Posted inଖେଳ

ପନ୍ତଙ୍କ ବ୍ୟାଟିଂ ଟେକ୍‌ନିକ ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୯।୮: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟାଟିଂରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହେଡିଂଲେ ଟେଷ୍ଟର ଉଭୟ ଇନିଂସରେ ୨୩ ବର୍ଷୀୟ ପନ୍ତ ମାତ୍ର ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୫ ଥର ବ୍ୟାଟିଂ ସୁଯୋଗ ପାଇଥିବା ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୧୭.୪ ହାରରେ ୮୭ ରନ୍‌ କରିଛନ୍ତି। ଚଳିତ ସିରିଜ୍‌ରେ ଏଭଳି ପ୍ରଦର୍ଶନ କାରଣରୁ ତାଙ୍କ ବ୍ୟାଟିଂ ଟେକ୍‌ନିକ ଉପରେ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ଭଟ।

ହେଡିଂଲେରେ ଶନିବାର ଟିମ୍‌ ଇଣ୍ଡିଆ ଇନିଂସ ପରାଜୟ ବରଣ କରିବା ପରେ ଭଟ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ପେସରଙ୍କୁ ସୁହାଉଥିବା ପିଚ୍‌ରେ ବ୍ୟାଟିଂ କରିବା ଲାଗି ପନ୍ତଙ୍କ ନିକଟରେ ଭଲ ଟେକନିକ୍‌ ନାହିଁ। ସେ ପ୍ରତ୍ୟେକ ବଲରେ ଷ୍ଟେପ୍‌ ଆଉଟ୍‌ କରୁଛନ୍ତି। ଏଭଳି ଟେକନିକ୍‌ ତାଙ୍କୁ ଗୋଟିଏ କିମ୍ବା ଦୁଇଟି ଭଲ ଇନିଂସ ଖେଳିବାରେ ସହାୟତା କରିପାରେ। କିନ୍ତୁ ଏଭଳି ଖେଳି ସେ କଦାପି ସଫଳ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇପାରିବେ ନାହିଁ।

ତାଙ୍କୁ ଭଲ ଡିଫେନ୍ସିଭ ଟେକ୍‌ନିକ ସହ ଧୈର୍ଯ୍ୟ ଶିଖିବାକୁ ପଡ଼ିବ। ସେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଠାରୁ ଭିନ୍ନ ଶୈଳୀରେ ଖେଳନ୍ତି। ମାତ୍ର ଇଂଲଣ୍ଡର ପରିବେଶରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଦୃଢ଼ ଡିଫେନ୍ସ ଦରକାର। ସେ ଭାରତ ଓ ଅଷ୍ଟ୍ରେଲିଆରେ ସଫଳତା ପାଇପାରନ୍ତି। କାରଣ ସେଠାରେ ବଲ ଏତେ ସୁଇଙ୍ଗ କରେ ନାହିଁ। କିନ୍ତୁ ଖୁବ୍‌ ସୁଇଙ୍ଗ କରୁଥିବା ପିଚ୍‌ କିମ୍ବା ଇଂଲଣ୍ଡ ଭଳି ସିମିଂ କଣ୍ଡିଶନରେ ପନ୍ତଙ୍କୁ ଅସୁବିଧା ହେବ ବୋଲି ଭଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri