‌ ଫୁଟବଲ ମହାସଂଘର ସଭାପତି ଲୁଇସ୍‌ ରୁବେଲ୍ସ ମହିଳା ଖେଳାଳିଙ୍କୁ ଚୁମ୍ବନ ଦେଇ ବିବାଦ ଘେରରେ ରହିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ...

ପରାଜୟ ମୁହାଁ ଇଂଲଣ୍ଡ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍‌...

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୨ା୧ (ପି.ଟି.)-ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚରେ ଏଟିକେ ମୋହନବାଗାନ ବିଜୟ ଲାଭ କରିଛି।...

ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍‌

ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌...

Advertisement
Archives

Model This Week